Rahu Transit in Pisces: ଜ୍ୟୋତିଷ ଶାସ୍ତ୍ରରେ ରାହୁଙ୍କୁ (Rahu) ଛାୟା ଗ୍ରହ ବୋଲି କୁହାଯାଏ । ସେହିପରି ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରାହୁଙ୍କୁ (Rahu) ଏକ ନିଷ୍ଠୁର ଗ୍ରହ ଭାବେ ବିବେଚନା କରାଯାଇଛି। ତେବେ, ରାହୁ ଜଣେ ବ୍ୟକ୍ତିଙ୍କ ଉପରେ ଅସନ୍ତୁଷ୍ଟ ହେଲେ ବ୍ୟକ୍ତିଙ୍କ ଜୀବନରେ ଅଶୁଭ ଘଟଣା ଘଟିବା ଆରମ୍ଭ ହୋଇଥାଏ । ଯଦି ଆପଣଙ୍କ ରାଶିରେ ରାହୁଙ୍କ ସ୍ଥିତି ଖରାପ ଥାଏ । ତେବେ, ଆପଣଙ୍କ ଜୀବନରେ ଅନେକ ସମସ୍ୟା ମାଡି଼ ଆସେ।  ଧନହାନୀ ସହ କ୍ୟାରିୟରରେ ଅସଫଳତାର ସାମ୍ନା କରିବାକୁ ପଡିଥାଏ।  ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାହୁ ୩୦ ଅକ୍ଟୋବର ୨୦୨୩ରେ ମୀନ ରାଶିରେ ପ୍ରବେଶ କରିବେ।  ଫଳରେ ରାହୁଙ୍କ ଏହି ଚଳନ କିଛି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶିକୁ ଅଶୁଭ ଫଳ ପ୍ରଦାନ କରିବେ।  ରାହୁଙ୍କ ଏହି ଚଳନ ଯୋଗୁଁ ୫ ରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡି଼ବ । 


COMMERCIAL BREAK
SCROLL TO CONTINUE READING

ଏହି ରାଶିର ଲୋକେ ରୁହନ୍ତୁ ସାବଧାନ୍:


କର୍କଟ ରାଶି:  ରାହୁ ଏହି ରାଶିର ଦଶମ ଘରେ ପ୍ରବେଶ କରିବେ । ଫଳରେ କର୍କଟ ରାଶିର ଲୋକଙ୍କୁ ଅଶୁଭ ଫଳ ମିଳିବ।  ଏହି ଅବଧି ମଧ୍ୟରେ ଆପଣ ସମସ୍ତ କାର୍ଯ୍ୟରେ ବିଫଳତାର ସାମ୍ନା କରିବେ। ଏହା ସହିତ ବ୍ୟବସାୟରେ କ୍ଷତି ସହିବେ। ଚାକିରିରୁ ଛଟେଇର ଶିକାର ମଧ୍ୟ ହୋଇପାରନ୍ତି।  ଏହି ସମୟ ମଧ୍ୟରେ ଆପଣଙ୍କ ନିଜ କର୍ମକ୍ଷେତ୍ର ଉପରିସ୍ତ ଅଧିକାରୀଙ୍କ ଠାରୁ ନିନ୍ଦା ପାଇପାରନ୍ତି।  ଯାହା ଆପଣଙ୍କ ଚାକିରି ଉପରେ ମଧ୍ୟ ପ୍ରଭାବ ପକାଇପାରେ। କେବଳ ସେତିକି ନୁହେଁ, ଦାମ୍ପତ୍ୟ ଜୀବନରେ ଝଡ଼ ବି ଆସିବ। ଯାହା ଫଳରେ ଆପଣଙ୍କ ପତ୍ନୀ ଆପଣଙ୍କ ଠାରୁ ଦୂରେଇ ଯିବେ। 


ସିଂହ ରାଶି: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାହୁଙ୍କ ମୀନ ରାଶିକୁ ଚଳନ କଲେ,  ଏହି ରାଶିର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିବ। ଆର୍ଥିକ ସ୍ଥିତି ଦୁର୍ବଳ ହେବା ସହ  ଆପଣଙ୍କ କାର୍ମକ୍ଷେତ୍ରରେ ମଧ୍ୟ ବିଭିନ୍ନ ପ୍ରକାର ବିବାଦରେ ଛନ୍ଦି ହେବେ। ଏହି ସମୟ ମଧ୍ୟରେ ଆପଣଙ୍କୁ କୌଣସି କାର୍ଯ୍ୟରେ ସଫଳତା ମିଳିବ ନାହିଁ।  ଦାମ୍ପତ୍ୟ ଜୀବନରେ କଳହ ଲାଗି ରହିବ । ବୈବାହିକ  ଜୀବନ ପ୍ରତି ଆପଣଙ୍କୁ  ଯତ୍ନବାନ ହେବାକୁ ପଡିବ । ବ୍ୟବସାୟରେ ବିନିଯୋଗ କରିବା ପୂର୍ବରୁ ଆପଣଙ୍କୁ ଭଲ ଭାବରେ ଚିନ୍ତା କରିବାକୁ ପଡିବ, ନଚେତ୍ ଆପଣ ବିପୁଳ ପରିମାଣର ଆର୍ଥିକ କ୍ଷତି ସହିପାରନ୍ତି। 


କନ୍ୟା ରାଶି :  ଖାସ୍ କରି ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଓ ସମସ୍ୟା ଯୋଗୁଁ ମନ ଭଲ ରହିବ ନାହିଁ । ପରିବାରରେ ମତଭେଦ ହୋଇପାରେ। ଯାହାକୁ ନେଇ ଆପଣ ଚିନ୍ତିତ ରହିବେ। ସମୟ ଖରାପ ଚାଲିଥିବାରୁ ଆପଣ ବିନା କାରଣରେ କୋର୍ଟ କଚେରୀ ମାମଲାରେ ଫସି ପାରନ୍ତି। ଯାହା ଆପଣଙ୍କ ଆର୍ଥିକ  ସ୍ଥିତିକୁ ଦୁର୍ବଳ କରିପାରେ। ଗାଡି଼ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ ଆପଣ ବଡ଼ ଦୁର୍ଘଟଣାର ସାମ୍ନା କରିପାରନ୍ତି। ଧାର କରଜରେ ଆପଣ ବୁଡି ରହିବେ।


ଧନୁ ରାଶି : ରାହୁଙ୍କ ରାଶି ପରିବର୍ତ୍ତନ ଏହି ରାଶି ପାଇଁ ପାଇଁ ସମସ୍ୟା ସୃଷ୍ଟି ହେବ। ଖାସ୍ କରି ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଦେଖିଚାହିଁ ଲୋକଙ୍କ ସହ କଥାବାର୍ତ୍ତା କରନ୍ତୁ । ଏହି ସମୟରେ ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ ।  ଏହି ସମୟରେ ଆପଣ ଯଦି କୌଣସି ନୂଆ ବ୍ୟବସାୟ ଆରମ୍ଭ କରୁଛନ୍ତି , ତେବେ ଆପଣଙ୍କୁ କ୍ଷତି ସହିବାକୁ ପଡିବ ।  ଘରେ ଅଯଥାରେ ଅଶାନ୍ତି ଲାଗି ରହିବ । ଏପରିକି ଅଯଥା ଅଶାନ୍ତି କାରଣରୁ ଆପଣଙ୍କ ଦାମ୍ପତ୍ୟ ଜୀବନରେ ମଧ୍ୟ ଝଡ଼ ଆସିପାରେ । ଏହି ସମୟରେ ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ଛାଡି଼ ଯାଇପାରନ୍ତି । କୌଣସି ଶୁଭ କାର୍ଯ୍ୟ ମଧ୍ୟ ଆରମ୍ଭ କରନ୍ତୁ ନାହିଁ । କମ୍ପିଟେଟିଭ ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନେ ମଧ୍ୟ  ଯେତେ ପରିଶ୍ରମ କଲେ । ଏହି ସମୟରେ ଶୁଭ ଫଳ ପାଇବେ ନାହିଁ। କ୍ୟାରିୟରରକୁ ନେଇ ଆପଣ ଅଧିକ ଚିନ୍ତିତ ରହିବେ। 


ମୀନ ରାଶି: କର୍ମ କ୍ଷେତ୍ରରେ ଛୋଟମୋଟ କଥାକୁ ନେଇ ସହକର୍ମୀଙ୍କ ସହ ଝଗଡା ହେବ। ଯାହା ଆପଣଙ୍କ କାର୍ଯ୍ୟ ଉପରେ ବାଧା ସୃଷ୍ଟି କରିପାରେ । ଏପରିକି କାର୍ଯ୍ୟାଳୟରେ ହେବାକୁ ଥିବା ପଦୋନ୍ନତି ମଧ୍ୟ ଆପଣଙ୍କର ଅଟକି ରହିବ । ଯେତେ ସମ୍ଭବ ଆପଣଙ୍କ କ୍ରୋଧକୁ ଆପଣ ନିୟନ୍ତ୍ରଣରେ ରଖନ୍ତୁ।  ଏହି ସମୟରେ ଆପଣଙ୍କ ଶତ୍ରୃମାନେ ମଧ୍ୟ ବେଶ ସକ୍ରିୟ ରହିବେ । ହେବାକୁ ଥିବା କାମ ମଧ୍ୟ ବିଗିଡିଯିବ। ତେଣୁ ଆପଣଙ୍କୁ ସତର୍କ ରହିବାକୁ ପଡିବ। ଏହି ସମୟରେ ଆପଣଙ୍କ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସ୍ବାସ୍ଥ୍ୟ ଜନିକ ସମସ୍ୟା ଦେଖାଦେଇପାରେ। ପାର୍ଟନର ସିପରେ ବ୍ୟବସାୟ କରୁଥିବା ଲୋକେ ମଧ୍ୟ ଏହି ସମୟରେ ସମସ୍ୟାରେ ପଡିପାରନ୍ତି। ନିଜ ପାର୍ଟନରମାନେ ଆପଣଙ୍କୁ ଧୋକା ଦେଇପାରନ୍ତି। 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)