Prostate cancer: ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରୋଷ୍ଟେଟ କର୍କଟକୁ(Prostate cancer) ଚିହ୍ନଟ କରାଯାଇ ପାରିନଥାଏ । କାରଣ ରୋଗ ଆରମ୍ଭରୁ ଏହାର କୌଣସି ଲକ୍ଷଣ ଦେଖା ଦେଇନଥାଏ । କିନ୍ତୁ ଯେତେବେଳେ ଏହି କର୍କଟ ପ୍ରୋଷ୍ଟେଟ ଗ୍ରନ୍ଥିରୁ ଶରୀରର ଅନ୍ୟ ଅଙ୍ଗ ଆଡ଼କୁ ବ୍ୟାପିଥାଏ ସେତେବେଳେ ପରିସ୍ରା ଜନିତ ସମସ୍ୟା ଦେଖା ଦେଇଥାଏ । ଏହାସହ ଏହି ସମୟରେ ପୁରୁଷମାନେ ଶାରୀରିକ ସଂପର୍କ ଓ ଗୋଡ଼ରେ ମଧ୍ଯ ଦୁର୍ବଳତା ଅନୁଭବ କରିଥାଆନ୍ତି । ତେବେ ଦୁନିଆରେ ଦେଖାଦେଉଥିବା କର୍କଟ ରୋଗ ମଧ୍ଯରୁ ଏହି ପ୍ରୋଷ୍ଟେଟ କର୍କଟ ଅତି ସାଧାରଣ ଅଟେ । ପ୍ରୋଷ୍ଟେଟ୍ ପୁରୁଷମାନଙ୍କ ଏକ ଗ୍ରନ୍ଥି ଅଟେ ଯାହା ସେମାନଙ୍କ ତଳି ପେଟରେ ଦେଖାଦେଇଥାଏ । ପୁରୁଷମାନଙ୍କ ଏହି ଗ୍ରନ୍ଥିରୁ ସେମେନ(Semen) ଉତ୍ପନ୍ନ ହୁଏ । ପ୍ରୋଷ୍ଟେଟ ଗ୍ରନ୍ଥିର କୋଷଗୁଡ଼ିକରେ ଅସ୍ୱାଭାବିକ ବୃଦ୍ଧି ପ୍ରୋଷ୍ଟେଟ କର୍କଟ ରୋଗ ସୃଷ୍ଟି କରାଇଥାଏ । ଏହି କର୍କଟ ପ୍ରୋଷ୍ଟେଟ ଗ୍ରନ୍ଥିରୁ ଶୀଘ୍ର ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିଥାଏ । ପ୍ରୋଷ୍ଟେଟ କର୍କଟରେ ପ୍ରାରମ୍ଭିକ ପର୍ଯ୍ୟାୟରେ କୌଣସି ଲକ୍ଷଣ ଦେଖା ଯାଇନଥାଏ । ଏଥିଲାଗି ଠିକ୍ ସମୟରେ ଏହାର ଚିକିତ୍ସା କରାଯାଇପାରି ନଥାଏ । ତଥାପି, ଅନ୍ୟ ରୋଗ ପରି, ପ୍ରୋଷ୍ଟେଟ କର୍କଟରେ ମଧ୍ୟ କିଛି ଲକ୍ଷଣ ଥାଏ ।


COMMERCIAL BREAK
SCROLL TO CONTINUE READING

ପ୍ରୋଷ୍ଟେଟ କର୍କଟ ଲକ୍ଷଣ


  • ରାତି ସମୟରେ ବାରମ୍ବାର ପରିସ୍ରା ଲାଗିବା

  • ପରିସ୍ରା କରିବା ବେଳେ କଷ୍ଟ ଅନୁଭବ କରିବା

  • ବହୁ ସମୟ ଧରି ପରିସ୍ରା କରିବା

  • ପରିସ୍ରା କରିବା ପରେ ମଧ୍ୟ ବ୍ଲାଡର ଖାଲି ନୁହେଁ ବୋଲି ଅନୁଭବ କରିବା

  •  ପରିସ୍ରା ଓ ସିମେନରେ ରକ୍ତ ପଡ଼ିବା

  • ଗୋଡରେ ଦୁର୍ବଳତା ଅନୁଭବ କରିବା


୧- ଅଧିକ ବୟସ- ବୟସ୍କ ଲୋକଙ୍କୁ ପ୍ରୋଷ୍ଟେଟ କର୍କଟ ହେବାର ଅଧିକ ସମ୍ଭାବନା ରହିଥାଏ । ଏହି କର୍କଟ ପ୍ରାୟତଃ ବୃଦ୍ଧାବସ୍ଥାରେ ଦେଖାଦେଇଥାଏ । ସେଥିପାଇଁ ବୃଦ୍ଧ ମାନେ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ୍ ।


୨- ମୋଟାପଣ- ମୋଟା ଲୋକମାନଙ୍କଠାରେ ଏହି ରୋଗ ଦେଖାଦେଇଥାଏ । ସେଥିପାଇଁ ପୁରୁଷ ମାନେ ମଧ୍ୟ ସେମାନଙ୍କର ଓଜନ ପ୍ରତି ଧ୍ୟାନ ଦେବା ଉଚିତ୍ ।


୩- ହରମୋନ୍-ସାଧାରଣତଃ ହରମୋନ୍ ପରିବର୍ତ୍ତନ ଯୋଗୁଁ ମଧ୍ଯ ପ୍ରୋଷ୍ଟେଟ୍ କର୍କଟ ହୋଇଥାଏ ।


୪-ଅସ୍ୱାସ୍ଥ୍ୟକର ଖାଦ୍ୟ କିମ୍ବା ସନ୍ତୁଳିତ ଖାଦ୍ୟ-ଯେଉଁ ପୁରୁଷମାନେ ଅଧିକ ବାହାର ଜିନିଷ ଖାଆନ୍ତି, ସେମାନଙ୍କୁ ମଧ୍ୟ ପ୍ରୋଷ୍ଟେଟ କର୍କଟ ହେବାର ଆଶଙ୍କା ଥାଏ ।


କେତେ ପ୍ରକାର-


୧- ଏଗ୍ରେସିଭ ପ୍ରୋଷ୍ଟେଟ୍ କର୍କଟ(Aggressive prostate cancer): ଏଗ୍ରେସିଭ ପ୍ରୋଷ୍ଟେଟ୍ କର୍କଟ: ଆକ୍ରମଣାତ୍ମକ ପ୍ରୋଷ୍ଟେଟ୍ କର୍କଟ ଦ୍ରୁତ ଭାବେ ବଢୁଥିବା କର୍କଟ ବୋଲି ଜଣାଯାଇଥାଏ । ଏହି କର୍କଟ ଶରୀରରେ ଅତି ଶୀଘ୍ର ବିକଶିତ ହୁଏ ଓ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ବ୍ୟାପିଥାଏ ।


୨-ନନ-ଏଗ୍ରେସିଭ ପ୍ରୋଷ୍ଟେଟ କର୍କଟ(Non-Aggressive prostate cancer): ଏହି କର୍କଟକୁ ଧୀର ଗତିରେ ବିକଶିତ ହେଉଥିବା କର୍କଟ ବୋଲି କୁହାଯାଏ । ଏହି କର୍କଟ କେବଳ ପୁରୁଷମାନଙ୍କ ପ୍ରୋଷ୍ଟେଟ ଗ୍ରନ୍ଥିରେ ମିଳିଥାଏ ।


ପ୍ରୋଷ୍ଟେଟ କର୍କଟରେ କୌଣସି ବୟସର ପୁରୁଷ ମାନେ ଆକ୍ରାନ୍ତ ହୋଇପାରନ୍ତି ।


  • ୫୦ ବର୍ଷ ବା ତାଠାରୁ ଅଧିକ ବୟସ୍କ ବ୍ୟକ୍ତି

  • ମୋଟାପଣ

  • ପରିବାରର କେହି ପ୍ରୋଷ୍ଟେଟ କର୍କଟରେ ଆକ୍ରାନ୍ତ ଥିଲେ ।

  • ଜେନେଟିକ୍ ପରିବର୍ତ୍ତନ

  • ୪୦ ବର୍ଷରୁ କମ ପୁରୁଷ ମାନଙ୍କଠାରେ ଏହି କର୍କଟ ଖୁବ କମ୍ ଦେଖାଦେଇଥାଏ । ତେବେ ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି, ୪୦-୫୦ ବର୍ଷ ପରେ ପ୍ରତ୍ୟେକ ବ୍ୟକ୍ତି ପ୍ରୋଷ୍ଟେଟ କର୍କଟ ନେଇ ଯାଞ୍ଚ କରିବା ଉଚିତ୍ ।


Also Read-Almond for diabetes: ମଧୁମେହ ରୋଗୀଙ୍କ ବରଦାନ ସଦୃଶ୍ୟ ହୋଇଥାଏ ବାଦାମ, ଖାଇବା ଦ୍ବାରା ମିଳିଥାଏ ଏହି ସବୁ ଫାଇଦା


Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।