Rahu Gochar 2023: ବୈଦିକ ଶାସ୍ତ୍ରରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ ଭାବେ ବିବେଚନା କରାଯାଇଥାଏ । ଜାତକରେ ଏହି ଗ୍ରହ ମାନଙ୍କର ସ୍ଥିତି ବ୍ୟକ୍ତିର ଜୀବନକୁ ପ୍ରଭାବିତ କରିଥାଏ । ସେହିପରି ଜାତକରେ ଯଦି ରାହୁ ଭଲ ସ୍ଥିତିରେ ରହିଥାଆନ୍ତି ତାହାଲେ, ବ୍ୟକ୍ତି ତା ଜୀବନରେ ଅନେକ ସଫଳତା ପାଇଥାଏ। ସେହିପରି ରାହୁଙ୍କ ଅଶୁଭ ପ୍ରଭାବ ପଡ଼ିଲେ ବ୍ୟକ୍ତି ତା ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଏ । ରାହୁ ୨୦୨୩ ଅକ୍ଟୋବର ୩୦ ତାରିଖରେ ରାଶି ପରିବର୍ତ୍ତନ (Rahu Gochar 2023) କରିବାକୁ ଯାଉଛନ୍ତି । ତେବେ ରାହୁଙ୍କ ଏହି ରାଶି ପରିବର୍ତ୍ତନ ଅନେକ ରାଶିଙ୍କୁ ଶୁଭ ଫଳ ପ୍ରଦାନ କରିବ । ତେବେ ଚଳିତ ବର୍ଷ ରାହୁ ମୀନ (Pisces ) ରାଶିକୁ ଗୋଚର କରିବାକୁ ଯାଉଛନ୍ତି, ଯାହା ଫଳରେ ଉକ୍ତ ସମୟ ମଧ୍ୟରେ କେତେକ ରାଶିର ବ୍ୟକ୍ତି ବିଶେଷ ଆର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ସେମାନଙ୍କର ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ମଧ୍ୟ ସମାପ୍ତ ହେବ ।


COMMERCIAL BREAK
SCROLL TO CONTINUE READING

ରାହୁଙ୍କ ରାଶି ପରିବର୍ତ୍ତନ ଯୋଗୁଁ ମାଲେମାଲ ହେବେ ଏହିସବୁ ରାଶି  


ବୃଷ ରାଶି (Taurus): ବୃଷ ରାଶିର ଆୟ ଗୃହରେ ରାହୁ ଗୋଚର କରିବେ, ଯାହାଫଳରେ ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଆର୍ଥିକ କ୍ଷେତ୍ରରେ ଲାଭବାନ ହେବା ସହ ସେମାନଙ୍କ ଆୟରେ ମଧ୍ଯ ବୃଦ୍ଧି ଘଟିବ । ସେୟାର ମାର୍କେଟ, ବେଟିଂ ଓ ଲଟେରୀରେ ଲାଭ ମିଳିବ। ରାହୁଙ୍କ ଆଗମନ ଯୋଗୁଁ ଆକସ୍ମକ ଧନଲାଭ ନେଇ ମଧ୍ଯ ଯୋଗ ରହିଛି । କର୍ମ କ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ପଦୋନ୍ନତି ମିଳିପାରେ ।


କର୍କଟ ରାଶି (cancer): କର୍କଟ ରାଶିର ନବମ ଘରେ ରାହୁଙ୍କ ଗୋଚର ହେତୁ ଭାଗ୍ୟ ଆପଣଙ୍କ ସାଥ ଦେବ । ଦୀର୍ଘ ଦିନରୁ ଭାବୁଥିବା କାର୍ଯ୍ୟ ସଫଳତାର ସହ ସମାପ୍ତ ହେବ । ବିଦେଶ ଯିବା ନେଇ ସୁଯୋଗ ମିଳିପାରେ । ନୂଆ ଜମି ବାଡ଼ି କିଣିବା ନେଇ ମଧ୍ଯ ଯୋଗ ରହିଛି । ଦୂରସ୍ଥାନକୁ ଯାତ୍ରା କରିବା ଦ୍ବାରା ଲାଭ ମିଳିପାରେ । ବ୍ୟବସାୟୀ ମାନେ ଲାଭବାନ ହେବେ । ଆୟ ବୃଦ୍ଧି ହେବ ।


ତୁଳା ରାଶି (libra): ତୁଳା ରାଶିର ଷଷ୍ଠ ଘରେ ରାହୁ ଗୋଚର କରିବେ। ଏହାର ପ୍ରଭାବରେ ଉକ୍ତ ରାଶିର ବ୍ୟକ୍ତି ବିଶେଷ ତାଙ୍କ ଜୀବନରେ ଅନେକ ସଫଳତା ପାଇବେ । କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯିବ । ଆର୍ଥିର କ୍ଷେତ୍ରରେ ଲାଭବାନ ହେବେ । ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିବ। ଘର, ଗାଡ଼ି ଓ ଜମି ବାଡ଼ି କ୍ରୟ କରିବା ନେଇ ଯୋଗ ରହିଛି ।


ମୀନ ରାଶି (Pisces) : ରାହୁଙ୍କ ଏହି ରାଶି ପରିବର୍ତ୍ତନ ଯୋଗୁଁ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ସୁନା ପରି ଚମକିବ। ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତ ହେବା ସହ ଦୀର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଆୟ ବୃଦ୍ଧି ହେବ। ଏହି ସମୟରେ ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରିବେ। ପରିବାରରେ ସୁଖ ସମୃଦ୍ଧି ଲାଭ ହେବ । ପଦୋନ୍ନତି ନେଇ ଯୋଗ ମଧ୍ୟ ରହିଛି। 


ଏହା ବି ପଢନ୍ତୁ- Horoscope Today 10 June 2023: ଯାତ୍ରା ବେଳେ ସାବଧାନ ରୁହନ୍ତୁ ଏହି ରାଶି, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)