Street Food: ବର୍ତ୍ତମାନ ସମୟରେ ଯୁବକ ଯୁବତୀ ସାଧାରଣତଃ ରାସ୍ତାଘାଟରେ ମିଳୁଥିବା ଚଟପଟା ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ଘରୁ ବାହାରିବା ମାତ୍ରେ ପ୍ରଥମେ ନଜର ପଡ଼ିଥାଏ ଫାଷ୍ଟଫୁଡ୍ ଉପରେ । ଘରେ ଜଳଖିଆ ଖାଇବା ପରିବର୍ତ୍ତେ ଆଜିକାଲି ଲୋକମାନେ ବାହାରେ ଚଟପଟା ଖାଦ୍ୟ ଖାଇ ନିଜ ସ୍ୱାସ୍ଥ୍ୟ ସହିତ ଖେଳ ଖେଳୁଛନ୍ତି । ଯଦି ଆପଣ ବି ପାଗ ପରିବର୍ତ୍ତନ ସମୟରେ ବାହାରେ ଷ୍ଟିଟଫୁଡ ଖାଉଛନ୍ତି, ତେବେ ସାବଧାନ ରୁହନ୍ତୁ, କାରଣ ଏଥିପାଇ ଆପଣଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିପାରେ । 


COMMERCIAL BREAK
SCROLL TO CONTINUE READING

ଜଳବାୟୁ ପରିବର୍ତ୍ତନ ଯୋଗୁ ବଢ଼ିଥାଏ ଜୀବାଣୁ ବିପଦ


ଯେତେବେଳେ ପାଗ ବଦଳିଯାଏ, ଜୀବାଣୁ ବିପଦ ମଧ୍ୟ ବଢ଼ିଥାଏ । ବିଶେଷକରି ଏପରି ସମୟରେ ଷ୍ଟ୍ରିଟଫୁଡ ଖାଇବାଠାରୁ ଦୂରେଇ ରହିବା ଆବଶ୍ୟକ । ବର୍ଷା ସମୟରେ ବ୍ୟାକ୍ଟେରିଆ ପ୍ରଭାବ ଅଧିକ ରହୁଥିବାରୁ ଏହା ଅନେକ ପ୍ରକାର ସ୍ୱାସ୍ୟ ସମସ୍ୟା ସୃଷ୍ଟି କରିଥାଏ । ଷ୍ଟ୍ରିଟଫୁଡ୍ ଖାଇବା ବର୍ତ୍ତମାନ ସମୟରେ ଏକ ଟ୍ରେଣ୍ଡରେ ପରିଣତ ହୋଇଛି । କିନ୍ତୁ ଷ୍ଟ୍ରିଟ୍ ଫୁଡ୍ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ଅନେକ ରୋଗ ଦେଖାଦେଇଥାଏ। ଜୀବାଣୁ ବିସ୍ତାର ହେବାର ଆଶଙ୍କା ସର୍ବାଧିକ ରହିଥିବାରୁ, ଫାଷ୍ଟଫୁଡଠାରୁ ଦୂରରେ ରହିବା ଉଚିତ । 


ଷ୍ଟ୍ରିଡଫୁଡ ବଢ଼ାଇଥାଏ ରୋଗ


ଫାଷ୍ଟଫୁଡ୍ ଖାଇବା ଦ୍ୱାରା  କେବଳ ପାଟିକୁ ସ୍ୱାଦ ମିଳୁଥିଲେ ବି ସ୍ୱାସ୍ଥ୍ୟ ପାଇଁ ଏହା ଖରାପ ପ୍ରଭାବ ପକାଇଥାଏ । ଏହାସହିତ ଷ୍ଟ୍ରିଟଫୁଡ ଖାଇବା ଯୋଗୁ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ । ଏହାର ମୁଖ୍ୟ କାରଣ ବର୍ଷା ଋତୁରେ ଫାଷ୍ଟଫୁଡ ଖାଇବା କାରଣରୁ ଜୀବାଣୁ ବିସ୍ତାର ହୋଇଥାଏ ।  ଏହି କାରଣରୁ, ପେଟ ଯନ୍ତ୍ରଣା, ପେଟ ଖରାପ, ହଜମ ପ୍ରକ୍ରିୟା ଠିକ୍ ଭାବରେ କାମ ନକରିବା ଭଳି ସମସ୍ୟା ହୋଇଥାଏ । କିନ୍ତୁ ଆପଣ ଚାହିଁଲେ ପାଣିପାଗ ପରିବର୍ତ୍ତନ ସମୟରେ ଆପଣ  ସତର୍କ ରହିବା ସହ ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିପାରିବେ । 


ଯେଉଁମାନେ ଫାଷ୍ଟଫୁଡ୍ ଖାଇବାକୁ ଭଲ ପାଆନ୍ତି ସେମାନେ କ’ଣ କରିବା ଉଚିତ୍?


ଯଦି ଆପଣ ଷ୍ଟ୍ରିଟଫୁଡ୍ ଖାଇବାକୁ ବହୁତ ପସନ୍ଦ କରୁଥାନ୍ତି କିନ୍ତୁ ପାଣିପାଗର ପରିବର୍ତ୍ତନ ହେତୁ ବ୍ୟାକ୍ଟେରିଆ କବଳରୁ ବର୍ତ୍ତିବାକୁ ଚାହୁଁଛନ୍ତି, ତେବେ ଆପଣ ଘରେ ଫାଷ୍ଟଫୁଡ୍ ପ୍ରସ୍ତୁତ କରିପାରିବେ। ଯେଉଁ ଖାଦ୍ୟ ଆପଣ ଖାଇବାକୁ ପସନ୍ଦ କରୁଛନ୍ତି, ଏହାକୁ ଆପଣ ଘରେ ପ୍ରସ୍ତୁତ କରିପାରିବେ । ଯେପରିକି ନୁଡୁଲ୍ସ, ମୋମୋସ୍, ଫ୍ରାଇ ରାଇସ୍, ଗୁପଚୁପ୍, ଫିଙ୍ଗର୍ସ ଏବଂ ଅନ୍ୟାନ୍ୟ ଅନେକ ପ୍ରକାରର ଫାଷ୍ଟଫୁଡ୍ ଅଛି ଯାହାକୁ ଆପଣ ଘରେ ପ୍ରସ୍ତୁତ କରିବା ସହିତ ଏହାର ସ୍ୱାଦ ପାଇପାରିବେ । ଏହାସହିତ ବ୍ୟାକ୍ଟେରିଆରୁ କବଳରୁ ମଧ୍ୟ ମୁକ୍ତି ପାଇପାରିବେ । ଶରୀରକୁ ସୁସ୍ଥ ରଖିବା ସହ ଫାଷ୍ଟଫୁଡର ସ୍ୱାଦ ମଧ୍ୟ ଉପଭୋଗ କରିପାରିବେ ।



ଏହାବି ପଢ଼ନ୍ତୁ: CyberOne: ମଣିଷ ପରି ଦେଖିପାରୁଥିବା ରୋବଟ ଲଞ୍ଚ୍, ଖୁସି ଓ ଦୁଃଖ ଅନୁଭବ କରୁଛି ଯନ୍ତ୍ରମାନବ


 


ବର୍ଷାଦିନେ ଅନେକ ପରିବାକୁ ଆପଣ ପକୋଡ଼ା କରି ଖାଇପାରିବେ । ଯାହା ଆପଣଙ୍କ ଫାଷ୍ଟଫୁଡ ପରି ସ୍ୱାଦ ଦେବା ସହ ଶରୀରକୁ ସୁସ୍ଥ ରଖିପାରିବ । ଯେପରି କି ଭେଣ୍ଡି, ଲାଉ, କଲରା ପରି ପରିବାକୁ ପକୋଡ଼ା କରାଯାଇପାରିବ । ଏହା ଖାଇବା ଦ୍ୱାରା ଶରୀରରେ କଲେଷ୍ଟ୍ରୋଲ୍‌ ନିୟନ୍ତ୍ରଣରେ ରହିଥାଏ । ଭେଣ୍ଡି ଖାଇବା ଦ୍ୱାରା ଆଖି ଜନିତ ସମସ୍ୟାରୁ ମୁକ୍ତି ମିଳିବା ସହିତ ହାଡ଼ ମଧ୍ୟ ମଜବୁତ ରହିଥାଏ । ସେହିପରି ଲାଉରେ ପ୍ରଚୁର ମାତ୍ରାରେ ଆଇରନ୍‌, ଭିଟାମିନ୍‌-ବି ଓ ଭିଟାମିନ୍‌-ସି ରହିଥିବାରୁ ଏହା  ବର୍ଷା ଦିନେ ଶରୀରକୁ ଇନ୍‌ଫକ୍ସନ୍‌ରୁ ସୁରକ୍ଷା ଦେଇଥାଏ । ବର୍ଷା ଦିନେ କଲରା ଖାଇବା ସବୁଠୁ ଅଧିକ ଲାଭଦାୟକ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍‌-ସି ରହିବା ସହିତ ଆଣ୍ଟିଭାଇରାଲ୍ ଗୁଣ ରହିଥାଏ । ବର୍ଷା କାରଣରୁ ବ୍ୟାପୁଥିବା ଇନ୍‌ଫେକ୍ସନରୁ ଆମ ଶରୀରକୁ ରକ୍ଷା କରେ।