Chanakya Niti on Women Desires​: ମହିଳାଙ୍କ ମଧ୍ୟରେ ପୁରୁଷଙ୍କ ଅପେକ୍ଷା ଅଧିକ ରହିଥାଏ ଏହି ୪ଟି ଇଚ୍ଛା, ତଥାପି କେବେବି କରନ୍ତିନି ପ୍ରକାଶ
Advertisement
Article Detail0/zeeodisha/odisha1419593

Chanakya Niti on Women Desires​: ମହିଳାଙ୍କ ମଧ୍ୟରେ ପୁରୁଷଙ୍କ ଅପେକ୍ଷା ଅଧିକ ରହିଥାଏ ଏହି ୪ଟି ଇଚ୍ଛା, ତଥାପି କେବେବି କରନ୍ତିନି ପ୍ରକାଶ

Chanakya Niti on Women Desires​: ଆଚାର୍ଯ୍ୟ ଚାଣକ୍ୟ ଆଜିଠାରୁ ଶହ ଶହ ବର୍ଷ ପୂର୍ବେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଯାଇଛନ୍ତି । ଯାହା ମନ୍ୟୁଷ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେ ରାଜନୀତି, ଅର୍ଥ, ବ୍ୟବସାୟ, ସମାଜ ବିଷୟରେ ଅନେକ କିଛି କହିଯାଇଛନ୍ତି । ତାଙ୍କର ଅନୁଭବ ଓ ଜ୍ଞାନକୁ ଆଧାର କରି ସେ  ଅର୍ଥଶାସ୍ତ୍ର (Arthashastra) ନାମକ ଏକ ପୁସ୍ତକ ଲେଖିଥିଲେ, ଯାହା ପ୍ରାଚୀନ ଭାରତର ଶ୍ରେଷ୍ଠ ରଚନାଗୁଡିକ ମଧ୍ୟରୁ ଅନ୍ୟତମ । 

ପ୍ରତୀକାତ୍ମକ ଫଟୋ

Chanakya Niti: ଆଚାର୍ଯ୍ୟ ଚାଣକ୍ୟ (Chanakya) ଙ୍କ ନୀତି ଆଜି ମଧ୍ୟ ଜୀବିତ ରହିଛି । ଚାଣକ୍ୟଙ୍କର ପ୍ରତ୍ୟେକଟି ବାଣୀ ବ୍ୟକ୍ତିଗତ ଜୀବନ ସହ ସମ୍ବନ୍ଧିତ ରହିଛି । ତାଙ୍କର ଏହି ନୀତିକୁ ପାଳନ କରିବା ଦ୍ୱାରା ପ୍ରତ୍ୟେକଟି ବ୍ୟକ୍ତି ନିଜ ଜୀବନକୁ ସଫଳ କରିପାରିବେ । ଆଚାର୍ଯ୍ୟ ଚାଣକ୍ୟ କହିଥିବା ମୂଲ୍ୟବାନ ନୀତିକୁ ଅନୁସରଣ କଲେ ଜଣେ ସାଧାରଣ ମଣିଷ ଜୀବନରେ ସମସ୍ତ ସୁଖ ଭୋଗ କରିପାରିବ । ଯାହା ମଣିଷ ଜୀବନରେ ଜୀବନରେ ଗୁରୁତ୍ୱପୂର୍ଣ୍ଣ । ଆଚାର୍ଯ୍ୟ ଚାଣକ୍ୟ ମହିଳାମାନଙ୍କ ମଧ୍ୟରେ ଲୁକ୍କାୟିତ ଥିବା ଏପରି ଇଚ୍ଛାଗୁଡ଼ିକ ବିଷୟରେ କହିଛନ୍ତି, ଯାହା ପୁରୁଷଙ୍କ ଅପେକ୍ଷା ଅଧିକ ଥାଏ । ମହିଳାମାନେ ପାରିବାରିକ ସଂସ୍କାର ଓ ଲୋକ ଲଜ୍ଜା ଯୋଗୁଁ କେବେବି ନିଜର ଇଚ୍ଛା ପ୍ରକାଶ କରନ୍ତି ନାହିଁ । ଆସନ୍ତୁ ଜାଣିବା ସେହି ଲୁକ୍କାୟିତ ଇଚ୍ଛାଗୁଡ଼ିକ କ'ଣ କ'ଣ...

ପୁରୁଷଙ୍କ ଅପେକ୍ଷା ୬ ଗୁଣ ଅଧିକ ସାହସ 

ଚାଣକ୍ୟ ନୀତିରେ ମହିଳାଙ୍କ ସାହସ ବିଷୟରେ ଉଲ୍ଲେଖ କରାଯାଇଛି । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ମହିଳାମାନେ ପିଲାଦିନରୁ ସାହସୀ ହୋଇଥାନ୍ତି । ସେମାନେ ପୁରୁଷଙ୍କ ଅପେକ୍ଷା ୬ ଗୁଣ ଅଧିକ ସାହସୀ ଅଟନ୍ତି । ଯେତେବେଳେ ବିପତ୍ତି ଆସେ, ସେମାନେ ଶୀଘ୍ର ଭୟଭୀତ ହୁଅନ୍ତି ନାହିଁ । ଏହାର ମୁକାବିଲା କରିବାର ଉପାୟ ଖୋଜନ୍ତି । ସେମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ କଠିନ ସଂଘର୍ଷରୁ ପଛଘୁଞ୍ଚା ଦିଅନ୍ତି ନାହିଁ ।

ପୁରୁଷ ଅପେକ୍ଷା ୨ ଗୁଣ ଅଧିକ ହୋଇଥାଏ ଭୋକ 

ଆଚାର୍ଯ୍ୟ ଚାଣକ୍ୟ ମହିଳାଙ୍କ ଭୋକ ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ମହିଳାମାନଙ୍କର ଶାରୀରିକ ଗଠନ ଏପରି ଯେ ସେମାନେ ନିଜକୁ ଫିଟ୍ ରଖିବା ପାଇଁ ଅଧିକ ଖାଇବା ଆବଶ୍ୟକ କରନ୍ତି । ଏହି କାରଣରୁ ସେମାନେ ପୁରୁଷଙ୍କ ତୁଳନାରେ ଦୁଇଗୁଣ ଭୋକିଲା ଅନୁଭବ କରନ୍ତି । ତଥାପି, ମେଦବହୁଳତାର ଭୟ ଓ ଲୋକ ଲଜ୍ଜା ଯୋଗୁଁ ସେ ଅତ୍ୟଧିକ ଖାଇବା ପିଇବା ଠାରୁ ଦୂରେଇ ରହନ୍ତି ।

ପୁରୁଷଙ୍କ ତୁଳନାରେ ୮ ଗୁଣ ଅଧିକ କାମନା ଇଚ୍ଛା

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ପୁରୁଷଙ୍କ ତୁଳନାରେ ମହିଳାଙ୍କ କାମନା ଇଚ୍ଛା ୮ ଗୁଣ ଅଧିକ ରହିଥାଏ । ତଥାପି, ଆରମ୍ଭରୁ ସେମାନଙ୍କ ମଧ୍ୟରେ ସହନଶୀଳତା ଓ ଲଜ୍ଜାରେ ପରିପୂର୍ଣ୍ଣ ରହିଥାଏ । ସେଥିପାଇଁ ମହିଳାମାନେ କେବେବି ଏହି ଇଚ୍ଛାକୁ ସାର୍ବଜନୀନ କରନ୍ତି ନାହିଁ । ସଂସ୍କାର ଅନୁଯାୟୀ ରହି ପରିବାରକୁ ଆଗକୁ ବଢ଼ାଥାନ୍ତି ।

ମହିଳାମାନଙ୍କ ମଧ୍ୟରେ ରହିଥାଏ ୪ ଗୁଣ ଅଧିକ ଲଜ୍ଜା

ଚାଣକ୍ୟ କହିଛନ୍ତି ଯେ, ମହିଳାମାନଙ୍କ ମଧ୍ୟରେ ଲଜ୍ଜା ପୁରୁଷଙ୍କ ଅପେକ୍ଷା 4 ଗୁଣ ଅଧିକ ରହିଥାଏ । ଏହି ଲଜ୍ଜା ଯୋଗୁଁ ସେମାନେ ଖୋଲାଖୋଲି ଭାବରେ ନିଜ ମନ କଥା ସମସ୍ତଙ୍କୁ କହିବାକୁ ସକ୍ଷମ ହୋଇପାରନ୍ତି ନାହିଁ । କୌଣସି ନୂତନ କାର୍ଯ୍ୟ କରିବାକୁ ଦ୍ୱିଧା ବୋଧ କରନ୍ତି । ଯେତେବେଳେ କି ପୁରୁଷମାନେ ଏହି ପ୍ରସଙ୍ଗରେ ଅଧିକ ଖୋଲା ରହିଥାନ୍ତି ।

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ମଝିରେ ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଖୁସି ଖବର, ଆଘାତରୁ ସୁସ୍ଥ ହୋଇ ଫେରିଲେ ଏହି ବଡ଼ ମ୍ୟାଚ୍ ୱିନର

ଅଧିକ ପଢ଼ନ୍ତୁ:-ଭାରତୀୟ ଦଳ ଘୋଷଣା ପରେ ଭାଇରାଲ ହେଉଛି ପୃଥ୍ୱୀ ଶ'ଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ, ଦୁଃଖୀ ମନରେ କହିଲେ ଏହି ବଡ଼ କଥା

ଅଧିକ ପଢ଼ନ୍ତୁ:-ଖୁସି ଖବର: ୧୧୫ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର, ଜାଣନ୍ତୁ କ'ଣ ରହିଛି ନୂଆ ଦର

 

 

ଏଠାରେ କହି ରଖୁଛୁ ଯେ, ସଂସ୍କୃତ ଭାଷାରେ ଲିଖିତ ଅର୍ଥଶାସ୍ତ୍ର (Arthashastra) ପ୍ରାଚୀନ ଭାରତର ଶ୍ରେଷ୍ଠ ରଚନାଗୁଡିକ ମଧ୍ୟରୁ ଅନ୍ୟତମ । ଏଥିରେ ରାଜ୍ୟ ପରିଚାଳନା, ରାଜନୀତି, ସମରନୀତି ପରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ବର୍ଣ୍ଣିତ ହୋଇଛି । କୌଟିଲ୍ୟ (Kautilya) ଏହି ଶାସ୍ତ୍ରର ରଚୟିତା । କୌଟିଲ୍ୟ ବିଷ୍ଣୁଗୁପ୍ତ ଓ ଚାଣକ୍ୟ (Chanakya) ନାମରେ ମଧ୍ୟ ପ୍ରସିଦ୍ଧ । କେତେକଙ୍କ ମତାନୁସାରେ ଅନେକ ଶତାବ୍ଦୀ ଧରି ବିଭିନ୍ନ ଶ୍ଳୋକର ସମାହାରରେ ଏହି ଶାସ୍ତ୍ରର ରଚନା ହୋଇଛି ଓ ଏହାର ମୁଖ୍ୟ ଶ୍ରେୟ ଚାଣକ୍ୟଙ୍କୁ ଦିଆଯାଇଛି । ତକ୍ଷଶିଳାର ମହାଜ୍ଞାନୀ ଚାଣକ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଗୁରୁ ଓ ଉପଦେଷ୍ଟା ଥିଲେ । ଚାଣକ୍ୟଙ୍କ ନୀତି ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ବହୁ ମହତ୍ୱ ରଖିଥାଏ । ସଠିକ ବାଟରେ ଚାଲିବାକୁ ସାହାଯ୍ୟ କରିଥାଏ । 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ ।)