Health Tips : ଆଳୁ ଦୂର କରିବ ଏସବୁ ରୋଗ , ଜାଣନ୍ତୁ କେମିତି କରିବେ ବ୍ୟବହାର ?
Health Tips : ଆଳୁ (Potatoes) ସାଧାରଣତଃ ସମସ୍ତଙ୍କ ପ୍ରିୟ ପରିବା । ଆଳୁ ଖାଇବାକୁ ବହୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଥାଆନ୍ତି। କିନ୍ତୁ ଅନେକ ଲୋକଙ୍କୁ ହୁଏତ ଜଣାନଥିବ ଯେ ଆଳୁ ଶରୀର ପାଇଁ କେତେ ହିତକର ।
Health Tips : ଆଳୁ (Potatoes) ସାଧାରଣତଃ ସମସ୍ତଙ୍କ ପ୍ରିୟ ପରିବା । ଆଳୁ ଖାଇବାକୁ ବହୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଥାଆନ୍ତି। କିନ୍ତୁ ଅନେକ ଲୋକଙ୍କୁ ହୁଏତ ଜଣାନଥିବ ଯେ ଆଳୁ ଶରୀର ପାଇଁ କେତେ ହିତକର । ବିଶେଷ କରି ମଧୁମେହ ରୋଗ ରୋଗୀଙ୍କ ପାଇଁ ଆଳୁକୁ ବାରଣ କରାଯାଉଥିବା ବେଳେ ଅନ୍ୟ କେତେକ ରୋଗପାଇଁ ଆଳୁ ରାମବାଣ ପରି କାର୍ଯ୍ୟ କରିଥାଏ।
ତେବେ ଆସନ୍ତୁ ଜାଣିବା ଆଳୁ କେଉଁ କେଉଁ ରୋଗକୁ ଦୂର କରେ । ଯେଉଁ ମାନଙ୍କର ନିମ୍ନ ରକ୍ତଚାପ ରହିଛି । ସେହି ବ୍ୟକ୍ତିମାନେ ଆଳୁ ଖାଇବା ଉଚିତ୍ । ଯାହା ଦ୍ବାରା ସେମାନଙ୍କ ରକ୍ତଚାପ ସନ୍ତୁଳିତ ରହିଥାଏ । ଆଳୁରେ ପୋଟାସିୟମ୍ ଭରପୂର ପରିମାଣରେ ରହିଛି । ଯାହା ନିମ୍ନ ରକ୍ତଚାପ ରୋଗୀଙ୍କ ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ । ନିମ୍ନ ରକ୍ତଚାପ ଥିବା ଲୋକେ ପ୍ରତ୍ୟକ ଦିନ ଅତିକମରେ ଗୋଟିଏ ଆଳୁ ଖାଇବା ଉଚିତ୍ । ସେହିପରି , ସୁସ୍ଥ ହୃଦୟ ପାଇଁ ଆଳୁ ଖାଇବା ଉଚିତ୍ । ହାର୍ଟର ସଞ୍ଚାଳନ ପାଇଁ ଆବଶ୍ୟକ ହେଉଥିବା ମିନେରାଲ୍ସ ମଧ୍ୟରୁ ପୋଟାସିୟମ୍ ଅନ୍ୟତମ । ଏହା ହୃଦୟ ଶରୀର ମାଧ୍ୟମରେ ରକ୍ତ ପମ୍ପିଂ(pumping) କରିବାରେ ସାହାଯ୍ୟ କରିଥାଏ। ଏବଂ ହାର୍ଟବିଟକୁ ଠିକ୍ ରଖିଥାଏ । ତେଣୁ, ଆଳୁ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ ଏବଂ ହୃଦ୍ ରୋଗର ଆଶଙ୍କା ହ୍ରାସ କରେ ।
ଏହାବି ପଢନ୍ତୁ : Roasted Chana : ଖାଆନ୍ତୁ ଭଜାଚଣା ,ପାଆନ୍ତୁ ଏସବୁ ଫାଇଦା
କେବଳ ସେତିକି ନୁହେଁ, ଆଳୁ ଶରୀରରେ ଥିବା ବ୍ୟାଡ କୋଲେଷ୍ଟ୍ରଲକୁ ମଧ୍ୟ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ । ଆଳୁରେ ସୋଲୁବେଲ ଫାଇଭର ଭରପୁର ପରିମାଣରେ ରହିଛି । ଯାହା ହୃଦରୋଗର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଅନେକ ଅଧ୍ୟୟନରୁ ଜଣାପଡିଛି ଯେ, ସୋଲୁବେଲ ଫାଇଭରରେ ଭରପୂର ଖାଦ୍ୟ ଏଲଡିଏଲ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରେ । ଯାହାକୁ ଆମେ ସାଧାରଣତଃ ବ୍ୟାଡ୍ କୋଲେଷ୍ଟ୍ରଲ କହିଥାଉ । ଆଳୁରେ ଥିବା ଭିଟାମିନ୍ ସି, ପୋଟାସିୟମ୍, ଭିଟାମିନ୍ ବି-୬,ଖଣିଜ ଦ୍ରବ୍ୟ,ଖାଦ୍ୟନଳୀ ଏବଂ ପାଚନ ତନ୍ତ୍ରରେ ଫୁଲାକୁ ଭଲ କରିଥାଏ। ଆଳୁରେ ଭିଟାମିନ୍ ବି-୬ (Vitamin B-6) ଏବଂ କାର୍ବୋହାଇଡ୍ରେଟ(Carbohydrates) ର ମାତ୍ରା ଅଧିକ ରହିଥାଏ। ଏହା ଖାଇଲେ ମାଂସପେଶୀ ମଧ୍ୟ ମଜବୁତ ହେବା ସହ ମସ୍ତିଷ୍କର ସ୍ନାୟୁ ଠିକ୍ ଭାବେ କାମ କରିଥାଏ। ବୈଜ୍ଞାନିକଙ୍କ କହିବା ଅନୁସାରେ ଆଳୁ ଖାଇବା ଦ୍ବାରା ମାନସିକ ଅବସାଦ, ଚିନ୍ତା ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ରୋଗରୁ ମୁକ୍ତି ମିଳିଥାଏ। ବୃକକରେ ପଥର ହେଲେ ଆଳୁ ଖାଇଲେ ଲାଭ ମିଳିଥାଏ। ଏହି ରୋଗୀମାନେ ଆଳୁ ଖାଇବା ଦ୍ବାରା ଏବଂ ବାରମ୍ବାର ପାଣି ପିଇବା ଦ୍ବାରା ରୋଗ ଭଲ ହୋଇଥାଏ।
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)