Sarva Pitru Amavasya 2022:  ନୂଆଦିଲ୍ଲୀ: ପିତୃ ପକ୍ଷରେ ଶ୍ରାଦ୍ଧ ଦେବା ପାଇଁ ଆଜି ହେଉଛି ଅନ୍ତିମ ଦିବସ। ଆଜି ହେଉଛି ପବିତ୍ର ମହାଳୟା ଅମାବାସ୍ୟା। ଆଶ୍ୱିନ ମାସର ଆଜି ହେଉଛି ଅମାବାସ୍ୟା। ଧାର୍ମିକ ତିଥି ମାନ୍ୟତା ଅନୁଯାୟୀ ସର୍ବପିତୃ ଅମାବାସ୍ୟା ଦିନ ସମସ୍ତ ବ୍ୟକ୍ତିବିଶେଷ ପ୍ରାୟତଃ ପିଣ୍ଡଦାନ କରିଥାନ୍ତି। 


COMMERCIAL BREAK
SCROLL TO CONTINUE READING

ତେବେ ଏହି ଦିନକୁ ମହାଳୟା ଅମାବାସ୍ୟା କହିଥାନ୍ତି। ଧାର୍ମିକ ମାନ୍ୟତା ଅନୁଯାୟୀ ଆଜିର ଦିନରେ ଜଣା ଅଜଣା ସମସ୍ତ ବ୍ୟକ୍ତିବିଶେଷଙ୍କୁ ପିଣ୍ଡଦାନ କରାଯିବାର ଆବଶ୍ୟକ ରହିଛି। ଯେଉଁମାନେ ନିଜ ପିତୃପୁରୁଷଙ୍କ ଶ୍ରାଦ୍ଧ ଦିବସ ଭୁଲି ଯାଇଥାନ୍ତି ଏହି ଦିନ ପିଣ୍ଡଦାନ କରିବା ଉଚିତ। କୁହାଯାଏ କି ଏହି ଦିନ ଶ୍ରାଦ୍ଧ କରିବା ଦ୍ୱାରା ପିତୃପୁରୁଷଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହା ସହିତ ପିତୃପୁରୁଷଙ୍କ ଅଶିର୍ବାଦ ରହିଥାଏ। ପିତୃପୁରୁଷଙ୍କ ଆଶିର୍ବାଦ କାରଣରୁ ସୁଖ ସମୃଦ୍ଧି ଲାଭ ହୋଇଥାଏ। ସୌଭାଗ୍ୟବାନ ହୋଇଥାନ୍ତି ଲୋକମାନେ। ଧର୍ମ ଗ୍ରନ୍ଥ ଅନୁଯାୟୀ  ସର୍ବପିତୃ ଅମାବାସ୍ୟା ଦିନ କିଛି କାମ କରିବା ଭୁଲ ବୋଲି ପରମ୍ପରା ରହିଆସିଛି। ଏଥିପାଇଁ ଏଭଳି କାମରୁ ଦୁରେଇ ରହିବାର ଆବଶ୍ୟକତା ରହିଛି। 


ପିତୃପକ୍ଷର ଅନ୍ତିମ ଦିନରେ ଅର୍ଥାତ ମହାଳୟା ଅମାବାସ୍ୟାରେ ଘରୁ କୌଣସି ବ୍ୟକ୍ତି ତଥା ଭିକ୍ଷୁକଙ୍କୁ ଖାଲି ହାତରେ ଫେରିବାକୁ ଦିଅନ୍ତୁ ନାହିଁ। ଯେକେହିବି ମାଗିବାକୁ ଘରକୁ ଆସୁଛନ୍ତି ତାଙ୍କୁ କିଛି ନା କିଛି ଦିଅନ୍ତୁ। କୌଣସି ଗରିବ ବ୍ରାହ୍ମଣ, ଆବଶ୍ୟକ ଥିବା ବ୍ୟକ୍ତିବିଶେଷ, ଦୁର୍ବଳ, ଅସହାୟ,  ବୃଦ୍ଧ ମହିଳା ପ୍ରମୁଖଙ୍କୁ କଦାପି ଆଜିର ଦିନରେ ଘରୁ ଖାଲି ହାତରେ ଫେରାନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ପିତୃପୁରୁଷ ଖୁସି ହୋଇଥାନ୍ତି। 


କାହାର ଅପମାନ କରନ୍ତୁ ନାହିଁ
ଆଜି ପିତୃପକ୍ଷ ଅମାବାସ୍ୟାରେ ଜଣାଅଜଣା ଲୋକଙ୍କର ଅସମ୍ମାନ କରନ୍ତୁ ନାହି। କୌଣସି ବ୍ୟକ୍ତି ବିଶେଷଙ୍କର ଖରାପ ଚିନ୍ତା କରନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ମଧ୍ୟ ପିତୃପୁରୁଷ ଅସନ୍ତୋଷ ଲାଭ କରିଥାନ୍ତି। 


ଏହି ସବୁ ଖାଦ୍ୟ ଖାଆନ୍ତୁ ନାହିଁ ଆଜିର ଦିନରେ
ହିନ୍ଦୁ ଧର୍ମ ଗ୍ରନ୍ଥ ମୁତାବିକ ଆଜି ମହାଳୟା ଅମାବାସ୍ୟାରେ ଆମିଷ ଜାତୀୟ ଭୋଜନ କରନ୍ତୁ ନାହିଁ। ରସୁଣ, ପିଆଜ, ଅଣ୍ଡା, ମାଂସ, ମାଛ, ମଦ୍ୟପାନ କରନ୍ତୁ ନାହିଁ। ଏହା ବ୍ୟତୀତ କୋଳଥ, ମସୁର ଡାଲି ମଧ୍ୟ ଖାଆନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ପିତୃପୁରୁଷ କ୍ଷୋଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି।