ଡାଲି ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି କାରଣରୁ ଡାଲିକୁ ନିଜ ଡାଏଟରେ ସାମିଲ କରିବା ଜରୁରୀ । ପୁଷ୍ଟିକର ତତ୍ତ୍ବ କାରଣରୁ ଏହାକୁ ପ୍ରାୟତଃ ସୁପର ଫୁଡ୍ ମାନ୍ୟତା ଦିଆଯାଇଛି । ସାଧାରଣତଃ ଆମେ ପ୍ରୋଟିନର ଆବଶ୍ୟକତା ପୂରଣ କରିବା ପାଇଁ ଡାଲିର ସେବନ କରିଥାଉ । କିନ୍ତୁ ଏହାର ବ୍ୟବହାର ଦ୍ବାରା ଶରୀରରେ ପ୍ରଚୁର ପରିମାଣର ଫାଇବର, ଭିଟାମିନ ଏବଂ ମିନେରାଲ୍ସ ମିଳିଥାଏ । ଆସନ୍ତୁ ଜାଣିବା ୪ପ୍ରକାର ଡାଲି ବିଷୟରେ ଯାହା ଆମ ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବା ସହ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । 


COMMERCIAL BREAK
SCROLL TO CONTINUE READING

Also Read ; ପ୍ରତିଦିନ ଖାଲି ପେଟରେ ୪ଟି ତୁଳସୀପତ୍ର ଖାଆନ୍ତୁ, ମଧୁମେହ ସମେତ ୫ଟି ରୋଗ ଠାରୁ ଦୂରେଇ ରୁହନ୍ତୁ
୧-ଗୋଟା ମୁଗ ଡାଲିକୁ ଆପଣ ସ୍ପାଉଟ୍ ଆକାରରେ ଖାଇପାରିବେ । ଏହାର ସେବନରେ ଶରୀରରେ ପୁଷ୍ଟିକର ଖାଦ୍ୟର ଅଭାବ ରହେ ନାହିଁ । ଏହା ସହ ଏଥିରେ ଫ୍ୟାଟ୍,ଏବଂ କ୍ୟାଲୋରୀ କମ୍ ମିଳିଥାଏ ଯେଉଁ କାରଣରୁ ଓଜନ କମ ସହ କୋଲେଷ୍ଟ୍ରଲ କମ୍ ହୋଇଥାଏ ।  ଏହାକୁ ନିୟମିତ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ | ଏହାକୁ ପ୍ରତିଦିନ ନିଜ ଡାଏଟରେ ସାମିଲ କରିବା ଭଲ ଅଟେ । 
୨- ମସୁର ଡାଲି ସ୍ବାସ୍ଥ୍ୟ ପାଇଁ ବହୁ ଲାଭଦାୟକ ଅଟେ । ଭାରତରେ ଏହି ଡାଲିକୁ ସେବନ କରିବା ପାଇଁ  ସମସ୍ତେ ପସନ୍ଦ କରିଥାଆନ୍ତି । ଏଥିରେ ଥିବା ପ୍ରୋଟିନ୍ ଏବଂ ଡାଇଟରି ଫାଇବର ,କୋଲେଷ୍ଟ୍ରଲ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ସହ ମସୁର ଡାଲିରେ ଥିବା କ୍ୟାଲସିୟମ ଯୋଗୁଁ ହାଡ ମଧ୍ୟ ମଜବୁତ ହୋଇଥାଏ । 
୩- ବିରି ଡାଲିକୁ ଭାରତରେ ସର୍ବାଧିକ ପରିମାଣରେ ବ୍ୟବହାର କରାଯାଇଥାଏ । ଏହା ଯେ କେବଳ କୋଲେଷ୍ଟ୍ରଲ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ତାହା ନୁହେଁ ,ଯେଉଁ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ ତାଙ୍କ ପାଇଁ ମଧ୍ୟ ଏହି ବିରି ଡାଲି ଫଳପ୍ରଦ ଅଟେ । 
୪- ସାଧାରଣତଃ କାବୁଲି ଚଣା ଆମେ ଡାଲି ଭାବେ କମ୍ ବ୍ୟବହାର କରିଥାଉ କିନ୍ତୁ ଏହାକୁ ଛୋଲେ ଭାବେ ଅଧିକ ତିଆରି କରାଯାଏ । ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ମନେ ରଖନ୍ତୁ କାବୁଲି ଚଣା ତିଆରି କରିବା ସମୟରେ ଅଧିକ ତେଲ ବ୍ୟବହାର କରନ୍ତୁ ନାହିଁ ନଚେତ୍ କୋଲେଷ୍ଟ୍ରଲ ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ପାଇବା ଆଶଙ୍କା ରହିଛି ।