ପ୍ରତିଦିନ ଖାଲି ପେଟରେ ୪ଟି ତୁଳସୀପତ୍ର ଖାଆନ୍ତୁ, ମଧୁମେହ ସମେତ ୫ଟି ରୋଗ ଠାରୁ ଦୂରେଇ ରୁହନ୍ତୁ
Advertisement
Article Detail0/zeeodisha/odisha1414212

ପ୍ରତିଦିନ ଖାଲି ପେଟରେ ୪ଟି ତୁଳସୀପତ୍ର ଖାଆନ୍ତୁ, ମଧୁମେହ ସମେତ ୫ଟି ରୋଗ ଠାରୁ ଦୂରେଇ ରୁହନ୍ତୁ

ଯଦି ମଧୁମେହ,ମାନସିକ ଚାପ କିମ୍ବା ଥଣ୍ଡା କାଶ ସମସ୍ୟା ରହିଛି ତେବେ ସକାଳେ ଉଠି ଖାଲି ପେଟରେ ତୁଳସୀ ପତ୍ରକୁ ଚୋବାଇ ଖାଇବା ଦ୍ବାରା ଅନେକ ରୋଗ ଦୂର ହୋଇଥାଏ । 

ପ୍ରତିଦିନ ଖାଲି ପେଟରେ ୪ଟି ତୁଳସୀପତ୍ର ଖାଆନ୍ତୁ, ମଧୁମେହ ସମେତ ୫ଟି ରୋଗ ଠାରୁ ଦୂରେଇ ରୁହନ୍ତୁ

ତୁଳସୀ ପତ୍ରରେ ମା ଲକ୍ଷ୍ମୀଙ୍କ ବାସ ବୋଲି ବିଶ୍ବାସ ରହିଛି । ସନାତନ ଧର୍ମରେ ତୁଳସୀ ହେଉଛି ପବିତ୍ର ଗଛ । କୁହାଯାଏ କି ଘରେ ଯଦି ଆପଣ ତୁଳସୀ ଗଛ ଲଗାନ୍ତି ତେବେ ସୁଖ-ସମୃଦ୍ଧିର କେବେ ଅଭାବ ରହି ନ ଥାଏ । ଏହା କେବଳ ଆଧାତ୍ମିକ ଗଛ ନୁହେଁ ବରଂ ଏହା ଏକ ଆୟୁର୍ବେଦିକ ଗଛ ଅଟେ । ତୁଳସୀ ପତ୍ରକୁ ଚୋବାଇ ଖାଇବା ଦ୍ବାରା ମଧୁମେହ ସମେତ ୫ଟି ପ୍ରମୁଖ ରୋଗ  ଭଲ ହୋଇଥାଏ । 

ମଧୁମେହ ହୁଏ ନିୟନ୍ତ୍ରଣ-
ତୁଳସୀ ପତ୍ରରେ କାରୋଫିଲେନ୍, ମିଥାଇଲ ୟୁଜେନାଲ ଏବଂ ୟୁଜିନୋଲ ପରି ତତ୍ତ୍ବ ମିଳିଥାଏ । ଯାହା ଶରୀରର ଇନସୁଲିନ ସ୍ତର ନିୟନ୍ତ୍ରଣରେ ରଖିଥାଏ। ଯେଉଁ କାରଣରୁ ରକ୍ତରେ ଶର୍କରା ସ୍ତର ଭଲ ରହିଥାଏ ଏବଂ ମଧୁମେହ ହୁଏ ନାହିଁ । 

Also Read ; କପାଳରେ କାହିଁକି ଲଗାଯାଏ ତ୍ରିପୁଣ୍ଡ ? ଚମତ୍କାର ଶକ୍ତି ସହ ଧାର୍ମିକ ଏବଂ ବୈଜ୍ଞାନିକ ବିଶେଷତ୍ବ ବିଷୟରେ ଜାଣନ୍ତୁ

ମୁଣ୍ଡବିନ୍ଧା ଦୂର କରେ-

ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାରେ ତୁଳସୀ ପତ୍ର ବେଶ ଲାଭପଦ୍ର । ଥଣ୍ଡା,ମୁଣ୍ଡବିନ୍ଧା,ଆଲର୍ଜି ଏବଂ ସାଇନୋସିସ୍ ରେ ତୁଳସୀ ପତ୍ର ରାମବାଣ ପରି କାମ କରିଥାଏ । ଏଥିପାଇଁ ଆପଣ ତୁଳସୀ ପତ୍ରକୁ ପାଣିରେ ଫୁଟାଇ ଏହାକୁ ଛାଣି ଉଷୁମ ଉଷୁମ ପିଅନ୍ତୁ । ଦେଖିବେ ଆପଣ ଯନ୍ତ୍ରଣାରୁ କିଛି ମାତ୍ରାରେ ଉପଶମ ପାଇବେ । 

ମାନସିକ ଚାପରୁ ମୁକ୍ତି-
ଏକ ରିପୋର୍ଟରୁ ପ୍ରକାଶ କି ତୁଳସୀରେ କର୍ଟିସୋଲ ରହିଛି ଯାହା ମାନସିକ ଚାପକୁ କମ କରିଥାଏ । ତେଣୁ ଯେଉଁ ମାନେ ଚାପ ସହ ସଂଘର୍ଷ କରୁଛନ୍ତି ସେମାନଙ୍କ ପାଇଁ ତୁଳସୀ ପତ୍ରର ସେବନ ଲାଭଦାୟକ ଅଟେ । ଆପଣ ଖାଲି ପେଟରେ ପ୍ରତିଦିନ ୧୨ଟି ତୁଳସୀ ପତ୍ର ଚୋବାଇ ଖାଇବା ଆରମ୍ଭ କରିଦିଅନ୍ତୁ ଦେଖିବେ ଆପଣ ଖୁବ ଶୀଘ୍ର ଲାଭ ପାଇ ପାରିବେ । 

ଗଳା ଖରାପ-
ପାଗ ପରିବର୍ତ୍ତନ ହେଲେ ଗଳା ଯନ୍ତ୍ରଣା ସ୍ବାଭାବିକ କଥା । ତେବେ ଗଳା ଯନ୍ତ୍ରଣା ଦୂର କରିବା ପାଇଁ କିଛି ତୁଳସୀ ପତ୍ରକୁ ପାଣିରେ ଫୁଟାଇ ତାହାକୁ ଛାଣି ଧୀରେ ଧୀରେ ସେବନ କରନ୍ତୁ । ଦେଖିବେ ଗଳା ଯନ୍ତ୍ରଣାରୁ ଆରାମ ଦେଇଥାଏ । 
 
ପାଟି ଦୁର୍ଗନ୍ଧ-
ଖରାପ ନିଶ୍ବାସ ଏବଂ ଦୂର୍ଗନ୍ଧ ପାଇଁ ତୁଳସୀ ପତ୍ର ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ କିଛି ତୁଳସୀ ପତ୍ରକୁ ତୋଳି ତାକୁ ଧୋଇ ଚୋବାଇ ଖାଇବାକୁ ଚେଷ୍ଟା କରନ୍ତୁ ଦେଖିବେ ପାଟି ଦୁର୍ଗନ୍ଧ ଦୂର ହୋଇଯିବ ।