Nandi Puja: ଭଗବାନ ଶିବଙ୍କର ଅତି ପ୍ରିୟ ବାହନ ନନ୍ଦୀ । ହିନ୍ଦୁ ଧର୍ମ (Hinduism)ରେ ବିଶ୍ୱାସ କରାଯାଏ ଯେ ନନ୍ଦୀ ମହାରାଜ ସବୁବେଳେ ଭଗବାନ ଶଙ୍କର (Lord Shiva)ଙ୍କ ସହିତ ରୁହନ୍ତି । ଏହି କାରଣରୁ ପ୍ରତି ଶିବ ମନ୍ଦିର (Temple) ସମ୍ମୁଖରେ ନନ୍ଦୀଙ୍କ ମୂର୍ତ୍ତି ନିଶ୍ଚିତ ଭାବରେ ପୂଜା କରାଯାଇଥାଏ । ଶିବ ମନ୍ଦିରରେ ଦ୍ୱାରପାଳ ଭାବରେ ବିରାଜିତ ଥାଆନ୍ତି ନନ୍ଦି ମହାରାଜ । ଶିବଙ୍କ ପୂଜା ସହିତ ତାଙ୍କ ବାହନ ନନ୍ଦୀଙ୍କୁ ମଧ୍ୟ ପୂଜା କରାଯାଇଥାଏ । ଲୋକଙ୍କର ବିଶ୍ୱାସ ରହିଛି ଯେ, ନନ୍ଦୀଙ୍କୁ ପୂଜା ନକଲେ ପୂଜା ଅଧା ଅଧୁରା ରହିଯାଏ । ଅନେକ ସମୟରେ ପ୍ରତି ଶିବ ମନ୍ଦିରରେ ଆପଣ ଏହା ନିଶ୍ଚେ ଦେଖିଥିବେ ଯେ, ମହାଦେବଙ୍କୁ ପୂଜା କରିବାକୁ ଆସୁଥିବା ଭକ୍ତମାନେ ନନ୍ଦୀ ମହାରାଜଙ୍କୁ ପ୍ରଣାମ କରିବା ସହ ତାଙ୍କ କାନରେ କିଛି ମନର କଥା କହିଥାନ୍ତି । ବିଶ୍ୱାସ କରାଯାଏ ଯେ, ନନ୍ଦୀଙ୍କ କାନରେ ମନର ଇଚ୍ଛା କହିବା ଦ୍ୱାରା ତାହା ଖୁବ ଶୀଘ୍ର ପୂରଣ ହୁଏ । କିନ୍ତୁ କିଛି ଜଣଙ୍କ ଇଚ୍ଛା ତୁରନ୍ତ ପୂରଣ ନହେବା ମଧ୍ୟ ଦେଖିବାକୁ ମିଳେ । କାରଣ ସେମାନେ ସଠିକ ଉପାୟରେ ନନ୍ଦୀଙ୍କ କାନରେ କଥା କହିନଥାନ୍ତି । ତେଣୁ ଆଜି ଆପଣଙ୍କୁ ଜଣାଇବୁ ଆପଣ କିପରି ନନ୍ଦୀଙ୍କ କାନରେ ସଠିକ ଭାବରେ ମନର କଥା କହିବେ ।


COMMERCIAL BREAK
SCROLL TO CONTINUE READING

ଧାର୍ମିକ ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କ ବାହନ ନନ୍ଦୀଙ୍କ କାନରେ ଇଚ୍ଛା କହିବାର କିଛି ସଠିକ୍ ଉପାୟ କୁହାଯାଇଛି । ଯଦି ଏହି ପଦ୍ଧତିକୁ ଭକ୍ତମାନେ ଗ୍ରହଣ କରି ମନର ଇଚ୍ଛା ପ୍ରକାଶ କରିବେ ତେବେ ତାହା ଖୁବ୍ ଶୀଘ୍ର ପୂରଣ ହୋଇଥାଏ । ତେବେ ପ୍ରଥମ ସୁତ୍ର ଏହା ଯେ, ଯଦି ଆପଣ ଶିବ ମନ୍ଦିରକୁ ଯାଉଛନ୍ତି ତେବେ ପ୍ରଥମେ ମହାଦେବଙ୍କ ବାହନ ନନ୍ଦୀଙ୍କୁ ପୂଜା କରନ୍ତୁ । ନନ୍ଦୀଙ୍କୁ ପୂଜା ନକରି କେବଳ ଶିବଲିଙ୍ଗଙ୍କୁ ପୂଜା କଲେ ଆପଣଙ୍କ ମନସ୍କାମନା ପୂରଣ ହେବନାହିଁ ।  ଶିବଲିଙ୍ଗଙ୍କୁ ଯଥା ବିଧିରେ ପୂଜା କରିବା ପରେ ନିଶ୍ଚିତ ଭାବରେ ମହାଦେବଙ୍କ ବାହନ ନନ୍ଦୀଙ୍କ ସାମ୍ନାରେ ଏକ ଦୀପ ଜାଳନ୍ତୁ । ଏହା ସହିତ ମହାଦେବଙ୍କ ଆରତୀ କରିବା ସମେତ ତାଙ୍କ ବାହନ ନନ୍ଦୀଙ୍କ ନିକଟରେ ମଧ୍ୟ ଆରତୀ କରନ୍ତୁ ।


ଭଗବାନ ଶିବଙ୍କୁ କିମ୍ୱା ବାହନ ନନ୍ଦୀଙ୍କ ନିକଟରେ ପୂଜା-ଆରତୀ କରିବା ସମୟରେ ଅନ୍ୟମନସ୍କ ରୁହନ୍ତୁ ନାହିଁ । ଅତ୍ୟନ୍ତ ଏକାଗ୍ରତାର ସହ ପବିତ୍ର ମନରେ ଆପଣଙ୍କ ଇଚ୍ଛା ପ୍ରକାଶ କରନ୍ତୁ । ଏହା ବିଶ୍ୱାସ କରାଯାଏ ଯେ, ଭଗବାନ ଶିବ ତାଙ୍କର ଅଧିକାଂଶ ସମୟ ଧ୍ୟାନରେ ବିତାଇଥାନ୍ତି । ଯେପରି ମହାଦେବଙ୍କ ଧ୍ୟାନରେ ବାଧା ନଉପୁଜେ ସେଥିପାଇଁ ଲୋକମାନେ ନନ୍ଦୀଙ୍କ କାନରେ ସେମାନଙ୍କର ମନର କଥା ପରିପ୍ରକାଶ କରିଥାନ୍ତି । ତାପରେ ମହାଦେବଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା ଓ ଭୋଗ ଲାଗି କରନ୍ତି । ଏଥି ସହିତ ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ, ଭଗବାନ ଶିବ ନିଜେ ନନ୍ଦୀଙ୍କୁ ବର ଦେଇଛନ୍ତି ଯେ, ଯେଉଁ ଭକ୍ତ ତୁମର କାନରେ ତାର ମନର ଇଚ୍ଛା ପରିପ୍ରକାଶ କରିବେ ତାଙ୍କର ଇଚ୍ଛା ନିଶ୍ଚିତ ଭାବରେ ପୂରଣ ହେବ ।


ନନ୍ଦୀଙ୍କ କାନରେ କଥା କହିବାର ଆଉ ଏକ ନିୟମ ମଧ୍ୟ ରହିଛି ।  ମନେରଖନ୍ତୁ ଯେ ନନ୍ଦୀଙ୍କ କାନରେ ମନର ଇଚ୍ଛା କହିବାବେଳେ ସର୍ବଦା ନନ୍ଦୀଙ୍କ ବାମ ପଟ କାନରେ କହିବା ଉଚିତ୍ । ବାମ କାନରେ ମନର ଇଚ୍ଛା କହିବା ଅଧିକ ଶୁଭ ବୋଲି ବିବେଚନା କରାଯାଏ । ଆଉ ଏକ କଥା ଏହା ଯେ, ନନ୍ଦୀଙ୍କ କାନରେ ଏପରି କିଛି କଥା ପରିପ୍ରକାଶ କରନ୍ତୁ ନାହିଁ ଯାହା ଅନ୍ୟର କ୍ଷତି ପହଞ୍ଚାଇବ । ଏପରି କରିବା ଦ୍ୱାରା ଲାଭ ପରିବର୍ତ୍ତେ କ୍ଷତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଭଗବାନଙ୍କ ବାହନ ନନ୍ଦୀଙ୍କୁ ମନର କଥା କହିବା ପରେ ତାଙ୍କ ସାମ୍ନାରେ ଫୁଲ, ଫଳ, ଏବଂ ଟଙ୍କା ଦାନ କରିବା ଦ୍ୱାରା ନନ୍ଦୀ ଖୁବ୍ ଖୁସି ହୋଇଥାନ୍ତି ।


Also Read- Ollywood News: ଗାୟିକା ବନିଲେ ଅଶ୍ୱିନଙ୍କ ଭଉଣୀ ଅଙ୍କିତା: ଭଜନରୁ ଆରମ୍ଭ କଲେ କ୍ୟାରିୟର