Sawan 2023 News In Odia: ଆଉ କିଛିଦିନ ପରେ ଅର୍ଥାତ୍ ଜୁଲାଇ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏଥର ଶ୍ରାବଣ ମାସ ୧୯ ବର୍ଷ ପରେ ଏକ ମହାସଂଯୋଗ ଆଣିବାକୁ ଯାଉଛି । ସେମିତିରେ ହିନ୍ଦୁ ଧର୍ମରେ ଶ୍ରାବଣ ମାସର ଏକ ବିଶେଷ ମହତ୍ୱ ରହିଥିବା ବିଶ୍ୱାସ କରାଯାଏ। ଶ୍ରାବଣ ମାସ ଭଗବାନ ଶିବଙ୍କୁ ସମର୍ପିତ । ଏହିମାସରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଲୋକମାନେ ନିଷ୍ଠାର ସହ ବ୍ରତ ରଖିଥାନ୍ତି। ସବୁଠାରୁ ବଡ଼ କଥା ହେଲା କଥାରେ ଅଛି ବାବା ଭୋଳାଶଙ୍କର 'ତୋପେ ବର ନଚେତ୍ କୋପେ ବର' । ଖାସ୍ ସେଥିପାଇଁ ବ୍ରତ ପାଳନ ସମୟରେ ସବୁକଥାକୁ ନଜରରେ ରଖି ଶ୍ରାବଣ ବ୍ରତ ରଖାଯାଏ। 


COMMERCIAL BREAK
SCROLL TO CONTINUE READING

ଏହିମାସରେ ଶିବଭକ୍ତ ବ୍ରତ ରଖି ଭଗବାନଙ୍କ ଉପରେ ଜଳାଭିଷେକ କରିଥାନ୍ତି। ଜଳାଭିଷେକ ସହ ଭୋଳାନାଥଙ୍କ ପସନ୍ଦ ଯେମିତି କି ବେଲପତ୍ର, ଭାଙ୍ଗ, କ୍ଷୀର, ଚନ୍ଦନ, ଗଙ୍ଗାଜଳ, ଦୁଦୁରା ଫୁଲ, ଭସ୍ମ ଆଦି ଅର୍ପଣ କରାଯାଏ। ସେହିପରି ଶ୍ରାବଣ ମାସରେ ପୂଜା ସମୟରେ ମହିଳାଙ୍କୁ ବିଶେଷ ଧ୍ୟାନ ଦେବା ଜରୁରୀ। ମହିଳା ମାନେ ଭଗବାନ ଶିବଙ୍କ (Lord Shiva) ପୂଜା ସମୟରେ ଅନେକ ଛୋଟବଡ଼ ଭୁଲ କରିଥାନ୍ତି । ତେବେ ଆସନ୍ତୁ ଏହି ଆର୍ଟିକିଲରେ ଜାଣିବା ବ୍ରତ ସମୟରେ କେଉଁ ସବୁ କାମରୁ ଦୂରେଇ ରହିବେ। 


ହଳଦୀ ଲଗାନ୍ତୁ ନାହିଁ: ଶିବଲିଙ୍ଗ ପୁରୁଷ ତତ୍ତ୍ୱ ସହିତ ଜଡ଼ିତ । ଏଥିପାଇଁ କେବେ ବି ଶିବ ଠାକୁର ବା ଶିବଲିଙ୍ଗ (Shiva Linga) ଉପରେ ହଳଦୀ ଅର୍ପଣ କରିବା ଉଚିତ୍ ନୁହେଁ। ଆପଣ ଏହି ଶ୍ରାବଣ ମାସରେ ଶିବଲିଙ୍ଗ ଉପରେ ବେଲପତ୍ର, ଭାଙ୍ଗ, ଗଙ୍ଗାଜଳ, କ୍ଷୀର, ଚନ୍ଦନ, ଭସ୍ମ ଆଦି ଅର୍ପଣ କରାଯାଇଥାଏ।


ଶିବଲିଙ୍ଗକୁ ଛୁଅଁନ୍ତୁ ନାହିଁ: ଶାସ୍ତ୍ର ମୁତାବିକ, ଭଗବାନ ଶିବଙ୍କ ପୂଜା ସମୟରେ ମହିଳା ମାନେ କେବେ ବି ଶିବଲିଙ୍ଗକୁ ଛୁଇଁବା କଥା ନୁହେଁ।  ଏମିତି ବିଶ୍ୱାସ ରହିଛି ଯେ, ମହିଳା ମାନେ ଶିବଲିଙ୍ଗ ଛୁଇଁଲେ ମାତା ପାର୍ବତୀ ରାଗିଯାଆନ୍ତି।


କଳାବସ୍ତ୍ର ପରିଧାନକୁ ବର୍ଜନ: ଶ୍ରାବଣ ମାସରେ ଯଦି ଆପଣ ସୋମବାର ବ୍ରତ ରଖୁଛନ୍ତି ତେବେ ଭୁଲରେ ବି କଳାରଙ୍ଗର କପଡ଼ା ବା ବସ୍ତ୍ର ପରିଧାନ କରନ୍ତୁ ନାହିଁ। କାରଣ କଳାରଙ୍ଗ ନକାରାତ୍ମକ ର ପ୍ରତିକାର ହୋଇଥାଏ। ଭୋଳାବାବାଙ୍କ ଉପାସନା ସମୟରେ ନାଲି କିମ୍ବା ହଳଦୀ ରଙ୍ଗର କପଡ଼ା ପରିଧାନ କରନ୍ତୁ। ସବୁଜ ରଙ୍ଗର କପଡ଼ା ବା ବସ୍ତ୍ର ପରିଧାନ କରି ଭଗବାନ ଭୋଳାବାବାଙ୍କ ଉପାସନା କରିପାରିବେ। 


ଏହିସବୁ ଖାଦ୍ୟରୁ ରୁହନ୍ତୁ ଦୂରେଇ: ଶ୍ରାବଣ ମାସରେ ଭୁଲରେ ବି ବାଇଗଣ, ପତ୍ର ଥିବା ପରିବା, ରସୁଣ, ପିଆଜ, ମାଂସ, ମାଛ, ଅଣ୍ଡା ସହ ମଦରୁ ଦୂରେଇ ରହିବା ଉଚିତ୍। 


ଖରାପ ବ୍ୟବହାର ନକରିବା: କୌଣସି ବ୍ରତର ମାନେ ହେଉଛି ଶାରୀରିକ ଓ ମାନସିକ ରୂପରେ ଆମେ ସାଧନା କରିବା ଉଚିତ୍ । ଏହି ମାସରେ କାହା ସହ ଖରାପ ବ୍ୟବହାର କରିବା ଉଚିତ୍ ନୁହେଁ । ସେହିପରି ଆପଣ ଯଦି ନିଷ୍ଠାର ସହ ସୋମବାର ବ୍ରତ ରଖୁଛନ୍ତି ତେବେ ବ୍ରତ ପୂରା ନହେବା ଯାଏଁ ଶାରୀରିକ ସମ୍ପର୍କ ସ୍ଥାପନାରୁ ଦୂରେଇ ରୁହନ୍ତୁ !


Also Read: Monday Remedies: ସୋମବାର କରନ୍ତୁ ଏହି ଉପାୟ, କୃପା କରିବେ ମହାଦେବ, କରଜରୁ ମିଳିବ ମୁକ୍ତି ମାଡି଼ଯିବ ଧନ ସମୃଦ୍ଧି!


Also Read: Sawan 2023 Date: ୧୯ ବର୍ଷ ପରେ ଏମିତି ସଂଯୋଗ, ଶ୍ରାବଣ ମାସରେ ଏହିସବୁ ରାଶିଙ୍କ ଫିଟିବ ଭାଗ୍ୟ