ଖୋଲିବ ବହୁତ `ରାଜ୍`; ସାମ୍ନାସାମ୍ନି ହେବେ ପତ୍ନୀ ଶିଳ୍ପା ଓ ପତି କୁନ୍ଦ୍ରା
ରେୟାନ ଥୋପେଙ୍କୁ ବି ରିମାଣ୍ଡରେ ନେବାକୁ ଅନୁମତି ଦେଇଛି । ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୦୨୧ ରେ ସାମ୍ନାକୁ ଆସିଥିବା ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ସହ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି ।
ମୁମ୍ବାଇ: ପର୍ଣ୍ଣ ଫିଲ୍ମ ନିର୍ମାଣ ଓ ପ୍ରସାରଣ ଅଭିଯୋଗ ନେଇ ଗିରଫ ହୋଇଛନ୍ତି ବ୍ୟବସାୟୀ ରାଜ କୁନ୍ଦ୍ରା। ତେବେ ଏହି କଳାଦୁନିଆରେ କେଉଁମାନେ ସାମିଲ ଅଛନ୍ତି ତାହାର ତଦନ୍ତ କରିବାକୁ ଯାଇ ମୁମ୍ବାଇ କ୍ରାଇମବ୍ରାଞ୍ଚ ଜୁହୁ ସ୍ଥିତ ଶିଳ୍ପା ସେଟ୍ଟୀଙ୍କ ଘରେ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ନେଇ ପହଞ୍ଚିଛନ୍ତି । ଖବର ମୁତାବକ ଏହି ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କୁ ସାମ୍ନା ସାମ୍ନା କରି ପଚାରାଉଚରା କରିପାରେ କ୍ରାଇମବ୍ରାଞ୍ଚ ।
ଶିଳ୍ପା ସେଟ୍ଟୀଙ୍କ ଘରେ ଚଢାଉର କିଛି ଘଣ୍ଟା ପୂର୍ବରୁ ମୁମ୍ବାଇ ଅଦାଲତ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି ୨୭ ଜୁଲାଇ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ପୋଲିସ କୋର୍ଟକୁ କହିଛନ୍ତି ଯେ, ଏହି ମାମଲାରେ ଅଧିକ ତଦନ୍ତ ସହ ପ୍ରମାଣ ମଧ୍ୟ ଯୋଗାଡ଼ କରିବାର ଅଛି । ଯେଉଁଥି ପାଇଁ ପୋଲିସକୁ ଆଉ କିଛିଦିନର ସମୟ ଦରକାର । ଏଥିପାଇଁ କୋର୍ଟ ବ୍ୟବସାୟୀ ରାଜ୍ କୁନ୍ଦ୍ରା (Business Man Raj Kundra) ଙ୍କ ସହଯୋଗୀ ରେୟାନ ଥୋପେଙ୍କୁ ବି ରିମାଣ୍ଡରେ ନେବାକୁ ଅନୁମତି ଦେଇଛି । ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୦୨୧ ରେ ସାମ୍ନାକୁ ଆସିଥିବା ଏହି ମାମଲାରେ ରାଜ କୁନ୍ଦ୍ରାଙ୍କ ସହ ମୋଟ ୧୧ ଜଣଙ୍କୁ ଗିରଫ କରାଯାଇଛି ।
Also Read: Diwali ରେ ମାର୍କେଟକୁ ଆସୁଛି ୫ ଲକ୍ଷର Tata ର SUV କାର୍, ଜାଣନ୍ତୁ Features
ରାଜ କୁନ୍ଦ୍ରା (Raj Kundra) ଆକ୍ଟ୍ରେଷ ଶିଳ୍ପା ସେଟ୍ଟୀ (Shilpa Shetty) ଙ୍କ ସ୍ୱାମୀ । ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ଅଶ୍ଳିଳ ଫିଲ୍ମ ନିର୍ମାଣ ଆରୋପରେ କୁନ୍ଦ୍ରାଙ୍କୁ ୧୯ ଜୁଲାଇ ରାତିରେ ଗିରଫ କରିଥିଲା । ତାଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଓ ସୂଚନା ପ୍ରାଧିକରଣ ଅଧିନିୟମ ଅନୁସାରେ ମାମଲା ରୁଜୁ କରାଯାଇଛି । ସାମ୍ନାକୁ ଆସୁଥିବା ସୂଚନାନୁଯାୟୀ ରାଜ କୁନ୍ଦ୍ରାଙ୍କ ଆପ୍ Hotshot ରେ ପର୍ଣ୍ଣ ଫିଲ୍ମ ନିର୍ମାଣ ପାଇଁ ପ୍ରତିଦିନ ନୂଆ Whtsapp ଗ୍ରୁପ୍ କରାଯାଉଥିଲା ।
Also Read: Raj Kundra ଙ୍କ ବଢିଲା ଅଡ଼ୁଆ, Umesh Kamat ଙ୍କ ସହ କଣ କଥା ହୋଇଥିଲେ କୁନ୍ଦ୍ରା ?
୨୦୦୯ରେ ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀ ଆଇପିଏଲ ଟିମ୍ ରାଜସ୍ଥାନ ରୟାଲ୍ସ (Rajasthan Royals) ର ମାଲିକ ହୋଇଥିଲେ । ଏହାପରେ ୨୦୧୩ ମସିହାରେ IPLରେ ସଟ୍ଟାବାଜି କରିବା ନେଇ ଅଭିଯୋଗ ଲାଗିଥିଲା । ଏହି ମାମଲାରେ ରାଜସ୍ଥାନ ରୟାଲ୍ସର ଶ୍ରୀସନ୍ଥଙ୍କ ସହ ଅନ୍ୟ ୩ ଜଣ ଖେଳାଳିଙ୍କୁ ଗିରଫ କରାଯାଇଥିଲା । ସେହି ଅନୁସାରେ ରାଜ କୁନ୍ଦ୍ରାଙ୍କୁ (Delhi Police) ପାଖାପାଖି ୧୦ ଘଣ୍ଟା ଯାଏଁ ପଚରାଉଚରା କରିଥିଲା ।