Value of Pumpkin Seeds: ଆପଣ ପ୍ରତ୍ୟେକ ଦିନ ଖାଇବାରେ ପ୍ରାୟତଃ କଖାରୁ (Pumpkin)ର ବ୍ୟବହାର କରୁଥିବେ। କଖାରୁରୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। କଖାରୁ ଏପରି ଏକ ପନିପରିବା (Vegetables) ଯାହା କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ବହୁଳ ଭାବରେ ବ୍ୟବହୃତ ହୁଏ। ଏହାକୁ ଏକ ସ୍ୱାଦିଷ୍ଟ ପରିବା ହିସାବରେ ବିବେଚନା କରାଯାଏ ଓ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଏହାକୁ ରାନ୍ଧିବା ବହୁତ ସହଜ ଏବଂ ଏହା ହଜମ ହେବାରେ କୌଣସି ଅସୁବିଧା ହୁଏ ନାହିଁ କିନ୍ତୁ ଅଧିକ ଖାଇଦେଲେ ହୁଏତ ଏହା ଦେହ ପାଇଁ କ୍ଷତିକାରକ ହୋଇପାରେ। ହେଲେ ଗୋଟିଏ ଜିନିଷକୁ ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ, ଯେ ଆମେ ଏପରି କଖାରୁ କିଣିଥାଉ ଯେଉଁଥିରେ ମଞ୍ଜି ଯଥେଷ୍ଟ ଥାଏ। ସେଥିରେ ମଞ୍ଜି ପ୍ରଯ୍ୟାପ୍ତ ଥିଲେ ମଧ୍ୟ ଆମେ ଏହାକୁ ରାନ୍ଧିବା ସମୟରେ ବାହାର କରି ଡଷ୍ଟବିନରେ ପକାଇ ଦେଇଥାଉ। କିନ୍ତୁ, ଯଦି ଆପଣ ସେହି ମଞ୍ଜିର ଲାଭ ବିଷୟରେ ଜାଣିବେ, ତେବେ ହୁଏ ତ ଆପଣ ଆଉ ଏହି ଭୁଲ କରିବେ ନାହିଁ। ଗ୍ରେଟର ନୋଏଡାର ଜିଆଇଏମଏସ (GIMS) ହସ୍ପିଟାଲରେ କାର୍ଯ୍ୟରତ ଜଣେ ପ୍ରସିଦ୍ଧ ଡାଏଟିସିଆନ୍ ଡକ୍ଟର ଆୟୁଷୀ ଯାଦବ (Dr. Ayushi Yadav) କହିଛନ୍ତି ଯେ, କଖାରୁ ମଞ୍ଜି ଆମ ପାଇଁ କେଉଁ କାର୍ଯ୍ୟରେ ଆସିପାରିବ?


COMMERCIAL BREAK
SCROLL TO CONTINUE READING

ଉପକାରୀତା ନମ୍ବର ଏକ


ଆଜିକାଲି ଲୋକଙ୍କ କାର୍ଯ୍ୟ, ପରିବାର ଏବଂ ଆର୍ଥିକ ଚାପ ବହୁତ ବୃଦ୍ଧି ପାଇଛି, ଯେଉଁଥି ପାଇଁ ସେମାନଙ୍କୁ ଅନେକ ସମୟରେ ଟେନସନ ଏବଂ ଡିପ୍ରେସନ୍ ଦେଇ ଗତି କରିବାକୁ ପଡେ। କଖାରୁ ମଞ୍ଜି ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ ବ୍ୟବହାର କରାଯାଇପାରେ। କାରଣ ଏଥିରେ ମ୍ୟାଗ୍ନେସିୟମ୍ ଥାଏ ଯାହା ମନକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ କଖାରୁ ମଞ୍ଜିରେ ଥିବା ଜିଙ୍କ ଏବଂ ଭିଟାମିନ୍ ବି ମାଧ୍ୟମରେ ଟେନସନ ମଧ୍ୟ ଦୂର କରାଯାଇପାରିବ।


ଉପକାରୀତା ନମ୍ବର ଦୁଇ


ଆଜିକାଲି ଅନେକ ଲୋକ କମ୍ ନିଦ୍ରା ଭଳି ଅସୁବିଧା ଭୋଗୁଛନ୍ତି, ଶତଚେଷ୍ଟା ସତ୍ତ୍ବେ ସେମାନେ ଆରାମରେ ଟିକେ ଶୋଇପାରୁ ନାହାନ୍ତି ଏବଂ ରାତିସାରା ନିଜର କଡ ଲେଉଟାଇଥାନ୍ତି। ଏପରି ପରିସ୍ଥିତିରେ କଖାରୁ ମଞ୍ଜି ଅନିଦ୍ରା ସମସ୍ୟାରୁ ମୁକ୍ତି ଦେଇପାରେ। ଏହାର ସେବନରେ ମଧ୍ୟ Insomnia ଦୂର ହୋଇଥାଏ।


ଉପକାରୀତା ନମ୍ବର ତିନି


କରୋନା ମହାମାରୀ ପରେ ରୋଗ ପ୍ରତିରୋଧକ ଶକ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଯାହା କରୋନା ସଂକ୍ରମଣରୁ ଆମକୁ ରକ୍ଷା କରିପାରିବ। କଖାରୁ ମଞ୍ଜିରେ ଭିଟାମିନ୍ ଇ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ତେଣୁ, ଏହା କରୋନା ପାଇଁ ମଧ୍ୟ ଉପଯୋଗୀ।


ଉପକାରୀତା ନମ୍ବର ଚାରି


କଖାରୁ ମଞ୍ଜି ମଧୁମେହ ରୋଗୀ ମାନଙ୍କ ପାଇଁ ମଧ୍ୟ ଉପଯୋଗୀ ଅଟେ। ଏଥିରେ ପ୍ରଚୁର ଫାଇବର ଥିବାରୁ ଏହା ଟାଇପ୍-୨ ମଧୁମେହ ପାଇଁ ଲାଭଦାୟକ ଅଟେ। ଏହି ମଞ୍ଜିରେ ଭିଟାମିନ୍ ସି ମିଳିଥାଏ, ଯାହା ମଧୁମେହରେ ରାମବାଣ ସଦୃଶ୍ୟ ଅଟେ। ଏହା ରକ୍ତରେ ଥିବା ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।



(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାମାନ୍ୟ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ZEE NEWS ODISHA ଏହା ନିଶ୍ଚିତ କରେ ନାହିଁ।)