Shani Dev 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନି ମହାରାଜଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟକ ମଣିଷଙ୍କୁ କର୍ମ ଅନୁସାରେ ଫଳ ପ୍ରଦାନ କରିଥାଆନ୍ତି। ଏହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ଥିବା ବେଳେ ସେହି ରାଶିକୁ ଆସନ୍ତାକାଲି ସକାଳ ୬ଟା ୪୦ ମିନିଟ୍ ସମୟରେ ସୂର୍ଯ୍ୟଦେବ ଚଳନ କରିବେ।  ଶନିଦେବ ଭଗବାନ୍ ସୂର୍ଯ୍ୟଦେବ ଓ  ମାତା ଛାୟାଙ୍କ ପୁତ୍ର। ତେବେ, ଶନି ଜୟନ୍ତୀ ( ଜୁନ୍ ୬) ପୂର୍ବରୁ ଗୋଟିଏ ରାଶିରେ ପିତା-ପୁତ୍ରଙ୍କ ମିଳନ କିଛି ରାଶିକୁ ମାଲେମାଲ୍ କରିବା ସହ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ...


COMMERCIAL BREAK
SCROLL TO CONTINUE READING

ALSO READ: Road Accident: ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ୮ ଜୀବନ


ଲାଭବାନ୍ ହେବେ ଏହି ସବୁ ରାଶି:


ଧନୁ ରାଶି: ଶନି- ସୂର୍ଯ୍ୟଦେବଙ୍କ ମିଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଲାଭବାନ୍ କରାଇବ। ବିଶେଷକରି, ଏହି ଅବଧି ମଧ୍ୟରେ ଜୀବନରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। ଆର୍ଥିକ ସ୍ଥିତି ପୂର୍ବ-ଅପେକ୍ଷା ମଜବୁତ୍ ହେବ। ଉଚ୍ଚଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ।  ବ୍ୟବସାୟୀଙ୍କ ମାନଙ୍କ ପାଇଁ ସମୟ ଅନୁକୂଳ ରହିଛି। ଆମଦାନୀ-ରପ୍ତାନୀ ଭଳି ବ୍ୟବସାୟରେ ଜଡ଼ିତ ଥିବା ବ୍ୟକ୍ତି ବିଶେଷ ବ୍ୟବସାୟରେ ଲାଭ ପାଇବେ। ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।  କୌଣସି ନିସ୍ପତି ନେବା ସମୟରେ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ନଚେତ୍ ହଇରାଣରେ ପଡି଼ପାରନ୍ତି। 


ମକର ରାଶି: ଶନି- ସୂର୍ଯ୍ୟଦେବଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଚମକିବ। ଅଧା ରହିଥିବା କାର୍ଯ୍ୟ ପୂରା ସମ୍ପୁର୍ଣ୍ଣ ହେବ। କାର୍ଯ୍ୟାଳୟରେ ପଦୋନ୍ନତିର ଯୋଗ ରହିଛି । ଦରମା ବଢାବା ସହ ଆୟ ବଢିବ। ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କେଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ସମସ୍ତ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ।  ଯଦି ଆପଣ କେଉଁଠି ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି । ତେବେ, ଏହା ହେଉଛି ଶୁଭ ସମୟ । ଜଣେ ଏକ୍ସପର୍ଟଙ୍କ ପରାମର୍ଶ ନେଇ ଟଙ୍କା ବିନିଯୋଗ କଲେ ଭଲ ଲାଭ ପାଇବେ। କିନ୍ତୁ ମକର ରାଶିରେ ଶନିଙ୍କ ସାଢେ ଶତୀ ଚାଲିଥିବାରୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ।  


କୁମ୍ଭ ରାଶି:  ଶନି-ସୂର୍ଯ୍ୟଦେବଙ୍କ ଏହି ମହା ମିଳନ କୁମ୍ଭ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବିରାଟ ପରିବର୍ତ୍ତନ ଆଣିବ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ସରକାରୀ ଚାକିରିଆଙ୍କ ପାଇଁ ସମୟ ଭଲ ରହିଛି। ପଦୋନ୍ନତି ପାଇବା ସହ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହୋଇପାରେ। ଚାକିରି ଖୋଜୁଥିବା ଲୋକେ ଭଲ ନିଯୁକ୍ତି ଅଫର ପାଇବେ।  ଦୂରଯାତ୍ରାରୁ ଶୁଭଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମୀ-ବ୍ୟାପାରରେ ସଫଳତା ପାଇବେ। 


ମୀନ ରାଶି:   ଆସନ୍ତାକାଲି ଠାରୁ ଏହି ରାଶିଙ୍କ ଭାଗ୍ୟ ଖୋଲିବାକୁ ଯାଉଛି। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି। ସେମାନେ ଭଲ ରେଜଲ୍ଟ ପାଇବେ। କଠିନ ପରିଶ୍ରମର ଫଳ ପାଇବେ। ଦିର୍ଘ ଦିନର ଆଶା ପୂରଣ ହେବା ସହ ବ୍ୟବସାୟୀମାନେ ଲାଭବାନ୍ ହେବେ। 


(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)