Sawan Friday Remedies: ଚାଲିଛି ପବିତ୍ର ଶ୍ରାବଣ ମାସ (Sawan)। ଏହି ମାସଟି ଧାର୍ମିକ ଦୃଷ୍ଟିକୋଣରୁ ବେଶ ଶୁଭ ମାସ ବୋଲି ବିବେଚନା କରାଯାଏ। କାହିଁକିନା ଏହି ମାସଟି ମହାଦେବଙ୍କ ପାଇଁ ଉତ୍ସର୍ଗ କରାଯାଇଥାଏ।  ତେବେ, ଶ୍ରାବଣ ମାସ ଶୁକ୍ରବାରର(Sawan Friday) ମହତ୍ତ୍ବ ମଧ୍ୟ ବେଶ ଅଧିକ ରହିଛି । କାହିଁକିନା ଶ୍ରାବଣ ଶୁକ୍ରବାରରେ ମାଆ ଲକ୍ଷ୍ମୀଙ୍କୁ ପୂଜା କଲେ ଦାରିଦ୍ରତା ପାଖ ମାଡି ନଥାଏ । ଏବଂ ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ସମସ୍ତ ଦୁଃଖକଷ୍ଟ ଦୂର ହୋଇଥାଏ  । ତେବେ, ଆପଣ ଶ୍ରାବଣ ଶୁକ୍ରବାର ଦିନ (Sawan Friday Remedies) ମହାଦେବଙ୍କ (Shivling Puja) ସହିତ ମାତା ଲକ୍ଷ୍ମୀଙ୍କୁ(Lakshmi Puja) ପୂଜା କରିବା ଦ୍ବାରା ଆର୍ଥିକ ସ୍ଥିତି ମଜବୁତ ହେବା ସହ ଧନଧାନ୍ୟରେ ଘର ପୂରି ଉଠିଥାଏ ବୋଲି ବିଶ୍ବାସ ରହିଛି ।


COMMERCIAL BREAK
SCROLL TO CONTINUE READING

Also Read: Horoscope Today Aug 18 2023: ବ୍ୟବସାୟରେ ଧନଲାଭ ସହ ଶୁଭଫଳ ପାଇବେ ଏହି ରାଶିର ଲୋକେ, ଜାଣନ୍ତୁ କେମିତ କଟିବ ଆଜିର ଦିନ?


ଶ୍ରାବଣ ଶୁକ୍ରବାରରେ କରନ୍ତୁ ଏହି ସବୁ ଉପାୟ, ହେବନି ଧନର ଅଭାବ:


ଶ୍ରାବଣ ଶୁକ୍ରବାର ଦିନ ଆପଣ ଆପଣ ମହାଦେବ (Shivling Puja) ଓ ମାଆ ଲକ୍ଷ୍ମୀଙ୍କୁ ପୂଜା (Lakshmi Puja)କରିବା ଉଚିତ୍ । ଏହି ଦିନ ଆପଣ ଉପବାସ କରିବା ସହ ସ୍ନାନ ପରେ ସଫା ପୋଷାକ ପିନ୍ଧି ପ୍ରଥମେ ମହାଦେବଙ୍କ ମନ୍ଦିରକୁ ଯାଆନ୍ତୁ । ଏବଂ ସେଠାରେ ଲିଙ୍ଗ ଉପରେ ଚିନି ମିଶ୍ରିତ ପାଣି ଚଢାନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ବୈବାହିକ ଜୀବନରେ ସୁଖ ଶାନ୍ତି ଫେରି ଆସିବ । ଏବଂ ଘରେ ଆର୍ଥିକ ସ୍ଥିତି ମଜବୁତ ହେବା ସହ ସକରାତ୍ମକ ଶକ୍ତି ମଧ୍ୟ ଘରେ ଜାଗ୍ରତ ହେବ। ସେହିପରି ଶ୍ରାବଣ ଶୁକ୍ରବାରରେ ମାଆ ଲକ୍ଷ୍ମୀଙ୍କୁ ଘରେ ପୂଜା କରନ୍ତୁ । ମାଆଙ୍କୁ କ୍ଷୀରି, ଖେଚେଡି଼ ଭଳି ପ୍ରସାଦ ଚଢାଇବା ସହ ଉପବାସ୍ କରନ୍ତୁ । ଏଭଳି କରିବା ଦ୍ବାରା ମାଆ ଲକ୍ଷ୍ମୀଙ୍କ ଆର୍ଶିବାଦ ଆପଣଙ୍କ ଉପରେ ସଦା ସର୍ବଦା ରହିବ। ଏହା କରିବା ଦ୍ବାରା ବ୍ୟବସାୟରେ ଅଧିକ ଲାଭ ହେବା ସହ କ୍ଷତିର ସମ୍ମୁଖିନ ହେବାକୁ ପଡିବନି। ଏବଂ ଘରେ ଧନର କେବେ ଅଭାବ ହୁଏନି। 


ଏହିପରି ଭାବରେ ଶୁକ୍ରବାର ଦିନ ଶିବଙ୍କୁ ପୂଜା କରନ୍ତୁ:
ସେହିପରି ଶୁକ୍ରବାର ସଂନ୍ଧ୍ୟାରେ, ଧଳା ପୋଷାକ ପିନ୍ଧି ଶିବ ମନ୍ଦିର ଯାଆନ୍ତି । ଏବଂ ସୁଦ୍ଧ ଗୁଆ ଘିଅର ଏକ ଦୀପ ଜାଳନ୍ତୁ । ଏବଂ ଅରଖ ଫୁଲ ଓ ୧୦୮ ବେଲ ପତ୍ର ଚଢାନ୍ତୁ । ଏହାସହ ମିଶ୍ରି ପାଣି କିମ୍ବା କ୍ଷୀର ଚଢାନ୍ତୁ। ଏହି ଉପାୟ କରିବା ଦ୍ବାରା ବିବାହ ବିଳମ୍ବରେ କିମ୍ବା ବିବାହ ସମସ୍ୟା ଦୂର ହୋଇଥାଏ ।  ଯଦି ଆପଣଙ୍କ କଷ୍ଟ ଉପାର୍ଜିତ ଧନ ଆପଣଙ୍କ ପାଖରେ ରହୁ ନାହିଁ। ତେବେ, ଆପଣ ଶୁକ୍ରବାର ଦିନ ସଂନ୍ଧ୍ୟାରେ ମାତା ଲକ୍ଷ୍ମୀଙ୍କୁ ୪ରୁ ୫ଟି ଗୁଜୁରାତି ଭୋଗ ଚଢାନ୍ତୁ । ଗୁଜୁରାତି ମାଆ ଲକ୍ଷ୍ମୀଙ୍କ ପ୍ରିୟ ଭୋଗ ବୋଲି ବିବେଚନା କରାଯାଏ।  ଏହି ଭୋଗ ମାତା ଲକ୍ଷ୍ମୀଙ୍କୁ ଚଢାଇବା ପରେ ସେହି ଗୁଜୁରାତିକୁ  ଆପଣ ନିଜ ପର୍ସରେ ରଖନ୍ତୁ। ଦେଖିବେ, ଆପଣଙ୍କ ପକେଟରେ ସବୁବେଳେ ଟଙ୍କା ରହିବା ସହ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ୍ ହେବ। ଏପରିକି, ଏ-ହି ସରଳ ଉପାୟ କରିବା ଦ୍ବାରା ଆପଣଙ୍କ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ। 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)