Sawan 2023: ଆଜି ଶ୍ରାବଣ ପ୍ରଥମ ସୋମବାର, କମ୍ପୁଛି ଲିଙ୍ଗରାଜଙ୍କ ପୀଠ, କାଉଡିଆଙ୍କ ପାଇଁ ହୋଇଛି ଏଭଳି ବ୍ୟବସ୍ଥା
Advertisement
Article Detail0/zeeodisha/odisha1772742

Sawan 2023: ଆଜି ଶ୍ରାବଣ ପ୍ରଥମ ସୋମବାର, କମ୍ପୁଛି ଲିଙ୍ଗରାଜଙ୍କ ପୀଠ, କାଉଡିଆଙ୍କ ପାଇଁ ହୋଇଛି ଏଭଳି ବ୍ୟବସ୍ଥା

Sawan 2023: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର (Sawan First Monday) । ଚଳଚଞ୍ଜଳ ଏକାମ୍ରକ୍ଷେତ୍ର । ଲିଙ୍ଗରାଜଙ୍କ ପୀଠରେ ଜଳଲାଗି କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି  । ଆଜି ଭୋର ୩ଟାରୁ ମନ୍ଦିର ଦ୍ୱାର ଫିଟା ହୋଇଥିବା ବେଳେ ସାଢ଼େ ୩ଟାରେ ଆଳତି ହୋଇଛି । ଏବଂ ଅବକାଶ ନୀତି ପରେ  ୪ଟାରେ ସାହାଣମେଲା ଦର୍ଶନ ପରେ ଧାଡ଼ିକରି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରିଛନ୍ତି ଏବଂ ମହାଦେବଙ୍କୁ ଜଳଲାଗି କରିଛନ୍ତି।

ସୌଜନ୍ୟ- ସୋସିଆଲ ମିଡ଼ିଆ

Sawan 2023: ଆଜି ଶ୍ରାବଣ ମାସର ପ୍ରଥମ ସୋମବାର (Sawan First Monday) । ଚଳଚଞ୍ଜଳ ଏକାମ୍ରକ୍ଷେତ୍ର । ଲିଙ୍ଗରାଜଙ୍କ ପୀଠରେ ଜଳଲାଗି କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି  । ଆଜି ଭୋର ୩ଟାରୁ ମନ୍ଦିର ଦ୍ୱାର ଫିଟା ହୋଇଥିବା ବେଳେ ସାଢ଼େ ୩ଟାରେ ଆଳତି ହୋଇଛି । ଏବଂ ଅବକାଶ ନୀତି ପରେ  ୪ଟାରେ ସାହାଣମେଲା ଦର୍ଶନ ପରେ ଧାଡ଼ିକରି କାଉଡ଼ିଆମାନେ ମନ୍ଦିରକୁ ପ୍ରବେଶ କରିଛନ୍ତି ଏବଂ ମହାଦେବଙ୍କୁ ଜଳଲାଗି କରିଛନ୍ତି। ବୋଲ୍ ବମ୍ ଓ ହର ହର୍ ଧ୍ବନିରେ କମ୍ପୁଛି ଲିଙ୍ଗରାଜଙ୍କ ପୀଠ( Lingaraja temple) । ତେବେ, ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ ଯେ, ଯୋଡ଼ା ମାସ ହୋଇଥିବାରୁ ୧୦ ତାରିଖ, ୧୭ ତାରିଖ ଏବଂ ଅଗଷ୍ଟ ମାସର ୨୧ ଏବଂ ୨୮ ତାରିଖ ଲିଙ୍କରାଜଙ୍କ ପାଖରେ ଜଳ ଲାଗିର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । 

Also Read: Horoscope Today 10 July 2023: ଆଜି ସାବଧାନ୍ ରୁହନ୍ତୁ ଏହି ସବୁ ରାଶି ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର?

Also Read: Surya Gochar 2023: ଏହି ଦିନ ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟ, ଫିଟିବ ଏହି ୪ ରାଶିଙ୍କ ଭାଗ୍ୟ!

ସେପଟେ, ଶ୍ରାବଣର ପ୍ରଥମ ସୋମବାରକୁ ଦୃଷ୍ଟିରେ ରଖି  କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କାଉଡିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ସହ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । କାଉଡ଼ିଆଙ୍କ ଯିବା ଆସିବା ବାଟରେ ୧୨ଟି ମୋବାଇଲ ପେଟ୍ରୋଲିଂ ଟିମ୍ ଓ ୧୩ଟି ପିସିଆର ରହିଛି । ଛକ ଗୁଡ଼ିକରେ ଫାଷ୍ଟ ଏଡ ଓ ମୋବାଇଲ ମେଡିକାଲ ୟୁନିଟ ରହିଛି। ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ଜଣେ ଅତିରିକ୍ତ ଡିସିପିଙ୍କ ଅଧିନରେ ୫ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୫ଜଣ ଏସିପି, ୮ଜଣ ଇନସପେକ୍ଟର, ୩୯ଜଣ ସବ ଇନ୍ସପେକ୍ଟର ଓ ଏଏସଆଇ ନିୟୋଜିତ ହୋଇଛନ୍ତି । 

ଜୁଲାଇ ୪ରୁ ଆରମ୍ଭ ହୋଇଗଲାଣି ଶ୍ରାବଣ ମାସ ଏବଂ ଏହା ଅଗଷ୍ଟ ୩୧ରେ ଶେଷ ହେବ । ଶ୍ରାବଣ ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ, ଏହିମାସରେ ଶ୍ରଦ୍ଧାଳୁ ବ୍ରତ ମଧ୍ୟ ରଖନ୍ତି । ଚଳିତ ବର୍ଷ ଯୋଡ଼ା ଶ୍ରାବଣ ହେତୁ ଏହି ମାସରେ ୮ଟି ସୋମବାର ପଡୁଛି । ଶ୍ରାବଣର ପ୍ରଥମ ସୋମବାର ଜୁଲାଇ ୧୦ ,ଦ୍ୱିତୀୟ ସୋମବାର ଜୁଲାଇ ୧୭, ତୃତୀୟ ସୋମବାର ଜୁଲାଇ ୨୪, ଚତୁର୍ଥ ସୋମବାରଟି ଜୁଲାଇ ୩୧, ପଞ୍ଚମ ସୋମବାରଟି ଅଗଷ୍ଟ ୭, ଷଷ୍ଠ ସୋମବାରଟି ଅଗଷ୍ଟ ୧୪, ସପ୍ତମ ସୋମବାରଟି ଅଗଷ୍ଟ ୨୧ ଏବଂ ଅଷ୍ଟମ ସୋମବାରଟି ଅଗଷ୍ଟ ୨୮ରେ ପାଳନ କରାଯିବ । ଶ୍ରାବଣ ମାସରେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତ ମାନେ ଶିବଙ୍କ ପାଖକୁ କାଉଡି ଧରି ଯାଆନ୍ତି । ଏହି ସମୟରେ ଶ୍ରଦ୍ଧାଳୁ କୌଣସି ଏକ ପବିତ୍ର ନଦୀରୁ ଜଳ ଭରି ଚାଲି ଚାଲି ଶିବ ମନ୍ଦିର ଯାଆନ୍ତି । ଏହି ସମୟରେ ଠାକୁରଙ୍କ ପ୍ରିୟର ଜିନିଷ ମଧ୍ୟ ତାଙ୍କ ଲିଙ୍ଗରେ ଚଢା ଯାଇଥାଏ । କାଉଡି ଯାତ୍ରା କରୁଥିବା ଭକ୍ତଙ୍କୁ କାଉଡିଆ ବୋଲି କୁହାଯାଏ ।  ଏହି ଯାତ୍ରାରେ ଯାଉଥିବା ଭକ୍ତଙ୍କୁ କେତେକ ନିୟମ ମାନିବାକୁ ପଡିଥାଏ । ଏହି ସମୟରେ ଶ୍ରଦ୍ଧାଳୁଙ୍କୁ ଖାଲି ପାଦରେ ଯାତ୍ରା କରିବାକୁ ପଡିଥାଏ । ଯାତ୍ରା ସମୟରେ ଭକ୍ତ ସାତ୍ତ୍ୱିକ ଭୋଜନ ସେବନ କରିଥାନ୍ତି । କାଉଡିଆ ମାନେ ବିଶ୍ରାମ ନେବା ସମୟରେ କାଉଡିକୁ ତଳେ ନରଖି କୌଣସି ଏକ ଗଛରେ ଓହଳାଇ ରଖିବା ଉଚିତ୍ । ଯଦି ଆପଣ କାଉଡିକୁ ତଳେ ଭୂମି ଉପରେ ରଖୁଛନ୍ତି ତେବେ ଆପଣଙ୍କୁ କଉଡିର କଳସରେ ପୁନଃ ଜଳ ଭରି ଯାତ୍ରା ଆରମ୍ଭ କରିବାକୁ ପଡିବ । କାଉଡିକୁ ଶ୍ରଦ୍ଧାଳୁ ସ୍ନାନ ପରେ ହିଁ ଛୁଇଁ ଥାନ୍ତି । ସ୍ନାନ ନକରି କାଉଡିକୁ ଛୁଇଁବା ଉଚିତ ନୁହେଁ ।