Nag Panchami 2023: ସନାତନ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ତ୍ବ ରହିଛି । ଏହି ମାସ ଭଗବାନ ଶିବଙ୍କୁ (Mahadev) ସମର୍ପିତ । କୁହାଯାଏ, ଶ୍ରାବଣ ମାସ ଭଗବାନ ଶିବଙ୍କ ପ୍ରିୟ ମାସ ଅଟେ, ତେଣୁ ଏହି ମାସରେ ମହାଦେବଙ୍କୁ ନିଷ୍ଠାର ସହ ଉପାସନା କଲେ ସବୁ ଇଚ୍ଛା ପୂର୍ଣ୍ଣ ହୋଇଥାଏ । ଶିବ ପୁରାଣ ଅନୁଯାୟୀ, ଶ୍ରାବଣ ମାସ ସୋମବାରେ (Sawan Somwar) ଉପବାସ କରୁଥିବା ବ୍ୟକ୍ତିର ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଶ୍ରାବଣ ମାସର ଶୁଭାରମ୍ଭ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ହୋଇଥାଏ। ଚଳିତ ବର୍ଷ ଶ୍ରାବଣ ମାସ ପାଖାପାଖି ୨ ମାସ ଧରି ଚାଲିବ।


COMMERCIAL BREAK
SCROLL TO CONTINUE READING

ଅନ୍ୟପକ୍ଷରେ, ଶ୍ରାବଣ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିକୁ ନାଗପଞ୍ଚମୀ (Nag Panchami 2023) ଭାବେ ପାଳନ କରାଯାଏ। ଚଳିତ ବର୍ଷ ଅଗଷ୍ଟ ମାସ ୨୧ ତାରିଖ ଅର୍ଥାତ୍ ସୋମବାର ଦିନ ନାଗ ପଞ୍ଚମୀ ପାଳନ କରାଯିବ । ନାଗପଞ୍ଚମୀ ସୋମବାର ଦିନ ପଡିବା ଅତ୍ୟନ୍ତ ଶୁଭ ଅଟେ । କାରଣ ନାଗ ଭଗବାନ ଶିବଙ୍କ ଉପାସକ ହୋଇଥିବା ବେଳେ, ସୋମବାର ଭୋଲେନାଥଙ୍କ ପାଇଁ ଉତ୍ସର୍ଗୀକୃତ । ତେବେ ନାଗପଞ୍ଚାମୀ ଦିନ ନାଗ ଦେବତା ଓ ଭଗବାନ ଶିବଙ୍କୁ ପୂଜା କରିବା ଦ୍ବାରା ଦ୍ବିଗୁଣିତ କୃପା ଓ ଆର୍ଶବାଦ ଲାଭ ହେବ । ଏହାସହ ଚଳିତ ନାଗପଞ୍ଚମୀରେ ସାବର୍ଥ ସିଦ୍ଧ ଯୋଗ (sarvartha siddhi yoga) ସୃଷ୍ଟି ହେବାକୁ ଯାଉଛି । ଫଳରେ ଏହି ନାଗପଞ୍ଚାମୀ ଦିନ ଏହିସବୁ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଖୋଲିବାକୁ ଯାଉଛି ।


ଏହିସବୁ ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ ନାଗପଞ୍ଚାମୀ


ଚଳିତ ବର୍ଷ ନାଗପଞ୍ଚାମୀ କିଛି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ । ଏହି ସମୟରେ ଧନ୍ୟଧାନ୍ୟ ବୃଦ୍ଧି ହେବା ସହ ବ୍ୟବସାୟରେ ମଧ୍ଯ ଅଗ୍ରଗତି ହେବ ।


ବିଛା ରାଶି: ଚଳିତ ବର୍ଷ ନାଗପଞ୍ଚାମୀ ବିଛା ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ଏହି ଦିନ ନାଗ ଦେବତାଙ୍କୁ ପୂଜା କରିବା ଦ୍ବାରା ଆର୍ଶବାଦ ପ୍ରାପ୍ତ ହେବା ସହ ପ୍ରଗତି ଓ ଲାଭ ମିଳିବ । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଘରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ ହେବ । ସନ୍ତାନ ପ୍ରାପ୍ତି ନେଇ ଯୋଗ ରହିଛି ।


ମକର ରାଶି: ନାଗପଞ୍ଚାମୀ ପରେ ମକର ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ଭଲ ସମୟ ଆରମ୍ଭ ହେବ । ଜୀବନରେ ସୁଖ ଓ ଶାନ୍ତି ବୃଦ୍ଧି ପାଇବ । ପାରିବାରିକ ଜୀବନ ସୁଖମୟ ହେବ । ଧନ ଓ ସମୃଦ୍ଧି ବୃଦ୍ଧି ପାଇବ । ଆୟ ବଢିବା ସହ ବ୍ୟବସାୟ କରୁଥିବା ଲୋକେ ଲାଭବାନ ହେବେ ।


ଧନୁ ରାଶି: ଏହି ଦିନ ସୃଷ୍ଟି ହେଉଥିବା ସାବର୍ଥ ସିଦ୍ଧ ଯୋଗ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳ ଆଣିଦେବ । ଫଳରେ କାର୍ଯ୍ୟରେ ସଫଳତା ମିଳିବା ସହ ଚାକିରିରେ ଅଗ୍ରଗତି । ବ୍ୟବସାୟରେ ଲାଭ । ବୈବାହିକ ଜୀବନ ସୁଖମୟ ହେବା ସହ ଆକସ୍ମିକ ଧନ ଲାଭ ନେଇ ଯୋଗ ରହିଛି ।


କୁମ୍ଭ ରାଶି: ଚଳିତ ନାଗପଞ୍ଚାମୀ କୁମ୍ଭ ରାଶିର ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ଫଳରେ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟା ଦୂର ହେବ । ସ୍ଥଗିତ ଥିବା କାର୍ଯ୍ୟ ଆରମ୍ଭ ହେବ। ଆୟ ବଢିବ । କୋର୍ଟ କଚେରୀ ମାମଲାରେ ଶୁଭଫଳ ମିଳିବ । ​


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)