Advertisement
Article Detail0/zeeodisha/odisha2296547
Zee OdishaOdisha TrendingPM Kisan 17th Installment: ଆସନ୍ତାକାଲି କୃଷକ ମାନଙ୍କୁ ଖୁସି ଖବର ଦେବେ ପିଏମ୍ ମୋଦି

PM Kisan 17th Installment: ଆସନ୍ତାକାଲି କୃଷକ ମାନଙ୍କୁ ଖୁସି ଖବର ଦେବେ ପିଏମ୍ ମୋଦି

PM Kisan Samman Nidhi 17th Installment: ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି କିଷାନ ସମ୍ମାନ ନିଧିର ୧୭ ତମ କିସ୍ତି କୃଷକ ଭାଇ ମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବେ। ପ୍ରଧାନମନ୍ତ୍ରୀଙ୍କ ଗୋଟିଏ କ୍ଲିକରେ କୋଟି କୋଟି ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚିବ।

 

PM Kisan Samman Nidhi 17th Installment
PM Kisan Samman Nidhi 17th Installment

PM Kisan Samman Nidhi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଦେଶର କୋଟି କୋଟି କୃଷକଙ୍କ ଆକାଉଣ୍ଟକୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୧୭ତମ କିସ୍ତି ଟ୍ରାନ୍ସଫର କରିବେ। ଏଥର ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ବାରାଣାସୀରୁ କୃଷକ ମାନଙ୍କ ଆକାଉଣ୍ଟକୁ ଏହି କିସ୍ତି ରିଲିଜ୍ କରିବେ। କୃଷକ ଭାଇମାନେ ଏହି କିସ୍ତି ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଥିଲେ, ଯାହା ବର୍ତ୍ତମାନ ଶେଷ ହେବାକୁ ଯାଉଛି।

ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ପ୍ରତିବର୍ଷ ୬,୦୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଉଛି। କୃଷକ ଭାଇମାନେ ଏହି ଟଙ୍କା ନିଜ ଚାଷରେ ବ୍ୟବହାର କରନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି ୯.୨୬ କୋଟିରୁ ଅଧିକ ହିତାଧିକାରୀଙ୍କୁ କିସ୍ତି ଆକାରରେ ୨,୦୦୦ କୋଟି ଟଙ୍କା ଲେଖାଏଁ ପ୍ରଦାନ କରିବେ। ୨୮ ଫେବୃଆରୀରେ ପ୍ରଧାନମନ୍ତ୍ରୀ ୧୬ତମ କିସ୍ତି ରିଲିଜ୍ କରିଥିଲେ। ପ୍ରତି ଚାରି ମାସରେ କିସ୍ତିଗୁଡ଼ିକ ରିଲିଜ୍ ହୁଏ। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ପାଇବା ପାଇଁ କୃଷକମାନଙ୍କ ପାଇଁ ଇ-କେଇସି କରି ରଖିବା ଆବଶ୍ୟକ। ଅଧିକ ବିବରଣୀ ଯାଞ୍ଚ କରିବାକୁ, ପ୍ରାର୍ଥୀମାନେ ଏହି ଯୋଜନା ସହିତ ଜଡିତ ୱେବସାଇଟର ସାହାଯ୍ୟ ନେଇପାରିବେ।

ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଲାଭ ପାଇବାକୁ ହେଲେ କୃଷକଙ୍କ ଜମି ରେକର୍ଡ, ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ ଓ PM Kisan ପୋର୍ଟାଲରେ eKYC କାର୍ଯ୍ୟ କରି ରଖିବା ଆବଶ୍ୟକ। PM Kisan Yojana ପଞ୍ଜୀକରଣ ସ୍ଥିତିକୁ ମଧ୍ୟ ଚେକ୍ କରନ୍ତୁ। ଭୁଲ ତଥ୍ୟ ଥିଲେ ତୁରନ୍ତ ଠିକ୍ କରନ୍ତୁ।

Add Zee News as a Preferred Source

ଆପଣ ଏହି ଉପାୟରେ ଯାଞ୍ଚ କରିପାରିବେ ନିଜର ସ୍ଥିତି

ପ୍ରଥମ ଷ୍ଟେପ୍: ସର୍ବପ୍ରଥମେ, କୃଷକମାନେ PM-Kisan ର ଅଫିସିଆଲ୍ ପୋର୍ଟାଲରେ ଲଗ୍ ଇନ୍ କରିବାକୁ pmkisan.gov.in କୁ ଯାଆନ୍ତୁ।
ଷ୍ଟେପ୍ ୨: ଏହାପରେ ପିଏମ କିଷାନ ହୋମପେଜରେ 'Kisan Corner' ସେକ୍ସନ ଦେଖନ୍ତୁ।
ଷ୍ଟେପ୍ ୩: ବର୍ତ୍ତମାନ କୃଷକ ନୂଆ ପେଜ୍ ରେ ଥିବା 'Beneficiary Status' ବିକଳ୍ପ ଉପରେ କ୍ଲିକ୍ କରନ୍ତୁ।
ଷ୍ଟେପ୍ ୪: ଏହା ପରେ ପ୍ରାର୍ଥୀଙ୍କୁ ନିଜର ଆଧାର ନମ୍ବର, ବ୍ୟାଙ୍କ ଆକାଉଣ୍ଟ ନମ୍ବର କିମ୍ବା ମୋବାଇଲ୍ ନମ୍ବର ଭଳି ଆବଶ୍ୟକୀୟ ବିବରଣୀ ଏଣ୍ଟ୍ରି କରିବାକୁ ପଡିବ।
ଷ୍ଟେପ୍ ୫: ଏହାପରେ କୃଷକ 'Get Report' ଉପରେ କ୍ଲିକ୍ କରନ୍ତୁ।
ଷ୍ଟେପ୍ ୬: ଏହା ପରେ କୃଷକଙ୍କ ଆବେଦନ ଓ ଦେୟ ସ୍ଥିତି ଆପଣଙ୍କୁ ଦୃଶ୍ୟମାନ ହେବ।

About the Author