Short Story In Odia: ପିଲାଟିଏ ଧୁ ଧୁ ଖରାବେଳେ ଖାଲିପାଦରେ ଚାଲି ଚାଲି ଫୁଲ ବିକ୍ରି କରୁଥାଏ । ଠିକ୍ ସେତିକି ବେଳେ ଜଣେ ଭଦ୍ରବ୍ୟକ୍ତି ପିଲାଟିକୁ ଓ ତାର କଷ୍ଟକୁ ନିରିଖି ଦେଖିଲେ ଆଉ ଦେଖୁ ଦେଖୁ ତାଙ୍କୁ ଭାରି କଷ୍ଟ ଲାଗିଲା। ସେଇଠୁ ସେ ସାଙ୍ଗେ ସାଙ୍ଗେ ପାଖ ଦୋକାନକୁ ଯାଇ ଏକ ବୁଟ୍ ଆଣି ସେହି ପିଲାଟିକୁ ଦେଲେ । ଆଉ କହିଲେ ପୁଅ- ବୁଟ୍ ଟା ପିନ୍ଧିନିଅ। ଫୁଲ ବିକ୍ରି କରୁଥିବା ପିଲାଟି ସାଙ୍ଗେ ସାଙ୍ଗେ ବୁଟ୍ କୁ ପିନ୍ଧିପକାଇଲା । 


COMMERCIAL BREAK
SCROLL TO CONTINUE READING

ବୁଟ୍ ପିନ୍ଧିବା ପରେ ସେ ପିଲାର ମୁହଁରେ ହସ ଫୁଟିଲା । ଆଉ ଉପରକୁ ଚାହିଁ ସେ ଭଦ୍ରବ୍ୟକ୍ତିଙ୍କ ହାତକୁ ଧରି କହିଲା ଆପଣ ତ ଭଗବାନ ! ସଙ୍ଗେ ସଙ୍ଗେ ବ୍ୟକ୍ତି ଜଣକ ହଡବଡେଇ  କହିଲେ ନା- ନା ମୁଁ ଭଗବାନ ନୁହେଁ...ପୁଣିଥରେ ସେହି ପିଲାଟି ବ୍ୟକ୍ତିଙ୍କୁ କହିଲା ନହେଲେ ଆପଣ ନିଶ୍ଚିତ ଭାବେ ଭଗବାନଙ୍କ ସାଙ୍ଗ ହୋଇଥିବେ। କାରଣ ଗତକାଲି ରାତିରେ ହିଁ ମୁଁ ଭଗବାନଙ୍କୁ କହୁଥିଲି କି ହେ ପ୍ରଭୁ...! ମୋ ପାଦ ଖରାରେ ବହୁତ କଷ୍ଟ ପାଉଛି...ମୋତେ ଗୋଟେ ବୁଟ୍ ଦରକାର...


ସେହି ବ୍ୟକ୍ତି ଜଣଙ୍କ ଆଖିରେ ଲୁହ ଆସିଗଲା ଓ ସେ ହସିକି ପିଲାଟିର ମୁଣ୍ଡ ଉପରେ ହାତ ବୁଲାଇ ଚାଲିଗଲେ...ସେ ବ୍ୟକ୍ତି ଭାବିଲେ କି ଭଗବାନଙ୍କ ସାଙ୍ଗ ହେବା ଏତେ ବି କଷ୍ଟ ନୁହେଁ। ବାସ୍ ସେମିତି ମନ ଥିବା ଦରକାର।


ନୀତିଶିକ୍ଷା-: ଜନ୍ମ ହୋଇଛେ ଯେତେବେଳେ କିଛି ଦେଇକି ଯାଅ, ନଚେତ୍ ଛାଡ଼ିକି ଯାଅ
ସାଥୀରେ ନେଇକି ଯିବାର ବ୍ୟବସ୍ଥା ଏ ଦୁନିଆରେ ନାହିଁ...