ଲଞ୍ଚ୍ ହୋଇଛି CyberOne ରୋବଟ୍ । ମାନବିକ ଆବେଗକୁ ବୁଝିପାରୁଥିବା ଏବି ରୋବଟର ଡିଜାଇନ ମଧ୍ୟ ମଣିଷ ପରି କରାଯାଇଛି । ସ୍ମାର୍ଟଫୋନ ବ୍ରାଣ୍ଡ ଶାଓମୀ ଟେକ ଫ୍ୟାମିଲିକୁ ଆଉ ଜଣେ ହାଇଟେକ୍ ମେମ୍ବରଙ୍କ ଏଣ୍ଟ୍ରୀ ହୋଇଛି । କମ୍ପାନି ଏହାର ପ୍ରଥମ ହ୍ୟୁମାନୟଡ ରୋବଟ ସାଇବର ୱାନ ଲଞ୍ଚ୍ କରିଛି ।
Trending Photos
CyberOne ରୋବଟ ବିଲକୁଲ ମଣିଷଙ୍କ ପରି କାମ କରିପାରୁଛି । ଏପରିକି ଏହି ରୋବଟ ଖୁସି ଓ ଦୁଃଖ ଅନୁଭବ କରିବା ସହ ମଣିଷର ଅନ୍ୟ ଭାବନାକୁ ମଧ୍ୟ ବୁଝିପାରୁଛି । CyberOneକୁ ସାଧାରଣ ମଣିଷ ପରି ଡିଡାଇନ କରାଯାଇଛି । ଏହାର ଉଚ୍ଚତା ସାଧାରଣ ମଣିଷଙ୍କ ଉଚ୍ଚତା ପରି ୫.୮ ଫୁଟ ରହିଛି ।
ସ୍ମାର୍ଟଫୋନ ବ୍ରାଣ୍ଡ ଶାଓମୀ ଟେକ ଫ୍ୟାମିଲିକୁ ଆଉ ଜଣେ ହାଇଟେକ୍ ମେମ୍ବରଙ୍କ ଏଣ୍ଟ୍ରୀ ହୋଇଛି । କମ୍ପାନି ଏହାର ପ୍ରଥମ ହ୍ୟୁମାନୟଡ ରୋବଟ ସାଇବର ୱାନ ଲଞ୍ଚ୍ କରିଛି । ଏହି ରୋବଟ୍ ର ସାଧାରଣ ମାନବୀୟ ଭାବନା ପରି ଭାବନା ମଧ୍ୟ ରହିଛି । ଏହା ମଣିଷ ପରି କାର୍ଯ୍ୟ କରିପାରିବ ଏବଂ ସୁଖ, ଦୁଃଖ ପରି ଭାବନାକୁ ମଧ୍ୟ ବୁଝିପାରୁଛି । ସାଇବର ୱାନକୁ ମଣିଷର ଉଚ୍ଚତା ପରି ଡିଜାଇନ୍ କରାଯାଇଛି । ଏହାର ଲମ୍ବ ୧୭୭ ସେମି (୫.୮ ଫୁଟ) ରହିଛି । ସାଇବର ୱାନର ଓଜନ ୫୨ କିଲୋଗ୍ରାମ ଏବଂ ବାହୁର ଲମ୍ବ ୧୬୮ ସେମି । ଏହାପୂର୍ବରୁ ଶାଓମୀ କମ୍ପାନି ପକ୍ଷରୁ ଏକ ଚାରି ଗୋଡ ଯୁକ୍ତ ରୋବଟ୍ ଲଞ୍ଚ୍ କରିଥିଲା ।
CyberOneକୁ ଡିଜିଟାଲ୍ ଓ ବିଜ୍ଞାନ ଜଗତରେ ଏକ ପ୍ରମୁଖ ବିପ୍ଳବ ଭାବରେ ଦେଖାଯାଉଛି । କମ୍ପାନିର ଦାବି ଅନୁସାରେ ଏହି ରୋବଟ୍ 3D ସ୍ପେସକୁ ମଧ୍ୟ ସହଜରେ ବୁଝିପାରୁଛି । ଏହାସହିତ, ସାଇବର ୱାନ୍ ୮୫ ପ୍ରକାରର ପରିବେଶ ଶବ୍ଦ ଏବଂ ୪୫ ପ୍ରକାରର ମାନବ ଭାବନାକୁ ଚିହ୍ନିପାରିବାର କ୍ଷମତା ରଖିଛି । ଏହି ରୋବଟ୍ ମଣିଷର ବାର୍ତ୍ତାଳାପକୁ ଶୁଣିବା ସହିତ ବୁଝିପାରୁଛି । ଏପରିକି ମଣିଷର ଅଙ୍ଗଭଙ୍ଗୀକୁ ଦେଖି ଚିହ୍ନି ପାରିବାର କ୍ଷମତା ରଖୁଛି । ଏହା ମଣିଷ ପରି ଦୁଃଖ, କ୍ରୋଧ, ଆନନ୍ଦ ଭାବନାକୁ ବ୍ୟକ୍ତ କରିପାରୁଥିବା ନିର୍ମାଣକାରୀ କମ୍ପାନି ଦାବି କରିଛି ।
3D ରେ CyberOne ଦୁନିଆକୁ ଦେଖୁଛି
ଲଞ୍ଚ୍ କାର୍ଯ୍ୟକ୍ରମରେ ଶାଓମୀ ସିଇଓ ଲି ଜୁନ୍ ସାଇବର ୱାନର କୃତ୍ରିମ ବୁଦ୍ଧିମତା (AI) ଉପରେ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି । ଏହି ରୋବଟ୍ ଶାଓମୀ ଲ୍ୟାବରେ ହିଁ ସମ୍ପୂର୍ଣ୍ଣ ବିକଶିତ ହୋଇଛି। ଏହା ଉଭୟ ଗୋଡରେ ଚାଲିପାରେ । ଏହାସହିତ ସାଇବର ୱାନ 3D ରେ ସାରା ବିଶ୍ୱକୁ ଦେଖିପାରୁଛି । ଏପରିକି OLED ମଡ୍ୟୁଲ୍ ଜରିଆରେ ମୁଖର ଅଭିବ୍ୟକ୍ତି ପ୍ରଦର୍ଶିତ କରିପାରୁଛି ।
ଏହାବି ପଢ଼ନ୍ତୁ: ଆଜି ରାତି ୯:୩୦ରେ କଟିଯିବ ଆପଣଙ୍କ ଘର ବିଜୁଳି ସଂଯୋଗ ! ଏପରି ମେସେଜ ଆସିଥିଲେ ରୁହନ୍ତୁ ସାବଧାନ
LaMDAରେ ମଧ୍ୟ ମାନବ ବୁଦ୍ଧିମତା ପ୍ରଦର୍ଶିତ
ପୂର୍ବରୁ ଗୁଗଲ କମ୍ପାନି ମଧ୍ୟ ମାନବ ରୋବଟ ନିର୍ମାଣ କରିସାରିଛି । ଗୁଗଲ କମ୍ପାନି ଦ୍ୱାରା ବିକଶିତ ହୋଇଥିବା LaMDA ରୋବଟ ମଧ୍ୟ ମାନବିକ ଆବେଗକୁ ବୁଝିବା ସହ ମଣିଷ ପରି ଭାବିପାରିବା ଶକ୍ତି ରହିଥିଲା । ସାଧାରଣତ, ଆପଣ କୌଣସି ୱେବସାଇଟ୍ କିମ୍ବା ଚାଟୱାଟ ସହିତ ଚାଟ କରିବା ବେଳେ ଏହା କେବଳ କୋଡିଂ ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ସ୍ୱରରେ ନିର୍ଦ୍ଦିଷ୍ଟ ଉତ୍ତର ଦେଇଥାଏ । କିନ୍ତୁ LaMDA ଚାଟ୍ କୁ ବୁଝିବା ସହ ଆପଣଙ୍କୁ ସରଳ ଭାଷାରେ ବୁଝାଇଥାଏ । ଏପରିକି ପ୍ରସଙ୍ଗ ସହିତ ସମ୍ପର୍କିତ ଅନ୍ୟ ତଥ୍ୟ ମଧ୍ୟ ଉପସ୍ଥାପନ କରିଥାଏ ।
ଗୁଗଲ ସହିତ ପୂର୍ବରୁ ସାମସଙ୍ଗ ଓ ଏଲଜି କମ୍ପାନି ମଧ୍ୟ ରୋବଟ ଲଞ୍ଚ କରିସାରିଛନ୍ତି । ଚାଟୱାଟ ସହିତ ଏହି ରୋବର୍ଟ ଡାଟା ଆନାଲିସିସ ପାଇଁ ମଧ୍ୟ ବ୍ୟବହାର ହେଉଛି । ଗୁଗଲ କମ୍ପାନିର ମୁଖ୍ୟ କାର୍ଯ୍ୟାଳୟରେ ରୋବଟ ଏଣ୍ଟ୍ରାନ୍ସରେ କର୍ମଚାରୀଙ୍କୁ ୱେଲକମ କରିବା ସହ ଉପସ୍ଥାନ ମଧ୍ୟ ରେକର୍ଡ କରୁଛି । ଶାଓମୀ କମ୍ପାନି ଦ୍ୱାରା ଲଞ୍ଚ ହୋଇଥିବା ରୋବଟ CyberOne ମଧ୍ୟ ମାନବିକ ଭାବନାକୁ ବୁଝିପାରୁଥିବା କମ୍ପାନି ଦାବି କରିଛି ।