Ratna Bhandar(ଭୁବନେଶ୍ୱର): ରତ୍ନ ଭଣ୍ଡାର ଖୋଲିବା, ଗଣତି, ମଣତି ତଥା ମରାମତି ଲାଗି ଶ୍ରୀମନ୍ଦିର ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ହେବ। ଜଗମୋହନ ମରାମତି ସମୟରେ ଯେଉଁପରି ଭାବେ ଶ୍ରୀମନ୍ଦିରର ନୀତିକୁ ଅପରାହ୍ଣ ୧ଟା ଭିତରେ ଶେଷ ପାଇଁ ନିର୍ଦ୍ଦେଶ ରହିଥିଲା ତାହାକୁ ପୁଣିଥରେ ଲାଗୁ କରାଯିବାକୁ ବ୍ୟବସ୍ଥା ହୋଇଛି। ଅର୍ଥାତ୍‍ ଯଦି ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବ ତେବେ ଏହାର ମରାମତି ଶେଷ ହେବା ଯାଏ ପ୍ରାତଃ ୪ଟାରୁ ରତ୍ନ ଭଣ୍ଡାର ଖୋଲିବାକୁ ପ୍ରସ୍ତୁତ ହେଉଛି ଶ୍ରୀମନ୍ଦିର ପ୍ରଶାସନ।
 
ହେଲେ ଯେମିତି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ୍ପରା ଓ ନୀତିରେ କୌଣସି ବିଭ୍ରାଟ ନହେବ ସେଥିଲାଗି ପ୍ରସ୍ତୁତ ହୋଇଛି ଡ୍ରାଫ୍ଟ ପରାମର୍ଶ। ଏହି ପରାମର୍ଶକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ସୂଚନା ମିଳିଛି। ଏହି ସୂଚନା ଅନୁସାରେ ରତ୍ନ ଭଣ୍ଡାର ରାତି ୪ଟାରେ ଖୋଲିବ। ଅପରାହ୍ଣ ୧ଟା ସୁଦ୍ଧ ସମସ୍ତ ନୀତି କାନ୍ତି ଶେଷ ହେବ। ୧ଟାରୁ ୫ଟା ଯାଏ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ମରାମତି ଲାଗି ଶ୍ରମିକ ଓ ବିଶେଷଜ୍ଞ ପ୍ରବେଶ କରିବେ। ଏହି ସମୟରେ କାର୍ଯ୍ୟ ଶେଷ କଲାପରେ ଅପରାହ୍ଣ ୫ଟାରୁ ପୁଣିଥରେ ସାନଦ୍ଧ୍ୟକାଳୀନ ନୀତି ଆରମ୍ଭ ହେବା ସମ୍ଭାବନା ରହିଛି। 


COMMERCIAL BREAK
SCROLL TO CONTINUE READING

ରତ୍ନଭଣ୍ଡାର ଖୋଲିବା ନେଇ ବସିଥିବା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ନିଷ୍ପତ୍ତି ଅନୁସାରେ, ରତ୍ନ ଭଣ୍ଡାର ଭିତରେ  କେଉଉଁମାନେ ପ୍ରବେଶ କରିବେ ତାହାକୁ ଆବଶ୍ୟକତା ଓ ପରମ୍ପରା ଅନୁସାରେ ସ୍ଥିର କରାଯାଇଛି। ଏହି ବ୍ୟକ୍ତି ବିଶେଷମାନଙ୍କ ଭିତରେ ସେବାୟତ, ବିଶେଷଜ୍ଞ ଏବଂ ସରକାାରୀ କର୍ମଚାରୀ ରହିବେ। ଏମାନେ ପ୍ରଭୁଙ୍କ କାର୍ଯ୍ୟରେ ଆସୁଥିବାରୁ ମଠା, ମକୁଟା ଅଥବା ଓଦା ଲୁଗା ପିନ୍ଧୁ ଭିତରେ ପ୍ରବେଶ କରିବେ। ସାତ୍ତ୍ୱିକ ଭୋଜନ କରି ଭିତରେ ପ୍ରବେଶ ପାଇଁ ସେମାନଙ୍କୁ ନିର୍ଦ୍ଦେଶ ରହିବ। ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏସବୁ ସାର୍ବଜନୀନ ହେବ ବୋଲି ସୂଚନା ମିଳିଛି। 


୧୯୭୮ ମସିହାରେ ରତ୍ନ ଭଣ୍ଡାରରର ଗଣତି ଭଣତି ହୋଇଥିଲା। ଏହାପରେ ଏବେଯାଏ ତାହା ବନ୍ଦ ଅବସ୍ଥାରେ ରହିଛି। ଏହାର ଚାବି ତିନିଜଣଙ୍କ ପାଖରେ ରହିଛି। ଗୋଟିଏ ଚାବି ଗଜପତି ମହାରାଜାଙ୍କ ପାଖରେ ଥିବାବେଳେ ଅନ୍ୟ ଗୋଟିଏ ଭଣ୍ଡାର ମେକାବ ଏବଂ ଗୋଟିଏ ପ୍ରଶାସନିକ ଅଧିକାରୀଙ୍କ ପାଖରେ ରହିଛି।  ଏହି ଚାବି ନମିଳିବାରୁ ୨୦୧୮ ମସିହାରେ ରତ୍ନ ଭଣ୍ଡାରର ଭିତର ଗୃହ ଖୋଲିବା ନେଇ ଯାଇଥିବା କମିଟି ଫେରି ଆସିଥିଲେ। ଏହାପରେ ଚାବି ଖୋଜିବା ଲାଗି ଏକ କମିଶନ ଗଢ଼ାଯାଇଥିଲା। କମିଶନ ଏ ଚାବି ପ୍ରଶାସନ ପାଖରେ ଥିବା ଦର୍ଶାଇଥିଲେ। ଏବେ ନବ ଗଠିତ କମିଟି ଆଗରେ ଏହି ଚାବି ପ୍ରଶାସନ ପକ୍ଷରୁ ଦାଖଲ କରିବାକୁ କୁହାଯାଇଥିଲେ ମଧ୍ୟ ତାହା ହୋଇ ନାହିଁ। ଅପରପକ୍ଷେ ଯଦି ଚାବି ନମିଳିବ ତେବେ ମଧ୍ୟ ତାଲା ଭାଙ୍ଗି ରତ୍ନ ଭଣ୍ତଡାର ଖୋଲିବା ଲାଗି ସରକାରଙ୍କ ଅନୁମତି ମଗାଯାଇଛି। 


ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ତାଲା କଟାଯାଇ ରତ୍ନ ଭଣ୍ଡାର ଖୋଲାଯିବ। ରତ୍ନ ଅଳଙ୍କାରର ସୁରକ୍ଷା ଲାଗି ଟେକ୍ନୋଲୋଜି ବ୍ୟବହାର କରାଯିବ। ପ୍ରଥମେ ଏହି ଅଳଙ୍କାରର ଗଣତି କରାଯାଇ ତାହାକୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରାଯିବା କାର୍ଯ୍ୟକ୍ରମ ରହିଛି। ଯେତେବଳେ  ଭଣ୍ଡାର ଘରର ମରାମତି ଶେଷ ହେବ ତା’ପରେ ଯାଇ ସମ୍ପୃକ୍ତ ରତ୍ନ ଓ ଅଳଙ୍କାରକୁ ସେଠାକୁ ଫେରାଇ ନିଆଯିବ ବୋଲି କମିଟି ପ୍ରସ୍ତାବ ରଖିଛି। ୧୪ ତାରିଖ ପୂର୍ବରୁ ଏନେଇ ଆବଶ୍ୟକ ନୀତି ନିର୍ଦ୍ଧାରଣ କରାଯିବ। ଏବଂ ତାହାକୁ ଗଣମାଧ୍ୟମରେଜ ଣାଇବାର ବ୍ୟବସ୍ଥା କରାଯିବ ବୋଲି ରତ୍ନ ଭଣ୍ଡାର କମିଟିର ଜଣେ ସଦସ୍ୟ ପ୍ରକାଶ କରିଛନ୍ତି।