ଗ୍ରୀଷ୍ମଋତୁରେ ମୁହଁରେ ଲଗାନ୍ତୁ ଦହି ଆଉ ଲେମ୍ବୁ; ମିଳିବ ଏହି ସବୁ ସମସ୍ୟାରୁ ମୁକ୍ତି!
Skin Care Tips: ଦହିରେ ଥିବା ପୋଷକ ତତ୍ତ୍ବ ଆପଣଙ୍କ ଚର୍ମର ଉନ୍ନତି ଏବଂ ବ୍ରଣକୁ ଦୂର କରିଥାଏ । ଲେମ୍ବୁରେ ଥିବା ଭିଟାମିନ୍ ସି ଏବଂ ଏହାର ଅନ୍ୟାନ୍ୟ ଗୁଣ ଚର୍ମ ସମସ୍ୟାକୁ ଦୂର କରିବା ପାଇଁ ସହାୟକ ହୋଇଥାଏ ।
Skin Care Tips: ନିଜ ଚେହେରାକୁ ସୁନ୍ଦର ରଖିବା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାନ୍ତି । କଣ ଆପଣ ଜାଣିଛନ୍ତି କି ଦହି ଆପଣଙ୍କୁ ଅନେକ ଉପକାରିତା ଦିଏ ଆଜ୍ଞା ହଁ ଦହି ଏବଂ ଲେମ୍ବୁ ଆପଣଙ୍କ ଚେହେରାର ଅନେକ ସମସ୍ୟାକୁ ଦୂର କରିଥାଏ । ଦହିରେ ଥିବା ପୋଷକ ତତ୍ତ୍ବ ଆପଣଙ୍କ ଚର୍ମର ଉନ୍ନତି ଏବଂ ବ୍ରଣକୁ ଦୂର କରିଥାଏ । ଲେମ୍ବୁରେ ଥିବା ଭିଟାମିନ୍ ସି ଏବଂ ଏହାର ଅନ୍ୟାନ୍ୟ ଗୁଣ ଚର୍ମ ସମସ୍ୟାକୁ ଦୂର କରିବା ପାଇଁ ସହାୟକ ହୋଇଥାଏ ।
ଦହି ଚେହେରା ପାଇଁ ବେଶ ଉପକାରିତା
୧.ଶୁଷ୍କ ଚର୍ମ ପାଇଁ ଦହି ଏବଂ ଲେମ୍ବୁ ରସ ବେଶ ଲାଭଦାୟକ । ଦହି ଏବଂ ଲେମ୍ବୁରେ ଥିବା ପୋଷକ ତତ୍ତ୍ବ ବ୍ରଣର ସମସ୍ୟା ଠାରୁ ଦୂରେଇ ରଖିଥାଏ । ଅନ୍ୟପଟେ ଆପଣଙ୍କ ଚର୍ମ ଶୁଷ୍କ ହୋଇଯାଇଛି କି ତେବେ ଆପଣ ନିଜ ମୁହଁରେ ଦହି ଏବଂ ଲେମ୍ବୁ ବ୍ୟବହାର କରିପାରିବେ । ଏହା କରିବା ଦ୍ବାରା ଆପଣ ଶୁଷ୍କତାରୁ ମୁକ୍ତି ପାଇପାରିବେ ।
୨. ବ୍ରଣକୁ ଦୂର କରିବା ପାଇଁ ଦହି ଏବଂ ଲେମ୍ବୁର ବ୍ୟବହାର ଫଳ ପ୍ରଦ । ଏଥିରେ ଥିବା ଆଣ୍ଟି ଇନଫ୍ଲାମେଟୋରୀ ଗୁଣ ବ୍ରଣ ଏବଂ ମୁହଁରେ ଲାଲ ହେବାକୁ ଦୂର କରିବାରେ ଲାଭଦାୟକ ଅଟେ ।
୩. ଚର୍ମରେ ଆର୍ଦ୍ରତା ବଜାୟ ରଖିବାରେ ଦହି ଏବଂ ଲେମ୍ବୁର ବ୍ୟବହାର ଅତ୍ୟନ୍ତ ଲାଭଦାୟକ । ଏହାର ବ୍ୟବହାର ଦ୍ବାରା ଚର୍ମ ଆର୍ଦ୍ରତା ପାଇଥାଏ । ଚର୍ମକୁ ନରମ ରଖିବାରେ ଏହା ଲାଭଦାୟକ । ସେଥିପାଇଁ ଆପଣ ପ୍ରତିଦିନ ମୁହଁରେ ଦହି ଏବଂ ଲେମ୍ବୁ ରସ ଲଗାଇ ପାରିବେ ।
କିପରି ତିଆରି କରିବେ ଦହି ଏବଂ ଲେମ୍ବୁ ପ୍ୟାକ୍
ପ୍ରଥମେ ୨ ଚାମଚ ଦହିରେ ୧ ଚାମଚ ଲେମ୍ବୁ ରସ ଭଲ ଭାବରେ ମିଶାନ୍ତୁ । ଏହି ପେଷ୍ଟକୁ ଭଲ ଭାବେ ମୁହଁରେ ଲଗାଇବା ପରେ ଏହାକୁ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ ।
ଏହା ବି ପଢ଼ନ୍ତୁ: RBI Monetary Policy: ଲଗାତାର କାହିଁକି ବଢ଼ି ଚାଲିଛି ଖାଦ୍ୟ ସାମଗ୍ରୀ ଦର? RBI ଗଭର୍ଣ୍ଣର ଦେଲେ ଜବାବ
ଏହା ବି ପଢ଼ନ୍ତୁ: Gyanvapi Row: ଜ୍ଞାନବାପି ମସଜିଦର ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିବା ବିଚାରପତିଙ୍କୁ ମିଳିଲା ଧମକ