ନୂଆଦିଲ୍ଲୀ: ପାଣିପାଗ ପରିବର୍ତ୍ତନ ସହ, ରୋଗ ସଂକ୍ରମଣ ବି ନିଜ ରୂପ ବଦଲାଇଥାନ୍ତି ଏବଂ ଋତୁ ପରିବର୍ତ୍ତନ ସହିତ ସେମାନେ ପାଦ ବିସ୍ତାର କରିବା ଆରମ୍ଭ କରନ୍ତି । ଏପରି କିଛି ରୋଗ ସଂକ୍ରମଣ ଅଛି, ଏପରି କିଛି ରୋଗ ଅଛି, ଯାହା ଗ୍ରୀଷ୍ମ ଋତୁରେ ଲୋକଙ୍କୁ ଶୀଘ୍ର ଆକ୍ରମଣ କରିଥାଏ । ଏମିତି ରେ ଏହି ରୋଗ ସବୁ ସାମାନ୍ୟ ରୋଗ, କିନ୍ତୁ ଯଦି ଅବହେଳା କରନ୍ତି ବା ସଠିକ୍ ସମୟରେ ଚିକିତ୍ସା ନକରନ୍ତି, ତେବେ ଏହା ଘାତକ ସାବ୍ୟସ୍ତ ହୋଇପାରେ । ଯଦିଓ ଏହି ରୋଗଗୁଡିକର ଚିକିତ୍ସା ଘରେ ମଧ୍ୟ ସମ୍ଭବ, କିନ୍ତୁ କେବଳ ସଠିକ୍ ସୂଚନା ଆବଶ୍ୟକ । ତେଣୁ ଆମେ ଆପଣଙ୍କୁ ଏପରି କିଛି ରୋଗ ବିଷୟରେ ଅବଗତ କରାଇବୁ ଯାହା ଗ୍ରୀଷ୍ମ ଋତୁରେ ଲୋକଙ୍କୁ ଶୀଘ୍ର ଆକ୍ରମଣ କରିଥାଏ ଏବଂ ସେଗୁଡିକୁ ଏଡାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ବି ଜଣାଇବୁ...


COMMERCIAL BREAK
SCROLL TO CONTINUE READING

ଗ୍ରୀଷ୍ମ ରୋଗ
୧. ଉତ୍ତାପ ଆଘାତ : (Heat Stroke)
ହିଟ୍ ଷ୍ଟ୍ରୋକ୍ କିମ୍ବା ସନ୍ ଷ୍ଟ୍ରୋକ୍ ହେଉଛି ସାଧାରଣ ରୋଗ, ଯାହା ଶରୀରରେ ଜଳ ଅଭାବରୁ ଦେଖାଦିଏ । ଯଦିଓ ଗ୍ରୀଷ୍ମ ଋତୁରେ ସନ୍ ଷ୍ଟ୍ରୋକ୍ କୁ ଏକ ସାଧାରଣ ଭାବରେ ବିବେଚନା କରାଯାଏ, କିନ୍ତୁ ଯଦି ଠିକ୍ ସମୟରେ ଚିକିତ୍ସା କରାନଯାଏ ତେବେ ଏହା ମଧ୍ୟ ସାଂଘାତିକ ହୋଇପାରେ । ଉତ୍ତାପ ଆଘାତରେ ଖାଦ୍ୟ ବିଷାକ୍ତତା, ଜ୍ୱର, ପେଟ ଯନ୍ତ୍ରଣା ଏବଂ ବାନ୍ତି ଭଳି ସମସ୍ୟା ଆରମ୍ଭ ହୁଏ, ତେଣୁ ଏହାର ସଠିକ୍ ଚିକିତ୍ସା କରିବା ଆବଶ୍ୟକ ।


ଉପଚାର: ଗରମ ଆଘାତକୁ ଏଡ଼ାଇବା ପାଇଁ କ’ଣ କରିବା ଉଚିତ୍?


ଗରମ ଆଘାତକୁ ଏଡ଼ାଇବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଆପଣ ନିଜର ଖାଦ୍ୟ ପାନୀୟରେ ଯତ୍ନ ନେବାକୁ ପଡ଼ିବ । ଗ୍ରୀଷ୍ମ ଋତୁରେ ଜଳ ଅଭାବ ଶରୀରକୁ ଦୁର୍ବଳ କରିଦିଏ । ଏଥିପାଇଁ ଜରୁରୀ ଯେ ଆପଣ ଗ୍ରୀଷ୍ମ ଋତୁରେ ଶରୀରକୁ ହାଇଡ୍ରେଟ୍ ରଖନ୍ତୁ । ଏଥିପାଇଁ ଅଧିକରୁ ଅଧିକ ପାଣି ପିଅନ୍ତୁ ଏବଂ ନିଶ୍ଚିତ ଭାବରେ ସବୁଜ ପନିପରିବା, ସାଲାଡ ଏବଂ ଫଳ ଖାଆନ୍ତୁ । ଏହାଦ୍ୱାରା ଶରୀରରେ ଜଳର ଅଭାବ ରହିବ ନାହିଁ, ଯାହା ଉତ୍ତାପ ଆଘାତର ଆଶଙ୍କା ମଧ୍ୟ ହ୍ରାସ କରିବ।


୨. ଏସିଡିଟି : (Acidity)
ବର୍ତ୍ତମାନ ସମୟରେ ଏସିଡିଟି ଏକ ବଡ଼ ସମସ୍ୟା ଭାବେ ଉଭା ହେଇଛି । ଆଉ ଖରାଦିନେ ତ ଏସିଡିଟି ହେଉଛି ସବୁଠାରୁ ବଡ଼ ସମସ୍ୟା ଏବଂ ଯଦି ଯାତ୍ରା ସମୟରେ ଅମ୍ଳତା ସମସ୍ୟା ଦେଖାଯାଏ, ମରଣ ଯନ୍ତ୍ରଣା ପରି ଅନୁଭବ ହୁଏ ।  ଅମ୍ଳତା ଯୋଗୁଁ  ଛାତି ଜଳିବା ଏବଂ ଯନ୍ତ୍ରଣା, ବାନ୍ତି ଭଳି ଅନୁଭବ କରିବା ଭଳି ଅନ୍ୟାନ୍ୟ ସମସ୍ୟା ଅଛି । ଯେତେବେଳେ ଏହି ସମସ୍ୟା ବାରମ୍ବାର ହୁଏ, ଏହା ଏକ ଗମ୍ଭୀର ସମସ୍ୟାର ରୂପ ନେଇଥାଏ ଏବଂ ବେଳେବେଳେ ଏହା ଲୋକଙ୍କୁ ଡାକ୍ତରଖାନାକୁ ନେଇଯାଏ। ଏଭଳି ପରିସ୍ଥିତିରେ, ଏସିଡିଟି ଏଡାଇବା ପାଇଁ ଏବଂ ଖାଦ୍ୟ ଗ୍ରହଣକୁ ନିୟନ୍ତ୍ରଣ କରିବା ପାଇଁ ଆଗରୁ ସତର୍କ ରହିବା ଆବଶ୍ୟକ ।


ଅମ୍ଳତାକୁ ଏଡାଇବା ପାଇଁ କଣ କରିବା ଉଚିତ୍?
ଅମ୍ଳତାକୁ ଏଡାଇବା ପାଇଁ ସହଜ ଉପାୟ ହେଉଛି ତେଲ ଏବଂ ମସଲାଯୁକ୍ତ ଖାଦ୍ୟକୁ ବାରଣ , କାରଣ ଏହା ଅମ୍ଳର ସବୁଠାରୁ ବଡ କାରଣ । ଏହା ସହିତ, ପ୍ରତିଦିନ ଖାଇବା ସୟୟ ନିର୍ଦ୍ଧାରଣ କରିବାକୁ ପଡ଼ିବ ଏବଂ ସବୁଦିନ ସେହି ସମୟରେ ହିଁ ଖାଇବା ଉଚିତ୍ । ମୁଲେଠି ଚୂର୍ଣ୍ଣ ସେବନ କରନ୍ତୁ, ଏହା ଅମ୍ଳ ପାଇଁ ଲାଭଦାୟକ।


୩. ଜଣ୍ଡିସ୍ :(Jaundice)
ଗ୍ରୀଷ୍ମଋତୁରେ ପିଲା ହୁଅନ୍ତୁ କିମ୍ବା ବୟସ୍କ ଜଣ୍ଡିସର ଆଶଙ୍କା ରହିଥାଏ। ଜଣ୍ଡିସକୁ ହେପାଟାଇଟିସ୍ ଏ ମଧ୍ୟ କୁହାଯାଏ । ଜଣ୍ଡିସର ସବୁଠାରୁ ବଡ କାରଣ ହେଉଛି ଦୂଷିତ ଜଳ ଏବଂ ଦୂଷିତ ଖାଦ୍ୟ । ଜଣ୍ଡିସରେ ରୋଗୀର ଆଖି ଏବଂ ନଖ ହଳଦିଆ ହୋଇଯାଏ ଏବଂ ପରିସ୍ରା ମଧ୍ୟ ହଳଦିଆ ରଙ୍ଗର ହୋଇଥାଏ । ଯଦି ଏହାର ସଠିକ୍ ଚିକିତ୍ସା କରାନଯାଏ, ତେବେ ଏହା ଏକ ଗମ୍ଭୀର ରୂପ ନେଇପାରେ । 
 
ଜଣ୍ଡିସକୁ ରୋକିବା ପାଇଁ ପଦକ୍ଷେପ :
ଜଣ୍ଡିସ ଦେଖାଦେଲେ ଦୂଷିତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ତେଲ ମସଲା ଯୁକ୍ତ ଖାଦ୍ୟକୁ ବାରଣ କରନ୍ତୁ। କେବଳ ସିଝା ଓ ହାଲକା ଥାଦ୍ୟ ଖାଆନ୍ତୁ ଏବଂ ପ୍ରଚୁର ଫିଲ୍ଟର ପାଣି ପିଅନ୍ତୁ।


୪. ହାଡଫୁଟି: (Chicken pox)


ଗ୍ରୀଷ୍ମର ଆରମ୍ଭ ଅର୍ଥ ହେଉଛି ହାଡଫୁଟିର ପଦଧ୍ୱନୀ । ହାଡ଼ଫୁଟି ହେଲେ ଶରୀରରେ ଲାଲ ରଙ୍ଗର ଦାଗ ହୋଇଯାଏ । ଜ୍ୱର, ଗଳାଦରଜ ହୋଇଠାଏ, ଥଣ୍ଡା କାଶ ଗୋଟିଏ ସାଧାରଣ କଥା। ଯାହା ନିଜ ଆଖପାଖ ଲୋଙ୍କୁ ଶିଘ୍ର ସଂକ୍ରମିତ କରେ । ଏହାର ସାବଧାନତା ହିଁ ଏହାର ପ୍ରଥମ ଉପଚାର।


ହାଡଫୁଟିରୁ ଉପସମ ଉପାୟ:  ହାଡ଼ଫୁଟି ଏଡ଼ାଇବା ପାଇଁ ଟିକା ଦିଆଯାଏ, ଯାହାକୁ ରୋକିବା ପାଇଁ ସର୍ବୋତ୍ତମ ଉପାୟ ଭାବରେ ବିବେଚନା କରାଯାଏ । ଏହା ବ୍ୟତିତ ଛୋଟ ଛୋଟ ସତର୍କତା ଜରୁରୀ ଅଟେ । ଉଦାହରଣ ସ୍ୱରୂପ, ଯେତେବେଳେ ଆପଣ ବାହାରୁ ଘରକୁ ଆସୁଛନ୍ତି, ସେତେବେଳେ ଗୋଡ଼ ହାତ ଭଲଭାବେ ଧୁଅନ୍ତୁ । ଛୋଟ ଶିଶୁ ମାନଙ୍କୁ ହାଡ଼ଫୁଟି ହୋଇଥିଲେ ସେମାନଙ୍କୁ ଏକ ପୃଥକ କୋଠରୀରେ ରଖନ୍ତୁ ।