Solar Eclipse 2022 Sutak Kaal: କାର୍ତ୍ତିକ ମାସର ଆମାବାସ୍ୟା ଦୀପାବଳିର ପର ଦିନ ଅର୍ଥାତ ଆଜି (ଅକ୍ଟୋବର ୨୫) ରେ ବର୍ଷର ଦ୍ୱିତୀୟ ଆଶିଂକ ସୂର୍ଯ୍ୟ ପରାଗ ହେବାକୁ ଯାଉଛି । ଯାହାର ପ୍ରଭାବ ସମଗ୍ର ଭାରତରେ ଦେଖାଯିବ । ଏହି ସୂର୍ଯ୍ୟ ପରାଗ ସମୁଦାୟ ୪ ଘଣ୍ଟା ୩ ମିନିଟ୍ ଚାଲିବ । ଏହି ସୂର୍ଯ୍ୟ ପରାଗ ଭାରତରେ ଆଂଶିକ ଦୃଶ୍ୟମାନ ହେବ । ସୂର୍ଯ୍ୟ ପରାଗର ସୂତକ ୧୨ ଘଣ୍ଟା ପୂର୍ବରୁ ଆରମ୍ଭ ହୁଏ । କାଶୀ ଜ୍ୟୋତିଷ ମର୍ମଜ୍ଞ ଶ୍ରୀନାଥ ପ୍ରପନ୍ନାଚାର୍ଯ୍ୟଙ୍କ ଅନୁଯାୟୀ, ସୂର୍ଯ୍ୟ ଗ୍ରହଣର ସୂତକ ସମୟରେ ସମସ୍ତ ଶୁଭ କାର୍ଯ୍ୟ ନିଷେଧ ହୋଇଥାଏ । କେବଳ ଏତିକି ନୁହେଁ, ସୂତକ ଅବଧି ସମୟରେ ଆମର ଦୈନନ୍ଦିନ ଦିନଚର୍ଯ୍ୟାର କିଛି କାର୍ଯ୍ୟ ମଧ୍ୟ ବର୍ଜିତ ହୋଇଥାଏ । ଆସନ୍ତୁ ଜାଣିବା ସୂତକ ଅବଧି କେବେ ଆରମ୍ଭ ହେଉଛି ଓ ଏହି ସମୟ ମଧ୍ୟରେ କ'ଣ କରିବା ଉଚିତ୍ ନୁହେଁ ।


COMMERCIAL BREAK
SCROLL TO CONTINUE READING

କେତେବେଳେ ଲାଗିବ ସୂତକ


ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁଯାୟୀ, ସୂର୍ଯ୍ୟ ପରାଗର ୧୨ ଘଣ୍ଟା ପୂର୍ବରୁ ସୂତକ ଆରମ୍ଭ ହୁଏ । ଅକ୍ଟୋବର ୨୫ରେ ସୂର୍ଯ୍ୟ ପରାଗ ଆଇସଲ୍ୟାଣ୍ଡରୁ ଦିନ ୨.୨୯ରେ ଆରମ୍ଭ ହେବ, ଯାହା ସନ୍ଧ୍ୟା ୬.୨୦ରେ ଆରବ ସାଗରରେ ଶେଷ ହେବ । ସୂର୍ଯ୍ୟ ପରାଗର ପ୍ରଭାବ ଭାରତରେ ଅପରାହ୍ନ ପ୍ରାୟ ୦୪.୨୯ରୁ ଆରମ୍ଭ ହେବ, ଯାହା ସନ୍ଧ୍ୟା ୬.୨୦ରେ ଶେଷ ହେବ । ଏଥି ସହିତ ସୂର୍ଯ୍ୟ ଗ୍ରହଣର ସୂତକ ସକାଳ ପ୍ରାୟ ୪:୨୧ ମିନିଟରେ ଲାଗିଯିବ । ସୂତକ କାଳ ସୂର୍ଯ୍ୟାସ୍ତ ପରେ ଶେଷ ହୋଇଯିବ ।


ସୂର୍ଯ୍ୟ ପରାଗ ସମୟରେ କରନ୍ତୁ ନାହିଁ ଏହି କାମ


୧. ସୂର୍ଯ୍ୟ ପରାଗର ସୂତକରେ ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ କିମ୍ବା ପୂର୍ବରୁ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ ନାହିଁ । 


୨. ସୂର୍ଯ୍ୟ ପରାଗ ପୂର୍ବରୁ ଖାଦ୍ୟ ଓ ପାନୀୟ ଜିନିଷରେ ତୁଳସୀ ପତ୍ର ରଖନ୍ତୁ ଓ ସେହି ପାତ୍ରରେ ଗାଈ ଗୋବର ଲଗାଇ ରଖନ୍ତୁ ।


୩. ଗର୍ଭବତୀ ମହିଳାମାନେ ସୂର୍ଯ୍ୟ ପରାଗ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ । ସୂର୍ଯ୍ୟ ପରାଗ ସମୟରେ ସେମାନେ ଶୋଇବା ଉଚିତ୍ ନୁହେଁ କିମ୍ବା କିଛି ଖାଇବା ଉଚିତ୍ ନୁହେଁ । ଗର୍ଭବତୀ ମହିଳାମାନେ ଏହି ସମୟ ମଧ୍ୟରେ ତୀକ୍ଷ୍ଣ ଜିନିଷ ବ୍ୟବହାର କରିବା ଉଚିତ୍ ନୁହେଁ ।


୪. ସୂତକ ସମୟରେ ଦେବାଦେବୀଙ୍କ ମୂର୍ତ୍ତିଗୁଡ଼ିକୁ ଘରର ମନ୍ଦିରରେ ଘୋଡାଇ ରଖନ୍ତୁ । ଏହି ସମୟରେ ଆଦୌ ପୂଜା କରନ୍ତୁ ନାହିଁ ।


୫. ସୂର୍ଯ୍ୟ ପରାଗ ସମୟରେ ଅର୍ଥାତ ୪:୨୯ ମିନିଟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ହୋଇପାରିବ ଯଦି ଶୌଚ କରନ୍ତୁ ନାହିଁ ।


୬. ସୂର୍ଯ୍ୟ ପରାଗର ସମୟ ଅତ୍ୟନ୍ତ ଅଶୁଭ ବୋଲି ମନେ କରାଯାଏ । ତେଣୁ ଏହି ସମୟ ମଧ୍ୟରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ।


୭. ସୂର୍ଯ୍ୟ ଗ୍ରହଣ ସମୟରେ ଶୋଇବା କିମ୍ବା ଯାତ୍ରା କରନ୍ତୁ ନାହିଁ ।


ଅଧିକ ପଢ଼ନ୍ତୁ:-ସୂର୍ଯ୍ୟ ପରାଗ ପରେ ଦାନ କରିବା ଅତ୍ୟନ୍ତ ଲାଭକାରୀ, ଜାଣନ୍ତୁ ରାଶି ଅନୁଯାୟୀ ପୂଣ୍ୟ ଫଳ


ଅଧିକ ପଢ଼ନ୍ତୁ:-ଭାରତଠୁ ହାରିବା ପରେ ଡ୍ରେସିଂ ରୁମରେ ବାବର ଆଜମଙ୍କ ଜୋରଦାର ସ୍ପିଚ୍, ମ୍ୟାଚର ଭିଲେନ ପାଲଟିଥିବା ଏହି ଖେଳାଳିଙ୍କୁ କହିଲେ ଏସବୁ କଥା


ଅଧିକ ପଢ଼ନ୍ତୁ:-ପାକିସ୍ତାନର ପରାଜୟ ପରେ ଅମ୍ପାୟାରଙ୍କ ଉପରେ ଅଙ୍ଗୁଳି ଉଠାଇଲେ ଶୋଏବ ଅଖତର, ଭାରତୀୟ ଫ୍ୟାନ୍ସ ଦେଖାଇଲେ ଆଇନା


 


ଏହି ଲୋକମାନଙ୍କୁ ସୂର୍ଯ୍ୟ ପରାଗର ନିୟମରୁ ମୁକ୍ତ ରଖାଯାଇଛି


ସୂର୍ଯ୍ୟ ପରାଗ ସମୟରେ ଉପରୋକ୍ତ ସମସ୍ତ କାର୍ଯ୍ୟ ନିଷେଧ । ତଥାପି, ଏହି ନିୟମ ଶିଶୁ, ବୃଦ୍ଧି ଏବଂ ରୋଗୀ ପାଇଁ ବୈଧ ନୁହେଁ । ଆହୁରି ମଧ୍ୟ, ଯେଉଁମାନଙ୍କର ଏହି ସବୁକୁ ସହ୍ୟ କରିବାର କ୍ଷମତା ନାହିଁ, ସେହି ଲୋକମାନେ ଖାଦ୍ୟ ଖାଇବା ଓ ପାଣି ପିଇ ପାରିବେ । ଯଦି ସମ୍ଭବ, ସୂର୍ଯ୍ୟ ପରାଗ ସମୟରେ ଖାଇବା ପିଇବା ଠାରୁ ଦୂରେଇ ରୁହନ୍ତୁ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଓ ବିଭିନ୍ନ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ ।)