Monday Remedies: ଜ୍ୟୋତିଷ ଶାସ୍ତ୍ରରେ, ସୋମବାର ଦିନକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଇଛି । ଏହି ଦିନ ଭଗବାନ ଶିବଙ୍କୁ ନିଷ୍ଠାର ସହ ପୂଜା କଲେ ସମସ୍ତ ମନୋକାମନା ପୂରଣ ହେବା ସହ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ସୋମବାର ଦିନ କେଉଁ ସବୁ ଉପାୟ କରିବା ଦ୍ବାରା ସମସ୍ତ ଦୁଃଖ କଷ୍ଟ ଦୂର ହୋଇଥାଏ । ମହାଦେବଙ୍କ ଆଶୀର୍ବାଦ ପାଇବା ଲାଗି ସୋମବାର ଦିନକୁ ଅତ୍ୟନ୍ତ ଫଳପ୍ରଦ ବୋଲି ବିବେଚନା କରାଯାଇଥାଏ । ଏହି ଦିନ ଭଗବାନ ଶିବଙ୍କୁ ନିଷ୍ଠାର ସହ ପୂଜା କଲେ ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହ ଜାତକରେ ଚନ୍ଦ୍ରଙ୍କ ସ୍ଥିତି ମଜଭୁତ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଦେବତାମାନଙ୍କ ମଧ୍ୟରେ ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି , ତେଣୁ ତାଙ୍କୁ ଭୋଳାନାଥ ବୋଲି କୁହାଯାଇଥାଏ। ତେବେ ସୋମବାର ଦିନ ଭୋଳାଶଙ୍କରଙ୍କୁ ପୂଜା କରିବା ସହ କିଛି ବିଶେଷ ଉପାୟ କରିବା ଦ୍ବାରା ତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ଉପାୟ ବିଷୟରେ  ।


COMMERCIAL BREAK
SCROLL TO CONTINUE READING

ଜାତକରେ ଚନ୍ଦ୍ରଙ୍କ ସ୍ଥିତି ମଜଭୁତ କରନ୍ତୁ ଏହି ଉପାୟ


ସୋମବାର ଦିନ ବ୍ରହ୍ମା ମୁହୂର୍ତ୍ତରେ ଭଗବାନ ଶିବଙ୍କ ପୂଜା କରିବା ସହିତ ୨୧ଟି ବେଲ ପତ୍ରରେ ଧଳା ଚନ୍ଦନ ଲଗାଇ ଶିବଲିଙ୍ଗ ଉପରେ ଅର୍ପଣ କରନ୍ତୁ । ଏହାପରେ ଶିବ ଚଳିଶା ପାଠ କରନ୍ତୁ । ଏହି ଉପାୟ କରିବା ଦ୍ୱାରା ଭଗବାନ ଶିବଙ୍କ କୃପା ପ୍ରାପ୍ତ ଲାଭ ହେବା ସହ ଜାତକରେ ଚନ୍ଦ୍ରଙ୍କ ସ୍ଥିତି ମଜଭୁତ ହୋଇଥାଏ ।


ଭଗବାନ ଶିବଙ୍କ ଆଶୀର୍ବାଦ ପାଇଁ..


ସୋମବାର ଦିନ ଶିବଲିଙ୍ଗ ଉପରେ କ୍ଷୀର, ଜଳ ଓ ଗୌରୀ-ଶଙ୍କର ରୁଦ୍ରାକ୍ଷ ଅର୍ପଣ କରନ୍ତୁ । ଏହାପରେ ଘିଅ, ଚିନି, ଗହମ ଓ ଅଟାରେ ପ୍ରସ୍ତୁତ ଭୋଗ ପ୍ରସ୍ତୁତ ପ୍ରଦାନ କରି ଆରତୀ କରନ୍ତୁ । ବ୍ରହ୍ମା ମୁହୂର୍ତ୍ତରେ ଚାଉଳ, କ୍ଷୀର, ରୂପା ଇତ୍ୟାଦି ଦାନ କରନ୍ତୁ । ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଭଗବାନ ଶିବଙ୍କ ଆଶୀର୍ବାଦରେ ସମସ୍ତ କାର୍ଯ୍ୟ ଫଳଦାୟୀ ହୋଇଥାଏ ।


ଅଭାବ ଅନଟନ ଦୂର କରିବା ଲାଗି..


ଆର୍ଥିକ୍ ସ୍ଥିତିକୁ ମଜବୁତ କରିବା ଲାଗି, ସୂର୍ଯ୍ୟୋଦୟ ସମୟରେ ଆଖୁ ରସରେ ଶିବଲିଙ୍ଗକୁ ଅଭିଷେକ କରନ୍ତୁ ।  ସକାଳ ଓ ସନ୍ଧ୍ୟାରେ 'ॐ नमो धनदाय स्वाहा' ମନ୍ତ୍ର ଜପ କରନ୍ତୁ । ଏହି ଉପାୟ କରିବା ଦ୍ବାରା ଆର୍ଥିକ ସ୍ଥିତି ମଜଭୁତ ହେବା ସହ ଜୀବନରେ ସୁଖ ଓ ଶାନ୍ତି ବୃଦ୍ଧି ପାଇଥାଏ ।


ବ୍ୟବସାୟରେ ଉନ୍ନତି ପାଇଁ..


ବ୍ୟବସାୟରେ ଅଗ୍ରଗତି ପାଇଁ ଶିବଲିଙ୍ଗକୁ ପଞ୍ଚାମୃତରେ ଅଭିଷେକ କରନ୍ତୁ । ଏହାପରେ ଶିବଲିଙ୍ଗ ଉପରେ ଚଢା ଯାଇଥିବା କ୍ଷୀରକୁ ଏକ ତମ୍ବା ପାତ୍ରରେ ରଖି ଭକ୍ତିର ସହ 'ଓମ୍ ନମଃ ଶିବାୟ' ମନ୍ତ୍ର ଜପ କରିବା ସହ ସେହି କ୍ଷୀରକୁ ବ୍ୟବସାୟ ସ୍ଥାନରେ ଛିଞ୍ଚନ୍ତୁ। ଏପରି କରିବା ଦ୍ବାରା ବ୍ୟବସାୟରେ ଅଗ୍ରଗତି ସହ ଅଭିବୃଦ୍ଧି ହୋଇଥାଏ ।


ଧନଧାନ୍ୟ ବୃଦ୍ଧି ଲାଗି..


ସୋମବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଶିବ ଲିଙ୍ଗ ଉପରେ କଞ୍ଚା କ୍ଷୀର, ଧଳା ଚନ୍ଦନ, ଗଙ୍ଗାଜଳ ଓ ଚାଉଳ ସହିତ ମିଶ୍ରିତ ତେଲ ଅର୍ପଣ କରନ୍ତୁ। ଏହାପରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ । ଏପରି କରିବା ଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ହେବା ସହ ଜୀବନରେ ଧନଧାନ୍ୟ ବୃଦ୍ଧି ପାଇଥାଏ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)