Shukra Gochar 2023: ଏକ ନିର୍ଦ୍ଦିଷ୍ଟ ସମୟରେ ପ୍ରତ୍ୟକ ଗ୍ରହ ଏକ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି । ଆଉ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ କିଛି ରାଶିକୁ (Zodiac signs) ଶୁଭଫଳ ପ୍ରଦାନ କରୁଥିବା ବେଳେ ଆଉ କିଛି ରାଶିକୁ ଅଶୁଭ ଫଳ ପ୍ରଦାନ କରିଥାଏ। ଏହି କ୍ରମରେ ଶୁକ୍ର (Shukra Gochar 2023) ମଧ୍ୟ ନଭେମ୍ବର ୩ରେ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଶୁକ୍ର କୁମ୍ଭ ରାଶି ଛାଡି଼ କନ୍ୟା ରାଶିକୁ ଚଳନ କରିବେ। ଶୁକ୍ରଙ୍କ ଏହି ଚଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛନ୍ତି।  ଶୁକ୍ରଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଏବଂ ଆନନ୍ଦର କାରଣ ବୋଲି ବିବେଚନା କରାଯାଏ । ଏହି ଗ୍ରହର ଶୁଭ ସ୍ଥିତି ଜୀବନରେ ଭଲ ଫଳାଫଳ ଦେଇଥାଏ । ଅନ୍ୟପକ୍ଷରେ, ଯେତେବେଳେ ଶୁକ୍ରଙ୍କ ଅବସ୍ଥା ଖରାପ ହୁଏ, ସେତେବେଳେ ଜଣେ ବ୍ୟକ୍ତିଙ୍କୁ ଅନେକ ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡେ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ରାଶି ଧନବାନ୍ ହେବେ।


COMMERCIAL BREAK
SCROLL TO CONTINUE READING

ମାଲେମାଲ୍ ହେବେ ଏହି ସବୁ ରାଶି:


ତୁଳା : ଏହି ରାଶିର ଲୋକଙ୍କ ପାଇଁ ଶୁଭଦିନ ଆରମ୍ଭ ହେବାକୁ ଯାଉଛି । ଏହି ଅବଧି ମଧ୍ୟରେ ଆପଣଙ୍କ ସମସ୍ତ ମନୋସ୍କାମନା ପୂରଣ ହେବ। କ୍ୟାରିୟରରେ ସଫଳତା ପାଇବେ। କମ୍ପିଟେଟିଭ୍ ପରିକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଏହି ସମୟ ମଧ୍ୟରେ ଶୁଭଫଳ ପାଇବେ। ଏହି ସମୟ ମଧ୍ୟରେ ଆପଣ ଏକ ନୂତନ ସମ୍ପତ୍ତି କିମ୍ବା ଗାଡି଼ କିଣିବାର ସମ୍ଭାବନା ରହିଛି । ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି, ତେବେ ଚେଷ୍ଟା ଜାରି ରଖନ୍ତୁ, ସଫଳତା ପାଇବେ। ଖାସ୍ କରି ବ୍ୟବସାୟରେ ସଫଳ ହେବେ। ଏହି ଅବଧି ମଧ୍ୟରେ, ଆପଣଙ୍କ ଆତ୍ମବିଶ୍ବାସ ବଢିବ। ପରିବାର ଲୋକଙ୍କ ସମର୍ଥନ ମିଳିବ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ସ୍ବାସ୍ଥ୍ୟ ଭଲ ରହିବ। 


ମକର: ସେହିପରି ମକର ରାଶିର ଲୋକଙ୍କ ଉପରେ ଶୁକ୍ରଙ୍କ କୃପା ରହିବ। କର୍ମକ୍ଷେତ୍ରରେ ଭଲ ଫଳାଫଳ ଆପଣଙ୍କୁ ମିଳିବ । ଆପଣ ଆପଣଙ୍କର ଶତ୍ରୁମାନଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବେ। ସରକାରୀ ଚାକିରି ମିଳିବାର ସମ୍ଭାବନା ରହିଛି।  କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସହିତ ଆପଣଙ୍କ ସମ୍ପର୍କ ମଜବୁତ୍ ହେବ । ଏହି ସମୟ ମଧ୍ୟରେ ବ୍ୟବସାୟରେ ଭଲ ଅଭିବୃଦ୍ଧି ଏବଂ ଅଗ୍ରଗତି ହେବ । ଦାମ୍ପତ୍ୟ ଜୀବନରେ ସୁଖମୟ ହେବ। ଆକସ୍ମିକ ଧନଲାଭର ଯୋଗ ରହିଛି । ଏବଂ ନୂଆ ରୋଜଗାର ପାଇଁ ବାଟ ଫିଟିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ ।



ଧନୁ: କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି । ଚାକିରି ପାଇଁ ଭଲ ଅଫର ବି ପାଇପାରନ୍ତି। ଅବିବାହିତ ଲୋକଙ୍କ ବିବାହ ଯୋଗ ରହିଛି। ଏହି ସମୟରେ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।  ଏହି ସମୟରେ ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ।  ଏହି ସମୟରେ ଆପଣ ବିଦେଶ ଭ୍ରମଣ କରିବାର ସୁଯୋଗ ସୃଷ୍ଟି ହୋଇପାରେ । ଯଦି ଆପଣ ଏକ ବ୍ୟବସାୟ ଯୋଜନା କରୁଛନ୍ତି, ତେବେ ଆପଣ ଏଥିରେ ଉତ୍ତମ ସଫଳତା ପାଇବେ। ଯଦି ଆପଣ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଏହାକୁ ଜଣେ ବିଶେଷଜ୍ଞଙ୍କ ପରାମର୍ଶରେ କରନ୍ତୁ, ତେବେ ଆପଣ ଏଥିରେ ଲାଭ ପାଇପାରିବେ। ଯେଉଁମାନେ ବ୍ୟବସାୟ ଶ୍ରେଣୀର ଅଟନ୍ତି ସେମାନେ ଯେ,କୌଣସି ସ୍ଥାନରେ ଅତି ଯତ୍ନର ସହିତ ବିନିଯୋଗ କରିବା ଉଚିତ୍।



(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)