Shukra Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ପ୍ରେମ, ସମ୍ପର୍କ, ସୌନ୍ଦର୍ଯ୍ୟ ଓ ଆନନ୍ଦର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଯଦି ଜାତକରେ ବା ରାଶିରେ ଶୁକ୍ରଙ୍କ ସ୍ଥିତି ଭଲ ଥାଏ । ତେବେ, ବ୍ୟକ୍ତି ତା ଜୀବନରେ ଅନେକ ଭଲ ଫଳାଫଳ ପାଇଥାଏ। କିନ୍ତୁ,ଯେତେବେଳେ ଶୁକ୍ରଙ୍କ ସ୍ଥିତି ଦୁର୍ବଳ ବା ଖରାପ ଥାଏ। ସେତେବେଳେ ବ୍ୟକ୍ତିଙ୍କୁ ଜୀବନର ଉତ୍ଥାନପତନର ସମ୍ମୁଖୀନ ହେବାକୁ ପଡିଥାଏ। ଏହି କ୍ରମରେ ଆଜି ଶୁକ୍ର ଦିନ ୪ଟା ୩୯ ମିନିଟ୍ ସମୟରେ କର୍କଟ ରାଶିକୁ ଚଳନ କରିବେ। ଜୁଲାଇ ଶେଷ ପର୍ଯ୍ୟନ୍ତ ଶୁକ୍ର ଏହି ରାଶିରେ ରହିବେ । ଏବଂ ପରେ ସିଂହ ରାଶିକୁ ଚଳନ କରିବେ। ତେବେ, ଶୁକ୍ରଙ୍କ ଏହି ଚଳନ ୫ ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...


COMMERCIAL BREAK
SCROLL TO CONTINUE READING

ALSO READ: Today Horoscope: ଆଜି ଏହିସବୁ ରାଶିରେ ଅଛି ବିପଦ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସପ୍ତାହର ଶେଷ ଦିନ ?


ବୃଷ:  ଶୁକ୍ରଙ୍କ ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ବିଶେଷକରି, ବ୍ୟବସାୟୀମାନେ ଆର୍ଥିକ ଲାଭ ପାଇବେ। ଯେଉଁ ମାନେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ଏହି ସମୟ ଖୁବ୍ ଅନୁକୂଳ ରହିବ। ବ୍ୟବସାୟରେ କୌଣସି ବଡ଼ ଡିଲ୍ ଫାଇନାଲ ହୋଇପାରେ।  ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ଚାକିରି ଖୋଜୁଥିବା ଲୋକେ ଭଲ ଅଫର ପାଇବେ। ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିଛି । ନିଜ ଜୀବନ ସାଥୀଙ୍କ ସହ କୌଣସି ଏକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଏବଂ ଦାମୀ ଉପହାର ମଧ୍ୟ ପାଇପାରନ୍ତି। 


ମିଥୁନ: ଏହି ରାଶିଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳମୟ ରହିବ ଶୁକ୍ରଙ୍କ ଚଳନ। ଦେଖାଦେଇଥିବା ପାରିବାରିକ ବିବାଦର ଅନ୍ତ ଘଟିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ପ୍ରେମ ଜୀବନରେ ମଧୁରତା ବୃଦ୍ଧି ପାଇବ। ଭଲ ପାଉଥିବା ଜୀବନ ସାଥୀଙ୍କ ସହ ବିବାହ ହେବାର ସମ୍ଭାବନା ରହିଛି। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ଏହି ଅବଧି ମଧ୍ୟରେ ଏକ ନୂଆ ଗାଡି କିମ୍ବା ଜମି କିଣି ପାରନ୍ତି। 


କନ୍ୟା:  ଏହି ରାଶିଙ୍କ ଭାଗ୍ୟ ବଦଳାଇବେ ଶୁକ୍ର। କ୍ୟାରିୟର ନେଇ କୌଣସି ଖୁସି ଖବର ପାଇପାରନ୍ତି। ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ  ସମୟ ଭଲ ରହିବ।  କର୍ମକ୍ଷେତ୍ରରେ ନିଜ କାର୍ଯ୍ୟ ପାଇଁ ପ୍ରଂଶସା ସାଉଁଟିବେ। ପଦୋନ୍ନତି ସହ ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରିବେ।  ଆର୍ଥିକ ସ୍ଥିତି ମଜବୁତ୍ ହେବ। ଅବିବାହିତ ଲୋକଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। କିନ୍ତୁ ସ୍ବାସ୍ଥ୍ୟରେ ସମସ୍ୟା ଦେଖାଦେବ। କୌଣସି କଥାକୁ ନେଇ ଚିନ୍ତିତ ରହିବେ। 


ତୁଳା:  ଶୁକ୍ରଙ୍କ ଚଳନ ଏହି ରାଶିର ଭାଗ୍ୟ ବଦଳାଇବ। କାହିଁକିନା ଶୁକ୍ର ଏହି ରାଶିର ପ୍ରଭୁ ଅଟନ୍ତି । ତେଣୁ ତୁଳା ରାଶିର ବ୍ୟକ୍ତି ବିଶେଷ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ।  ଆକସ୍ମିକ ଧନଲାଭ ନେଇ ଯୋଗ ରହିଛି। କାର୍ଯ୍ୟାଳୟରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଚାକିରି ଅଫର ମିଳିବ।  ଆୟର ନୂତନ ଉତ୍ସ ସୃଷ୍ଟି ହୋଇପାରେ। ନୂଆକରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇ ପାରନ୍ତି। ବ୍ୟବସାୟରେ ଅଗ୍ରଗତି ହେବ।  


ମକର:  ଶୁକ୍ରଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବ।  ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବା। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ଅଟକି ରହିଥିବା ଟଙ୍କା ପ୍ରାପ୍ତ ହେବ। କୌଣସି ସ୍ଥାନରେ ଅର୍ଥ ବିନିଯୋଗ କରିବା ପାଇଁ ଏହା ଶୁଭ ସମୟ। ବ୍ୟବସାୟୀମାନେ ଏହି ସମୟରେ ବାଣିଜ୍ୟରେ ଦ୍ବିଗୁଣିତ ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରେମୀଯୁଗଳଙ୍କ ପାଇଁ ସମୟ ଅନୁକୂଳ ରହିବ। 


(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )