ପ୍ରାକ ବଜେଟ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ୯ ଟି ଦାବି ରଖିଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2570104

ପ୍ରାକ ବଜେଟ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ୯ ଟି ଦାବି ରଖିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ରେଳ ଏବଂ ସଡ଼କ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଗୁରୁତ୍ଵ ରହିଛି। ଚଳତବର୍ଷ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାକୁ ଗୁରୁତ୍ଵ ଦେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶାକୁ ଭଲ ପାଆନ୍ତି ତେଣୁ ସେ ଅନେକ ସମୟରେ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥାନ୍ତି। ତାଙ୍କୁ ସମ୍ମାନିତ କରିବା ପାଇଁ ମହାପ୍ରସାଦ, ମୂର୍ତ୍ତି ଦେଇଥିଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପ୍ରାକ ବଜେଟ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ୯ ଟି ଦାବି ରଖିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାକ ବଜେଟ୍ ବୈଠକରେ ଯୋଗଦେଇଛନ୍ତି । ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦିନ ତମାମ ଆଲୋଚନାରେ ଭାଗ ନେଇଥିଲି ଏବଂ ଦ୍ରବ୍ୟ, ସେବା କର ଉପରେ ତଥ୍ୟ ରଖିଲି। ଆସନ୍ତା ଆର୍ଥିକ ବର୍ଷରେ ଅଧିକ ଅର୍ଥ ପାଇଁ ଦାବି ରଖିଛି। ନୂଆ ସରକାରଙ୍କଠାରୁ ଲୋକଙ୍କ ଆଶା ଆକାଂକ୍ଷା ଅଧିକ ରହିଛି। ଓଡ଼ିଶାର ରେଳ ଏବଂ ସଡ଼କ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଗୁରୁତ୍ଵ ରହିଛି। ଚଳତବର୍ଷ ମଧ୍ୟ କେନ୍ଦ୍ର ସରକାର ଓଡ଼ିଶାକୁ ଗୁରୁତ୍ଵ ଦେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶାକୁ ଭଲ ପାଆନ୍ତି ତେଣୁ ସେ ଅନେକ ସମୟରେ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥାନ୍ତି। ତାଙ୍କୁ ସମ୍ମାନିତ କରିବା ପାଇଁ ମହାପ୍ରସାଦ, ମୂର୍ତ୍ତି ଦେଇଥିଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପ୍ରାକ ବଜେଟ ବୈଠକରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି

୧- ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜି ନିବେଶ ନିମନ୍ତେ ସ୍ୱତନ୍ତ୍ର ସହାୟତା ଯୋଜନା ୨୦୨୫-୨୬ (SACI) ଅଧୀନରେ ରାଜ୍ୟକୁ ଅଧିକ ଆବଣ୍ଟନ। 

୨- ଓଡ଼ିଶାରେ ସହରୀକରଣ ପାଇଁ କେନ୍ଦ୍ର ସରକାରଙ୍କ ସହାୟତା। 

୩- ଦକ୍ଷିଣ ଏବଂ ପଶ୍ଚିମ ଓଡିଶାରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଯଥାକ୍ରମେ ଗୋପାଳପୁର (ଲୁଣ ଖଳା) ଏବଂ ଝାରସୁଗୁଡା ପାଇଁ ନୂତନ ଇଣ୍ଡଷ୍ଟ୍ରିଆଲ୍ ଟାଉନସିପ୍ ପାଇଁ ପ୍ରସ୍ତାବ।

୪- ଓଡ଼ିଶାରେ ନିବେଶ ପ୍ରୋତ୍ସାହନ ପାଇଁ ଏକ ଉପଯୁକ୍ତ ପରିବେଶ ସୃଷ୍ଟି ନିମନ୍ତେ ବିଶେଷ ସହାୟତା।

୫- ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୧୦,୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ବ୍ୟବସ୍ଥା। 

୬- ଆସନ୍ତା ଗ୍ରୀଷ୍ମ ପୂର୍ବରୁ ଲକ୍ଷ୍ୟ ଧାର୍ଯ୍ୟ ପ୍ରକଳ୍ପ ସମାପ୍ତ କରିବା ଏବଂ ସମସ୍ତ ପ୍ରକଳ୍ପର ଅଗ୍ରଗତିକୁ ତ୍ୱରାନ୍ୱିତ କରିବା ପାଇଁ ଜଳ ଜୀବନ ମିଶନ ଅଧୀନରେ ପର୍ଯ୍ୟାପ୍ତ ବଜେଟ୍ ବ୍ୟବସ୍ଥା। 

୭- ଓଡ଼ିଶାର ବାସୀଙ୍କର ନୂତନ ସରକାର ଠାରୁ ଉଚ୍ଚ ଆଶା ପୂରଣ ଦିଗରେ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଭିତ୍ତିଭୂମିରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା। 

୮- ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ ଅନ୍ତର୍ଗତ ପୂର୍ବରୁ ଅନୁମୋଦିତ ୨୯ଟି ବ୍ଲକ୍ ବ୍ୟତୀତ ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର ଅନ୍ୟ ୧୧ଟି ଅତିରିକ୍ତ ବ୍ଲକ୍ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ।

Also Read- Rahu Gochar 2025: ଶନିଙ୍କ ରାଶିରେ ରାହୁଙ୍କ ଓଲଟା ଚଳନ, ୪ ରାଶିର ବ୍ୟକ୍ତି ପାଇବେ ଧନ !

Also Read- Weather News: ଡିସେମ୍ୱର ୨୪ରୁ ପୁଣି ଭିଜିବ ରାଜ୍ୟ, ସତର୍କ କରାଇଲା ପାଣିପାଗ ବିଭାଗ