Sawan First Monday: ପବିତ୍ର ଶ୍ରାବଣ ମାସ (Sawan 2023) ଆରମ୍ଭ ହୋଇଯାଇଛି । ଜୁଲାଇ ୪ ତାରିଖରୁ ଶ୍ରାବଣ ମାସ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୩୧ରେ ଏହା ଶେଷ ହେବ। ଶ୍ରାବଣ ମାସ ହିନ୍ଦୁ ଧର୍ମ ଅନୁସାରେ ଶ୍ରାବଣ ମାସର ରହିଛି ବିଶେଷ ମହତ୍ବ ।  କୁହାଯାଉଛି ଯେ, ଦୀର୍ଘ ୧୯ ବର୍ଷ ପରେ ଏବର୍ଷ ଶ୍ରାବଣ ମାସରେ ଏପରି ଶୁଭ ସଂଯୋଗ ପଡିବାକୁ ଯାଉଛି । ଏହିଥର ଶ୍ରାବଣ ଦୁଇ ମାସ ଅର୍ଥାତ ୫୯ ଦିନ ଯାଏଁ ରହିବ । ତେବେ  ଏବର୍ଷ ଶିବ (lord shiv) ଭକ୍ତମାନେ ୮ ସୋମବାର ପର୍ଯ୍ୟନ୍ତ ମହାଦେବଙ୍କୁ ଜଳଲାଗି କରିପାରିବେ। ତେବେ, ଏହି ଶ୍ରାବଣ ସୋମବାରରେ ମହାଦେବଙ୍କୁ କିଭଳି ଭାବରେ ଆରାଧନା କରିବେ । ସେନେଇ ପଣ୍ତିତ ହିତେନ୍ଦ୍ର କୁମାର ଶର୍ମା ଏଭଳି କିଛି ନିତି ନିୟମ ପୂଜା ବିଷୟରେ କହିଛନ୍ତି । ଆସନ୍ତୁ ଜାଣିବା ଶ୍ରାବଣରେ ସୋମବାରରେ କେମିତି କରିବେ ଆରାଧନା...


COMMERCIAL BREAK
SCROLL TO CONTINUE READING

Also Read:  Road Accident: ଦର୍ଶନ ସାରି ଫେରିବା ବାଟେ ଘଟିଲା ବଡ଼ ଦୁର୍ଘଟଣା, ଚଲିଗଲା ୬ ଜୀବନ


Also Read: Sawan 2023: ଆଜି ଶ୍ରାବଣ ପ୍ରଥମ ସୋମବାର, କମ୍ପୁଛି ଲିଙ୍ଗରାଜଙ୍କ ପୀଠ, କାଉଡିଆଙ୍କ ପାଇଁ ହୋଇଛି ଏଭଳି ବ୍ୟବସ୍ଥା


ଶ୍ରାବଣ ମାସର ପ୍ରଥମ ସୋମବାରର ମହତ୍ବ: ହିନ୍ଦୁ ଧର୍ମ ଅନୁସାରେ ଶ୍ରାବଣ ମାସ ଭଗବାନ୍ ଶିବଙ୍କର ଅତ୍ୟନ୍ତ ପ୍ରିୟ ମାସ୍ । ଶ୍ରାବଣ ପ୍ରଥମ ସୋମବାରରେ (Sawan First Monday) ଭଗବାନ୍ ଶିବଙ୍କୁ ପୂଜା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ  ବୋଲି ବିଶ୍ବାସ ରହିଛି । ଧାର୍ମିକ ବିଶ୍ବାସ ଅନୁଯାୟୀ, ଯେଉଁ ଦମ୍ପତି ମାନଙ୍କ ଜୀବନରେ ସମସ୍ୟା ଥାଏ । ସେହି ଦମ୍ପତି ଶ୍ରାବଣ ସୋମବାରରେ ମହାଦେବଙ୍କୁ ପୂଜିଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ଦମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ। 


ସେହିପରି ଶ୍ରାବଣ ପ୍ରଥମ ସୋମବାରରେ (sawan first somwar) ଶିବଲିଙ୍ଗ ଉପରେ ଖିର, ମିଶ୍ରି, ବେଲପତ୍ର ଚଢାଇବା ଦ୍ବାରା ବିବାହରେ ବିଳମ୍ବ ହେଉଥିବା ଭଳି ସମସ୍ୟାରୁ ମଧ୍ୟ ମୁକ୍ତି ମିଳଥାଏ। ଏବଂ ସମସ୍ତ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିଥାଏ ।   ଯଦି ଦମ୍ପତି ସନ୍ତାନହୀନତା ହେତୁ ଅସୁବିଧାରେ ଅଛନ୍ତି, ତେବେ ଶ୍ରାବଣ ମାସରେ ଶିଶୁ ସୁଖ ପାଇବା ପାଇଁ ସେମାନେ ବେଲପତ୍ରର ଏକ ପ୍ରତିକାର ଚେଷ୍ଟା କରିପାରିବେ।ଏଥିପାଇଁ ବେଲପତ୍ରକୁ ଆପଣଙ୍କ ବୟସ ସହିତ ସମାନ କରି। କିଛି କଞ୍ଚା କ୍ଷୀର ମଧ୍ୟ ନିଅନ୍ତୁ। ତା’ପରେ ପ୍ରତ୍ୟେକ ବେଲପତ୍ରକୁ କ୍ଷୀରରେ ବୁଡ଼ାଇ ଶିବଲିଙ୍ଗରେ ଅର୍ପଣ କରନ୍ତୁ ଏବଂ ଓମ୍ ନାମ ଶିବାୟ ମନ୍ତ୍ର ଜପ କରନ୍ତୁ। ଶିବଲିଙ୍ଗ ଉପରେ ପ୍ରତ୍ୟେକ ବେଲପତ୍ର ଗୋ’ଇ ଗୋଟି ଅର୍ପଣ କରନ୍ତୁ। ଅତିକମରେ ୭ ସୋମବାର ପାଇଁ ଏହା କରନ୍ତୁ। ଭଗବାନ ଶୀଘ୍ର ଆପଣଙ୍କୁ ସନ୍ତାନ ଦେବେ।


ଏହି ସମୟରେ ପୂଜା କଲେ ଭକ୍ତଙ୍କୁ ମିଳେ ଶୁଭଫଳ: ପଞ୍ଚାଙ୍ଗଙ୍କ ଅନୁଯାୟୀ, ଜୁଲାଇ ୧୦ ହେଉଛି ଶ୍ରାବଣର ପ୍ରଥମ ମାସ ।  ଏହି ଦିନ ଶ୍ରାବଣ ଅଷ୍ଟମୀ ତିଥି ସକାଳ ଠାରୁ ସନ୍ଧ୍ୟା ୬ଟା ୪୩ ପର୍ଯ୍ୟନ୍ତ ପୂଜା ପାଇଁ ଶୁଭ ସମୟ ରହିଛି।  ସୁକର୍ମା ଯୋଗ ଅପରାହ୍ନ ୧୨ଟା ୩୪ ରୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ରହିବ। ସେହିପରି, ପଞ୍ଚକ ସକାଳ ୫ଟା ୩୦ ମିନିଟ୍ ରୁ ଆରମ୍ଭ ହୋଇ ସକାଳ ୬.୫୯ ପର୍ଯ୍ୟନ୍ତ ରହିବ। 


ଶ୍ରାବଣର ପୂଜା ପଦ୍ଧତି:


-ଶ୍ରାବଣର ପ୍ରଥମ ସୋମବାର ଦିନ ମନ୍ଦିରକୁ ଯିବା ପୂର୍ବରୁ ସକାଳେ ସ୍ନାନ କରି ସଫା ପୋଷାକ ପିନ୍ଧି ଯାଆନ୍ତୁ। 
-ମନ୍ଦିରକୁ ଖାଲି ପାଦରେ ଯାଆନ୍ତୁ।
-ଶିବ ମନ୍ଦିରକୁ ଯିବା ପରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରନ୍ତୁ ଏବଂ ତାପରେ ପ୍ରଣାମ କରନ୍ତୁ ।
-ଭଗବାନ ଶିବଙ୍କ ସାମ୍ନାରେ ଠିଆ ହୁଅ ଏବଂ ଓମ ନାମ ଶିବ ମନ୍ତ୍ରକୁ ୧୦୮ ଥର ଜପ କର ।
-ଯେଉଁମାନେ ଏହି ଦିନ ଉପବାସ ରଖନ୍ତି । ସେମାନେ କେବଳ ଫଳ ଖାଇବା ଉଚିତ୍ ଏବଂ ସଂନ୍ଧ୍ୟାରେ ମହାଦେବଙ୍କ ମନ୍ତ୍ର ଜପ କରିବା ଏବଂ ତାଙ୍କର ଆରତୀ କରିବା ଉଚିତ୍।
-ପରଦିନ ଉପବାସ ଭାଙ୍ଗିବା ପରେ ଅଭାବୀ ଲୋକଙ୍କୁ ଖାଦ୍ୟ ଏବଂ ପୋଷାକ ଦାନ କରନ୍ତୁ।