Whatsapp Latest Feature: ଯଦି ଆପଣ ଦୀର୍ଘ ସମୟ ଧରି ଆପଣଙ୍କର ପୁରୁଣା ଫୋନ ଅପଗ୍ରେଡ୍ କରିନାହାଁନ୍ତି ଏବଂ ହ୍ୱାଟ୍ସଆପ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏହି ସୂଚନା ଅତ୍ୟନ୍ତ ଜରୁରୀ । କମ୍ପାନି ସୂଚନା ଅନୁସାରେ ଦୀପାବଳି ପରେ ପୁରୁଣା ଆଇଫୋନ୍ ମଡେଲରେ କାମ କରିବ ନାହିଁ Whatsapp । ଏପରି ପରିସ୍ଥିତିରେ, ଉପଭୋକ୍ତାମାନଙ୍କୁ iOS ଅପଡେଟ୍ କରିବାକୁ କିମ୍ବା ସେମାନଙ୍କ ଡିଭାଇସ୍ ଅପଗ୍ରେଡ୍ କରିବାକୁ ପଡ଼ିବ । ଉପଭୋକ୍ତା ସ୍ମାର୍ଟଫୋନ୍ ଅପଗ୍ରେଡ୍ ନକଲେ Whatsapp ସେବା ପାଇପାରିବେ ନାହିଁ । ଏନେଇ ମେଟା କମ୍ପାନି ପକ୍ଷରୁ ସୂଚନା ଜାରି ହୋଇଛି । 


COMMERCIAL BREAK
SCROLL TO CONTINUE READING

ଯଦି ଆପଣ ଆପଣଙ୍କର ପୁରୁଣା ଆପଲ୍ ଡିଭାଇସ୍ ଅପଗ୍ରେଡ୍ କରନ୍ତି ନାହିଁ, ତେବେ ଆପଣ ମେସେଜିଂ ଆପ୍ ବ୍ୟବହାର କରିପାରିବେ ନାହିଁ । ଅବଶ୍ୟ, ଏହା କେବଳ ପୁରୁଣା ଆଇଫୋନ୍ ମଡେଲଗୁଡିକ ପାଇଁ ପ୍ରଯୁର୍ଯ୍ୟ ରହିବ । କମ୍ପାନି ସୂଚନା ଅନୁସାରେ iOS 10 ଏବଂ iOS 11 ରେ କାମ କରୁଥିବା ଆଇଫୋନ୍ ମଡେଲଗୁଡିକରେ ଏବେ କାମ କରୁଥିବା  Whatsapp ବନ୍ଦ ହୋଇଯିବ । ଆସନ୍ତା ଅକ୍ଟୋବର ୨୪ରୁ ଏହି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି ।  


ଜାଣି ନିଅନ୍ତୁ ଅକ୍ଟୋବର ୨୪ରୁ କେଉଁ ମଡେଲରେ କାମ କରିବ ନାହିଁ Whatsapp 


WhatsApp ହେଲ୍ପ ସେଣ୍ଟର ପେଜରେ ଦିଆଯାଇଥିବା ସୂଚନା ଅନୁସାରେ iOS 12 କିମ୍ବା ତଦୁର୍ଦ୍ଧ ଭର୍ଜନରେ ସେବା ବ୍ୟାହତ ହେବନାହିଁ


iOS 10 ଓ iOS 11 ସପ୍ଟୱେର ଭର୍ଜନରେ ଅକ୍ଟୋବର ୨୪ରୁ WhatsApp ଆପ୍ କାମ କରିବ ନାହିଁ ।


iPhone 4 କିମ୍ବା  iPhone 4Sରେ WhatsApp ଅପଗ୍ରେଡ ହୋଇପାରିବ ନାହିଁ ।


ଆଡ୍ରଏଡ ୪.୧ (Android 4.1) କିମ୍ବା ତଦୁର୍ଦ୍ଧ ଭର୍ଜନରେ ମେସେଜିଂ ଆପ୍ ପୂର୍ବପରି କାର୍ଯ୍ୟକ୍ଷମ ରହିବ ।


ମେଟା କମ୍ପାନି ପକ୍ଷରୁ ନୂଆ ଘୋଷଣା 


ମେଟା କମ୍ପାନି ପକ୍ଷରୁ ଏହି ଘୋଷଣା ହୋଇଛି । ଯଦି ଆପଣ iOS 10 କିମ୍ବା iOS 11 ଆଇଫୋନ୍ ବ୍ୟବହାର କରୁଛନ୍ତି, ତେବେ ସେମାନେ Whatsappର ପୁରୁଣା ଭର୍ଜନ ବ୍ୟବହାର କରିପାରିବେ ନାହିଁ ।  କମ୍ପାନି ପକ୍ଷରୁ ଉପଭୋକ୍ତାମାନଙ୍କୁ ଡିଭାଇସକୁ iOS 12 କିମ୍ବା ତଦୁର୍ଦ୍ଧ ଭର୍ଜନକୁ ଅପଡେଟ୍ କରିବାକୁ ପରାମର୍ଶ ଦେଇଛି । 


ସମସ୍ତ ଆଇଫୋନ୍ ବ୍ୟବହାରକାରୀ ବିଶେଷ ପ୍ରଭାବିତ ହେବେ ନାହିଁ 


ଯଦିଓ ଏହି ଅପଡେଟ ଯୋଗୁ ଆଇଫୋନ୍ ବ୍ୟବହାରକାରୀ ବିଶେଷ ପ୍ରଭାବିତ ହେବେ ନାହିଁ । iPhone 5 କିମ୍ବା iPhone 5C ବ୍ୟବହାର କରୁଥିବା ଉପଭୋକ୍ତାମାନେ ହ୍ୱାଟ୍ସଆପ୍ (Whatsapp) ବ୍ୟବହାର କରିପାରିବେ । କିନ୍ତୁ ଏଥିପାଇଁ ଉପଭୋକ୍ତାଙ୍କୁ ସ୍ମାର୍ଟଫୋନ ଅପଡେଟ କରିବାକୁ ପଡ଼ିବ । କିନ୍ତୁ ଯେଉଁମାନେ  iPhone 4 କିମ୍ବା  iPhone 4S ବ୍ୟବହାର କରୁଛନ୍ତି, ସେମାନେ ପୂର୍ବପରି ମୋବାଇଲ ସେଟରେ Whatsapp ବ୍ୟବହାର କରିପାରିବେ ନାହିଁ । 


ପ୍ରାଇଭେସୀ, ଫିଚର୍ସ କାରଣରୁ କମ୍ପାନିର ନୂଆ ନିଷ୍ପତ୍ତି


Whatsapp କ୍ରମାଗତ ଭାବରେ ଉନ୍ନତ ପ୍ରାଇଭେସୀ, ଫିଚର୍ସ ବୃଦ୍ଧି କରୁଛି । ମେସେଜିଂ ଆପ୍ ଅତ୍ୟାଧୁନିକ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ଅପରେଟିଂ ସିଷ୍ଟମରେ କାମ କରୁଛି । କିନ୍ତୁ ପୁରୁଣା iOS ମଡେଲରେ ଉପଭୋକ୍ତାଙ୍କ ପ୍ରାଇଭେସୀ ଉପରେ ନଜର ରଖି ମୋଟା କମ୍ପାନି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଯଦିଓ ପୁରୁଣା ଆଇଫୋନ୍ ମଡେଲ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସଂଖ୍ୟା ନୂତନ iOS ଏବଂ ଆପ୍ ସଂସ୍କରଣ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ତୁଳନାରେ ବହୁତ କମ୍ ରହିଛି ।