White Hair: ବୟସ ହେବା ପୂର୍ବରୁ କେଶ ଧଳା ହେବା ସାଧାରଣ କଥା । ଆଜିକାଲି ଅଧିକାଂଶ ଯୁବପୀଢି ଏହି ସମସ୍ୟାରେ ଘାଣ୍ଟି ହେଉଛନ୍ତି । କେବଳ ଯୁବପୀଢି କାହିଁକି ଛୋଟ ପିଲା ମାନଙ୍କର ମଧ୍ୟ କେଶ ପାଚିବା କିମ୍ବା ଧଳା ହୋଇ ଯାଉଛି । ଆସାଧାରଣ ଜୀବନ ଶୈଳୀ ଓ ପୃଷ୍ଟିହୀନ ଖାଦ୍ୟ ହେତୁ ଏଭଳି ସମସ୍ୟା ଦେଖାଦେଉଛି । ଯଦି ଆପଣ ମଧ୍ୟ ଏହି ସମସ୍ୟାରେ ଯୁଝି ହେଉଛନ୍ତି । ତେବେ ,ଆପଣଙ୍କ ପାଇଁ ଏହି ଖବର ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ । ତେବେ, ଏଭଳି କିଛି ଘରୋଇ ଉପଚାର ରହିଛି । ଯାହା ଦ୍ବାରା ଆପଣ ନିଜ ଧଳା କେଶକୁ ମଧ୍ୟ କଳା କରି ପାରିବେ। ତେବେ, ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ବିଷୟରେ।


COMMERCIAL BREAK
SCROLL TO CONTINUE READING

ଘରେ କିପରି ପ୍ରାକୃତିକ ଉପାୟରେ କେଶ ରଙ୍ଗ କିପରି କରିବେ?


ଧଳା ବା ପାଚିଲା କେଶର ଚିକିତ୍ସା ପାଇଁ ଆପଣ ଶିକାକାଇରୁ ପ୍ରାକୃତିକ କେଶ ରଙ୍ଗ କରିପାରିବେ । ଯେଉଁଥି ପାଇଁ ଆପଣଙ୍କୁ ନିମ୍ନଲିଖିତ ସାମଗ୍ରୀ ଏବଂ ପଦ୍ଧତି ଆପଣେଇବାକୁ ପଡିବ 


ସାମଗ୍ରୀ


- କିଛି ହାତ ଗଣତି ଶୁଖିଲା ଆମଲା 
- ଏକ ଛୋଟପାତ୍ର ଭରା କିଛି ଶିକାକାଇ ପାଉଡର 
- ଏକ କପ୍ ପାଣି 


ଏହାବି ପଢନ୍ତୁ : Palmistry: କେତେ ବର୍ଷ ବଞ୍ଚିବେ ଆପଣ? ହାତ ରେଖାରୁ ଜାଣିବା ପାଇଁ ଏହା ହେଉଛି ଅତି ସହଜ ଉପାୟ


ଏହାବି ପଢନ୍ତୁ : Chanakya Niti on Women Desires​: ମହିଳାଙ୍କ ମଧ୍ୟରେ ପୁରୁଷଙ୍କ ଅପେକ୍ଷା ଅଧିକ ରହିଥାଏ ଏହି ୪ଟି ଇଚ୍ଛା, ତଥାପି କେବେବି କରନ୍ତିନି ପ୍ରକାଶ


ପ୍ରାକୃତିକ ଉପାୟରେ କେଶ ରଙ୍ଗ କିପରି କରିବେ ?


ସର୍ବପ୍ରଥମେ,ଏକ ଲୁହା ପ୍ୟାନରେ ୧ କପ୍ ପାଣି ରଖନ୍ତୁ ଏବଂ ଏହାକୁ ୧୦ ମିନିଟ୍  ଫୁଟିବାକୁ ଦିଅନ୍ତୁ । ଏହା ପରେ,ଏହି ପାଣିରେ ମୁଠାଏ ଶୁଖିଲା ଗୋଲମରିଚ ଏବଂ ଏକ ପାତ୍ରରେ ରଖାଯାଇଥିବା ଶିକାକାଇ ପାଉଡର ମିଶାନ୍ତୁ । ଏହି ମିଶ୍ରଣକୁ କିଛି ମିନିଟ୍ ପାଇଁ ଫୁଟିବାକୁ ଦିଅନ୍ତୁ ଏବଂ ତା’ପରେ ଗ୍ୟାସ୍ ବନ୍ଦ କରନ୍ତୁ । ବର୍ତ୍ତମାନ ଏହି ମିଶ୍ରଣକୁ ଥଣ୍ଡା ହେବାକୁ କିଛି ସମୟ ଛାଡି ଦିଅନ୍ତୁ । ଏହି ମିଶ୍ରଣ ଥଣ୍ତା ହୋଇ ଯିବା ପରେ ଯାହାକୁ ଏକ ବ୍ରସ ସାହାର୍ଯ୍ୟରେ କେଶରେ ଲଗାଇବା ଉଚିତ୍। ଦିର୍ଘ ୩୦ ରୁ ୪୦ ମିନିଟ ସମୟ ପର୍ଯ୍ୟନ୍ତ କେଶରେ ଏହି ମିଶ୍ରଣ ଲଗାଇ ଆପଣ ରଖି ପାରିବେ । ପରେ କେଶକୁ ଆପଣ ଥଣ୍ତା ପାଣିରେ ଧୋଇ ଦେବେ । ମନେ ରଖନ୍ତୁ କେଶ ସଫା ସମୟରେ ସାମ୍ପୁ ବ୍ୟବହାର କରିବେନି । 


କେଶ ପାଇଁ ଆମଲା ଏବଂ ଶିକାକାଇ କିପରି ଲାଭଦାୟକ : 


ଆମଲା (Amla) ଆଣ୍ଟିଅକ୍ସିଡାଣ୍ଟରେ ଭରପୂର, ଯାହା କେଶକୁ ପୁନର୍ଜୀବିତ କରିବା ପାଇଁ କାମ କରେ । ଏହା କେଶ ମୂଳକୁ ଶକ୍ତିଶାଳୀ କରି ପୋଷଣ ପାଇବାରେ ସାହାଯ୍ୟ କରେ । ଏଥି ସହିତ, ଶିକାକାଇ (Shikakai) କେଶକୁ କଳା ଏବଂ ମୋଟା କରିବାରେ ସାହାଯ୍ୟ କରେ ।