Odisha News: ପଚି ଷଢି଼ ଗଲାଣି ଆଳୁ ବିହନ ସରକାରଙ୍କ ଆଳୁ ମିଶନକୁ କରାଯାଉଛି କି ଦିଗହରା ?
Advertisement
Article Detail0/zeeodisha/odisha2522583

Odisha News: ପଚି ଷଢି଼ ଗଲାଣି ଆଳୁ ବିହନ ସରକାରଙ୍କ ଆଳୁ ମିଶନକୁ କରାଯାଉଛି କି ଦିଗହରା ?

Odisha News:  ଗୋଟିଏ ପଟେ ଚାଷୀଙ୍କୁ ଠିକ ସମୟରେ ଆଳୁ ବିହନ ନଦେଇ ପଚା ଆଳୁକୁ ଚାଷୀଙ୍କୁ ଦିଆ ଯାଉଛି, ଯାହା ଫଳରେ ଚାଷୀ କ୍ଷତି ସହିତ ସରକାରଙ୍କ ଆଳୁ ମିଶନ ସମ୍ପୂର୍ଣ ଫେଲ ମାରୁଛି । ସରକାର ଆଳୁ ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରିଚାଲିଥିବା ବେଳେ କେନ୍ଦୁଝର ଜିଲା ଉଦ୍ୟାନ କୃଷି ଉପନିର୍ଦେଶକ ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି । ଆଳୁର ଦର ଦାମ ବୃଦ୍ଧି ଯୋଗୁଁ ରାଜ୍ୟ ସରକାର ଏହାର ପ୍ରତିକାର ନିମନ୍ତେ ସମସ୍ତ ଚାଷୀ ମାନଙ୍କୁ ରିହାତି ମୂଲ୍ୟରେ ଆଳୁ ବିହନ ପ୍ରଶାସନ ଦ୍ବାରା ଯୋଗାଇ ଦେଉଛନ୍ତି। କିନ୍ତୁ ଆଳୁ ଚାଷୀ ମାନଙ୍କୁ ସଠିକ ସମୟରେ ନ ଦେଇ ନଷ୍ଟ କରାଯାଉଛି।

 

Odisha News: ପଚି ଷଢି଼ ଗଲାଣି ଆଳୁ ବିହନ ସରକାରଙ୍କ ଆଳୁ ମିଶନକୁ କରାଯାଉଛି କି ଦିଗହରା ?
Odisha News: (ଅଭୟ ମହାନ୍ତି) କେନ୍ଦୁଝର ଜିଲ୍ଲାର ଉଦ୍ୟାନ କୃଷି ଉପନିର୍ଦେଶକଙ୍କ କାର୍ଯ୍ୟାଳୟରେ ପଚି ଷଢି଼ ଗଲାଣି ଆଳୁ ବିହନ ସରକାରଙ୍କ ଆଳୁ ମିଶନକୁ କରାଯାଉଛି କି ଦିଗହରା ? ରାଜ୍ୟ ସରକାର ଆଳୁ ସମସ୍ୟା ଦୂର କରିବା ପାଇଁ ଯେତେ ଚେଷ୍ଟା କଲେ କଣ ହେବ, ପ୍ରଶାସନିକ ଅଧିକାରୀଙ୍କ ଖାମ ଖିଆଲି ମନୋଭାବ ପାଇଁ ସବୁ ଫସର ଫାଟୁଛି ସରକାର ବଦନାମ ହେବା ସହିତ ରାଜ୍ୟରେ ଆଳୁ ସଙ୍କଟ ବଢ଼ିବାରେ ଲାଗିଛି। ଚାଷୀଙ୍କୁ ଚାଷ କରିବା ପାଇଁ ଦେବାକୁ ଥିବା ଆଳୁ ବିହନ କେନ୍ଦୁଝର ଜିଲା ଉଦ୍ୟାନ କୃଷି ଉପନିର୍ଦେଶକ କାର୍ଯ୍ୟାଳୟରେ ପଚିସଢ଼ି ଦୁର୍ଗନ୍ଧ ହେଉଛି । ଏହା କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚା ସଭାପତି ମହେଶ୍ୱର ସାହୁ।
 
କେନ୍ଦୁଝର ଜିଲା ଉଦ୍ୟାନ କୃଷି ଉପନିର୍ଦେଶକଙ୍କ କାର୍ଯ୍ୟାଳୟରେ ୧୫ ଦିନରୁ ଊର୍ଦ୍ଧ୍ବ ସମୟ ହେବ ଗୋଟିଏ ଟ୍ରକ ଆଳୁ ବିହନ ପଡ଼ି ପଡ଼ି ପଚି ଷଢି ନଷ୍ଟ ହେବାକୁ ଗଲାଣି । ସଠିକ୍ ସମୟରେ ଚାଷୀଙ୍କୁ ଆଳୁ ବିହନ ନଦେଇ ଜିଲା ଉଦ୍ୟାନ କୃଷି ଉପନିର୍ଦେଶକ ନିଘୋଡ ନିଦରେ ଶୋଇଛନ୍ତି । ଏପରିକି ପଚା ଷଢା ଦୁର୍ଗନ୍ଧ ରେ ରାସ୍ତା ରେ ଯାଉଥିବା ଲୋକ ଙ୍କର ନାକ ଫାଟି ପଡ଼ୁଛି । ଆଳୁ ବିହନ ବସ୍ତା ଗୁଡିକ ଖୋଲା ମେଲା ରେ ପଡିଥିବା ସହ କିଛି ବିହନ ବସ୍ତା ମଧ୍ୟ ପାଣି ରେ ପଡି ପଚୁଛି ସେଥିପ୍ରତି କାହାରି ନିଘା ନାହିଁ । ସେହି ସବୁ ପଚା ବିହନ କୁ ଗାଡିରେ ଏବେ ଲଦି ଚାଷିଙ୍କ ପାଖକୁ ପଠା ଯାଉଛି । ଗୋଟିଏ ପଟେ ଚାଷୀଙ୍କୁ ଠିକ ସମୟରେ ଆଳୁ ବିହନ ନଦେଇ ପଚା ଆଳୁକୁ ଚାଷୀଙ୍କୁ ଦିଆ ଯାଉଛି, ଯାହା ଫଳରେ ଚାଷୀ କ୍ଷତି ସହିତ ସରକାରଙ୍କ ଆଳୁ ମିଶନ ସମ୍ପୂର୍ଣ ଫେଲ ମାରୁଛି । ସରକାର ଆଳୁ ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରିଚାଲିଥିବା ବେଳେ କେନ୍ଦୁଝର ଜିଲା ଉଦ୍ୟାନ କୃଷି ଉପନିର୍ଦେଶକ ଏଥିପ୍ରତି ଗୁରୁତ୍ବ ଦେଉନାହାନ୍ତି । ଆଳୁର ଦର ଦାମ ବୃଦ୍ଧି ଯୋଗୁଁ ରାଜ୍ୟ ସରକାର ଏହାର ପ୍ରତିକାର ନିମନ୍ତେ ସମସ୍ତ ଚାଷୀ ମାନଙ୍କୁ ରିହାତି ମୂଲ୍ୟରେ ଆଳୁ ବିହନ ପ୍ରଶାସନ ଦ୍ବାରା ଯୋଗାଇ ଦେଉଛନ୍ତି। କିନ୍ତୁ ଆଳୁ ଚାଷୀ ମାନଙ୍କୁ ସଠିକ ସମୟରେ ନ ଦେଇ ନଷ୍ଟ କରାଯାଉଛି।
 
ତେବେ ଏ ନେଇ ଚାଷିମାନଙ୍କ ଠାରୁ ଅଭିଯୋଗ ପାଇଁ ଆଜି ଖୋଦ ରାଜ୍ୟ ବିଜେପି କୃଷକ ମୋର୍ଚା ସଭାପତି ମହେଶ୍ୱର ସାହୁ ଅଫିସ ରେ ପହଞ୍ଚି ଆଳୁ ବିହନ ର ଏପରି ଅବସ୍ଥା ଦେଖି ଖୁବ୍ ଉଦବେଗ ପ୍ରକାଶ କରିଛନ୍ତି । ସରକାର କୃଷି ଙ୍କର ଆୟ ବୃଦ୍ଧି ଓ ସମୃଦ୍ଧ କରିବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ହେଲେ ଏଠାରେ ବିହନ କୁ ସଠିକ ଭାବରେ ରଖାଯାଇ ନାହିଁ ଓ ଅଫିସରଙ୍କର ଅବହେଳା କାରଣ ରୁ ଏପରି ହୋଇ ଥିବା କହିଛନ୍ତି। ଏ ନେଇ ସେ କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସଂପୃକ୍ତ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।