ଦେଶରେ ବେକାରୀ ସମସ୍ୟା ଶୀର୍ଷରେ ପହଞ୍ଚିଥିବା ବେଳେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI)ରେ ନିଯୁକ୍ତି ସୁଯୋଗ ବାହାରିଛି। ମୋଟ ୨୯୪ Grade 'B' ଅଫିସର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରେଡ୍ ବି ହେଉଛି ଏକ ଜାତୀୟ ସ୍ତରୀୟ ସରକାରୀ ପରୀକ୍ଷା ଯାହା, ରିଜର୍ଭ ବ୍ୟାଙ୍କ ଦ୍ୱାରା ବ୍ୟାଙ୍କିଙ୍ଗ କ୍ଷେତ୍ରର ଏକ ଅଂଶ ହେବାକୁ ଆଗ୍ରହ ପ୍ରକାଶ କରୁଥିବା ବ୍ୟକ୍ତିଙ୍କ ପାଇଁ କରାଯାଇଥାଏ। ଏହା ଏକ ଉଚ୍ଚ ଦରମା ଏବଂ ସମ୍ମାନଜନକ ଚାକିରି ହୋଇଥିବାରୁ ପ୍ରତିଯୋଗିତା ବଢୁଛି। ତେବେ ଏହି ନିଯୁକ୍ତି ପାଇଁ ବିଦେଶୀ ନାଗରିକ (ସର୍ତ୍ତମୂଳକ) ମଧ୍ୟ ଆବେଦନ କରିପାରିବେ। ତବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ତଥ୍ୟ


COMMERCIAL BREAK
SCROLL TO CONTINUE READING

ଖାଲି ପଦବୀ ସଂଖ୍ୟା
-----------------------------------


  • ପଦବୀ ନାମ: ଗ୍ରେଡ୍ ବି ଅଧିକାରୀ (DR)

  • ଖାଲି ପଦବୀ ସଂଖ୍ୟା: ୨୯୪

  • ସାଧାରଣ: ୨୩୮

  • DEPR: ୩୧

  • DSIM: ୨୫


ବୟସ ସୀମା
------------------------------


  • ୨୧ରୁ ୩୦ ବର୍ଷ 

  • M.Fil ଧାରଣ କରିଥିବା ପ୍ରାର୍ଥୀଙ୍କ ପାଇଁ ୩୨ ବର୍ଷ

  • Ph.D. ଯୋଗ୍ୟତା ଥିବା ପ୍ରାର୍ଥୀଙ୍କ ପାଇଁ ୩୪ ବର୍ଷ


ଦରମା
------------------------------


  • ମାସିକ: ୩୫,୧୫୦ ଟଙ୍କା  (ବେସିକ୍ ପେ)

  • ଚାକିରି ଅବସ୍ଥାନ: ସମଗ୍ର ଭାରତ


ତାରିଖ
----------------------------


  • ବିଜ୍ଞପ୍ତି ପ୍ରକାଶ: ୨୧ ମାର୍ଚ୍ଚ ୨୦୨୨

  • ପଞ୍ଜୀକରଣ ପ୍ରକ୍ରିୟା: ୨୮ ମାର୍ଚ୍ଚ ୨୦୨୨ରୁ

  • ଶେଷ ତାରିଖ : ୧୮ ଏପ୍ରିଲ୍ ୨୦୨୨

  • ପରୀକ୍ଷା: ୨୮ମଇ ୨୦୨୨ - ୦୬ ଅଗଷ୍ଟ ୨୦୨୨

  • ପ୍ରଥମ ପର୍ଯ୍ୟାୟ ପରୀକ୍ଷା: ୨୮ ମଇ ୨୦୨୨, ୨ ଜୁଲାଇ ୨୦୨୨

  • ଫଳାଫଳ: ଜୁନ୍ ୨୦୨୨

  • ଦ୍ୱିତୀୟ ପର୍ଯ୍ୟାୟ କଲ୍ ଲେଟର: ୨୫ ଜୁନ୍ ଏବଂ ୬ ଅଗଷ୍ଟ ୨୦୨୨

  • ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା:  ଜୁଲାଇ ୨୦୨୨


ଆବେଦନ
-----------------------------


  • ଅଫିସିଆଲ୍ ୱେବସାଇଟ୍: www.rbi.org.in


ଆବେଦନ ଶୁଳ୍କ
-------------------------------


  • ସାଧାରଣ/OBC- ୮୫୦ ଟଙ୍କା

  • SC / ST / PWD- ୧୦୦ ଟଙ୍କା

  • ଆରବିଆଇ କର୍ମଚାରୀ- ନିଃଶୁଳ୍କ


ଚୟନ ପ୍ରକ୍ରିୟା
-----------------------------


  • ନିଯୁକ୍ତି ଆଧାର: ସିଧାସଳଖ ନିଯୁକ୍ତି

  • ଚୟନ ପ୍ରକ୍ରିୟା: ପ୍ରଥମ ପର୍ଯ୍ୟାୟ, ଦ୍ୱିତୀୟ ପର୍ଯ୍ୟାୟ ଏବଂ ସାକ୍ଷାତକାର


ପ୍ରେଲିମ୍ସ ପରୀକ୍ଷା ପାଟର୍ନ/ ପରୀକ୍ଷା ସିଲାବସ୍
---------------------------------------------


  • ସମୟ: ୨ ଘଣ୍ଟା

  • ମୋଟ ମାର୍କ: ୨୦୦

  • ସାଧାରଣ ସଚେତନତା (General Awareness)

  • ପରିମାଣିକ ଦକ୍ଷତା  (Quantitative Aptitude)

  • ଇଂଗ୍ରାଜୀ ଭାଷା (English Language)

  • ତର୍କ (Logic)


ମେନ୍ସ ପରୀକ୍ଷା ପାଟର୍ନ
----------------------------------


  • ପେପର ୧: ଅର୍ଥନୀତି ଏବଂ ସାମାଜିକ ସମସ୍ୟା - ୫୦% ଅବଜେକ୍ଟିଭ୍ + ୫୦% ବର୍ଣ୍ଣନାକାରୀ (କିବୋର୍ଡ୍ ସାହାଯ୍ୟରେ ଟାଇପ୍ ହେବ)

  • ମୋଟ ମାର୍କ: ୧୦୦

  • ସମୟ: ୨ ଘଣ୍ଟା (୩୦ମି.+୯୦ମି.)

  • ପେପର ୨: ଇଂରାଜୀ (ଲେଖା ଦକ୍ଷତା)-ବର୍ଣ୍ଣନାକାରୀ (୩ ପ୍ରଶ୍ନ)

  • ମୋଟ ମାର୍କ: ୧୦୦

  • ସମୟ: ୯୦ ମି.

  • ପେପର ୩: Finance and Management - ୫୦% ଅବଜେକ୍ଟିଭ୍ + ୫୦% ବର୍ଣ୍ଣନାକାରୀ

  • ମୋଟ ମାର୍କ: ୧୦୦

  • ସମୟ: ୨ ଘଣ୍ଟା (୩୦ମି.+୯୦ମି.)


ସାକ୍ଷାତକାର ପ୍ରକ୍ରିୟା
----------------------------------


  • ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ପେପର ୧, ପେପର ୨ ଏବଂ ପେପର ୩ରେ ମିଳିଥିବା ଏଗ୍ରିଗେଟ୍ ମାର୍କ ଉପରେ ଆଧାର କରି ପ୍ରାର୍ଥୀମାନେ ସାକ୍ଷାତକାର ପାଇଁ ସର୍ଟଲିଷ୍ଟ ହେବେ।

  • ସାକ୍ଷାତକାର ପ୍ରକ୍ରିୟା ୫୦ ମାର୍କର ହେବ।