Shani Dev: ଶନିଦେବଙ୍କୁ (Shani Dev) ନ୍ୟାୟ ଓ କର୍ମର ଦେବତା ବୋଲି କୁହାଯାଏ । ଶନି ପ୍ରତି ଅଢେଇ ବର୍ଷରେ ରାଶି ଚିହ୍ନ ପରିବର୍ତ୍ତନ କରନ୍ତି। ତେବେ, ଏହି କ୍ରମରେ ଶନିଦେବ (Shani Dev) ଆଜି (ନଭେମ୍ବର ୪) ରାତି ୧୨ଟା ୪୫ ମିନିଟ୍ ସମୟରେ କୁମ୍ଭ ରାଶିକୁ ମାର୍ଗି ବା ଚଳନ (Shani Margi 2023) କରିବାକୁ ଯାଉଛନ୍ତି। ଶନିଙ୍କ ଚଳନ ଜ୍ୟୋତିଷ ଦୃଷ୍ଟିକୋଣରୁ ବହୁତ ମହତ୍ୱପୂର୍ଣ୍ଣ ବୋଲି କୁହାଯାଏ। ତେବେ, ଶନିଦେବ ଏହି ରାଶିରେ ୨୦୨୪ ପର୍ଯ୍ୟନ୍ତ ରହିବେ। ଶନିଙ୍କ କୁମ୍ଭ ରାଶିରେ ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ।  ଏବଂ ଆଉ କିଛି ରାଶିଙ୍କ (zodiac signs) ପାଇଁ ଅଶୁଭ ଫଳ ପ୍ରଦାନ କରିବ। ଏହି ସମୟରେ କିଛି ରାଶିଙ୍କୁ ଶନି ସାଢ଼େ ସାତି ଯୋଗୁଁ କଷ୍ଟ ଉଠାଇବାକୁ ପଡିପାରେ । ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ପାଇଁ ଏହି ସମୟ ଶୁଭ ଓ କଲ୍ୟାଣ ହେବ।


COMMERCIAL BREAK
SCROLL TO CONTINUE READING

ମାଲେମାଲ୍ ହେବେ ଏହି ସବୁ ରାଶି:


ବୃଷ: ଶନିଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଆଜିଠୁ ଚମକିବା ଆରମ୍ଭ କରିବ। ବିଶେଷ କରି, ବ୍ୟବସାୟୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି।  ବ୍ୟବସାୟରେ ଆପଣଙ୍କ ଅଧିକ ଲାଭ ପାଇବେ ଏବଂ ଚାକିରିରେ ଆପଣ ଅପାର ସଫଳତା ପାଇବେ । ଏହା ସହ ବିପୁଳ ଧନ ଲାଭର ଯୋଗ ବି ରହିଛି। ଆପଣ ନିଜ କ୍ୟାରିଅରରେ ଆଗକୁ ବଢ଼ିବେ । ଏହି ସମୟରେ ଆପଣଙ୍କୁ ନୂଆ ଚାକିରି ଅଫର ବି ଆସିପାରେ। ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଆୟର ନୂଆ ଉତ୍ସ ସୃଷ୍ଟି ହେବ । ଖାସ୍ କରି, ଅବିବାହିତ ଲୋକମାନେ ଏକ ଭଲ ସାଥୀ ପାଇପାରିବେ। ବିବାହ ସ୍ଥିର ହେବାର ସମ୍ଭାବନା ବି ଅଛି । 


ତୁଳା:  ସେହିପରି ଶନିଙ୍କ ଆର୍ଶିବାଦ ମଧ୍ୟ ଏହି ରାଶି ଲୋକଙ୍କ ଉପରେ ରହିବ। ଏହି ଅବଧି ମଧ୍ୟରେ ଆପଣ ନିଜ ଲକ୍ଷ୍ୟ ହାସଲ କରିବାରେ ସଫଳ ହେବ । ପୁରୁଣା ନିବେଶରୁ ଲାଭ ମିଳିବ । ଆର୍ଥିକ ସ୍ଥିତି ମଜବୁତ୍ ହେବା ସହିତ ଆପଣଙ୍କୁ ଚାକିରିରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଯଦି ଆପଣ ଏକ ବ୍ୟବସାୟ ପାଇଁ ଯୋଜନା କରୁଛନ୍ତି, ତେବେ ଆପଣ ଏଥିରେ ଉତ୍ତମ ସଫଳତା ପାଇବେ। ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହାକୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ କରନ୍ତୁ, ତେବେ ଆପଣ ଏଥିରେ ଲାଭ ପାଇପାରିବେ।  ବିଦେଶ ଯାତ୍ରାର ଯୋଗ ବି ରହିଛି।


ଧନୁ: ସେହିପରି ଏହି ରାଶିଙ୍କ ଉପରେ ଶନି ଆଜିଠାରୁ ଟଙ୍କା ବର୍ଷା କରିବେ। ଆପଣଙ୍କ ଭାଗ୍ୟଦୋୟ ହେବା ସହ ଅନେକ ଶୁଭ ସମାଚାର ପ୍ରାପ୍ତି ହେବ । ଆଗରୁ କରିଥିବା ଯୋଜନାରେ ସଫଳତା ପାଇବେ । ସେୟାର ବଜାରରେ ନିବେଶ ପାଇଁ ଭଲ ସମୟ ରହିଛି । ଯେଉଁମାନେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଏହି ସମୟରେ ଶୁଭଫଳ ପାଇବେ।  ଜୀବନରେ ପ୍ରେମ, ଅର୍ଥ ଏବଂ ପ୍ରଗତିର ମାର୍ଗ ଖୋଲିବ । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଏହି ଅବଧି ମଧ୍ୟରେ ଆପଣ ଗାଡି଼, ଜମି ବି କିଣିପାରନ୍ତି।  ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ ।)