Super Food Millet: ଡାଇବେଟିସ୍ ଓ କୋଲେଷ୍ଟ୍ରଲ ନିୟନ୍ତ୍ରଣରେ ସାହାଯ୍ୟ କରେ ମାଣ୍ଡିଆ...
Super Food Millet: ଏବେ ଖୁବ୍ ଚର୍ଚ୍ଚାରେ ମିଲେଟ ଜାତୀୟ ଖାଦ୍ୟ(Millet Food), ଯେଉଁଥିରେ ମାଣ୍ଡିଆ, ରାଗି, ଯଅ, ବାଜରା ଆଦି ବିଭିନ୍ନ ଫସଲ ଅନ୍ତର୍ଭୂକ୍ତ। ମିଲେଟରେ ଅଧିକ ପରିମାଣର ପୋଷକ ତତ୍ତ୍ୱ(Nutrition) ରହିଥାଏ ତେଣୁ,ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହୀତକାରକ ଅଟେ। ମିଲେଟରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଆମେ ଆମର ପ୍ରତିଦିନର ଖାଦ୍ୟରେ ସାମିଲ କରିବା ପାଇଁ ସରକାର ଏହାକୁ ନେଇ ପ୍ରଚାର ପ୍ରସାର ଚଲାଇଛନ୍ତି ।
Super Food Millet: ଏବେ ଖୁବ୍ ଚର୍ଚ୍ଚାରେ ମିଲେଟ ଜାତୀୟ ଖାଦ୍ୟ(Millet Food), ଯେଉଁଥିରେ ମାଣ୍ଡିଆ, ରାଗି, ଯଅ, ବାଜରା ଆଦି ବିଭିନ୍ନ ଫସଲ ଅନ୍ତର୍ଭୂକ୍ତ। ମିଲେଟରେ ଅଧିକ ପରିମାଣର ପୋଷକ ତତ୍ତ୍ୱ(Nutrition) ରହିଥାଏ ତେଣୁ,ଏହା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହୀତକାରକ ଅଟେ। ମିଲେଟରେ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ଆମେ ଆମର ପ୍ରତିଦିନର ଖାଦ୍ୟରେ ସାମିଲ କରିବା ପାଇଁ ସରକାର ଏହାକୁ ନେଇ ପ୍ରଚାର ପ୍ରସାର ଚଲାଇଛନ୍ତି । ଏ ନେଇ ଆମେ ଚଳିତ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ ବର୍ଷ-୨୦୨୩(Millet Year-2023) ପାଳନ କରୁଛେ । ତେଣୁ ଆଜି ଆସନ୍ତୁ ଜାଣିବା ଯେ ମିଲେଟ ଖାଇବା ଦ୍ୱାରା ଆମ ଶରୀରର କେଉଁ କେଉଁ ରୋଗ ନିୟନ୍ତ୍ରଣରେ(Disease Control) ରହିଥାଏ ବା ଏହା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଅଟେ ...
ଆୟୁର୍ବେଦ ଏବଂ ବୈଜ୍ଞାନିକ ତତ୍ତ୍ୱ ଅନୁଯାୟୀ, ମିଲେଟର ନିୟମିତ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ଖାଦ୍ୟ ଭାବରେ ବିବେଚନା କରାଯାଏ।ଏଗୁଡିକ ଖାଇବା ଦ୍ୱାରା ଶରୀର ଆବଶ୍ୟକ କରୁଥିବା ସମସ୍ତ ପୋଷକ ତତ୍ତ୍ୱ ଆମ ଶରୀରରେ ପ୍ରାକୃତିକ ଉପାୟରେ ପହଞ୍ଚିଥାଏ। ସେଥିପାଇଁ ଆମକୁ କୌଣସି ଭିଟାମିନ୍ କିମ୍ବା ମିନେରାଲ୍ସକୁ ଔଷଧ ରୂପେ ଗ୍ରହଣ କରିବାର ଆବଶ୍ୟକତା ହୋଇଥାଏ।ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଆପଣ ଔଷଧ ସେବନର ପାର୍ଶ୍ୱ ପ୍ରତିକ୍ରିୟାରୁ ନିଜକୁ ରକ୍ଷା କରିବାରେ ଏବଂ କିଡନୀ, ଯକୃତ ଏବଂ ପ୍ରତିରକ୍ଷା ପ୍ରଣାଳୀ ଭଳି ଆମ ଶରୀରର ପ୍ରମୁଖ ଅଙ୍ଗଗୁଡ଼ିକୁ ସୁସ୍ଥ ରଖିଥାଏ।
ମଧୁମେହକୁ ନିୟନ୍ତ୍ରଣ କରେ:
ଟାଇପ୍ -୧ ଏବଂ ଟାଇପ୍-୨ ମଧୁମେହକୁ(Diabetes) ରୋକିବାରେ ମିଲେଟ୍ ସାହାଯ୍ୟ କରିଥାଏ। ନିୟମିତ ଖାଦ୍ୟରେ ମିଲେଟ୍ ଖାଇବା ଦ୍ୱାରା ଏହା ଡାଇବେଟିସ ରୋଗର ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ।ମିଲେଟ ଜାତ ଖାଦ୍ୟରେ ଫାଇବରର ମାତ୍ରା ଖୁବ୍ ଅଧିକ ଥାଏ ଯାହା ମଧୁମେହ ରୋକିବାରେ ସହାୟକ ହୋଇଥାଏ ।ତେଣୁ ଡାଇବେଟିସ୍ ଥିବା ରୋଗୀମାନେ ପ୍ରତିଦିନ ମିଲେଟ ଖାଇବା ଆବଶ୍ୟକ।
ମେଦବହୁଳତା ହ୍ରାସ କରିବାରେ ସାହାଯ୍ୟ କରିଥାଏ:
ଶରୀରର ଅତିରିକ୍ତ ଚର୍ବି(Extra fat) ହ୍ରାସ ଯଥା ଓଜନ ହ୍ରାସ କରିବାରେ ମିଲେଟ୍ ଅତ୍ୟନ୍ତ ସହାୟକ ହୋଇଥାଏ । ମାଣ୍ଡିଆ, ବାଜରା,ଜଅରେ ଫାଇବର ଏବଂ ଟ୍ରାଇପଟୋଫାନ୍ ଭରପୂର ମାତ୍ରାରେ ମିଳିଥାଏ। ତେମୁ ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଫାଇବର ଏବଂ ଟ୍ରାଇପଟୋଫାନ୍ କାରଣରୁ ଏହା ଧୀରେ ଧୀରେ ହଜମ ହୁଏ। ଯେଉଁଥିପାଇଁ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଭୂତ ହୋଇଥାଏ, ଯାହା ଅତ୍ୟଧିକ ଖାଇବା ଠାରୁ ଦୂରେଇ ରହିଥାଏ ଏବଂ ମୋଟାପଣ କିମ୍ବା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଫାଇବର ଯୋଗାଣ ପାଇଁ ମିଲେଟ-
ଆମ ଶରୀରକୁ ପ୍ରତିଦିନ ୩୮ ଗ୍ରାମ ଫାଇବର(Fiber) ଆବଶ୍ୟକ କରିଥାଏ। ଆମେ ଡାଲି, ପନିପରିବା, ଫଳ, ସାଲାଡ ଇତ୍ୟାଦିରୁ ପାଇଥିବା ଫାଇବରର ୨୫ ରୁ ୩୦ ପ୍ରତିଶତ ପାଇଥାଉ। ମିଲେଟରେ ଅଧିକ ପରିମାଣର ଫାଇବର ମିଳିଥାଏ। ତେଣୁ ଯଦି ଆମେ ଆମ ଦୈନନ୍ଦିନ ଖାଦ୍ୟରେ ମିଲେଟର କାଇବା ଦ୍ୱାରା ଶରୀରରକୁ ଆବଶ୍ୟକ ପରିମାଣର ଫାଇବର ପହଞ୍ଚିଥାଏ ଏବଂ ଶରୀର ଭିତରେ ଥିବା ରାସାୟନିକ ପ୍ରତିକ୍ରିୟାକୁ ସଂଶୋଧନ କରିବା ପାଇଁ କାର୍ଯ୍ୟ କରେ।
ହୃଦୟକୁ ସୁସ୍ଥ ରଖିବା ପାଇଁ ମିଲେଟ ସାହାଯ୍ୟ କରେ-
ଏଥିରେ ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଭଳି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ, ଯାହା କୋଲେଷ୍ଟ୍ରଲ୍ ସ୍ତର ବୃଦ୍ଧିରୁ ରକ୍ଷା କରିଥାଏ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସହାୟକ ହୋଇଥାଏ। ଯେଉଁଥିପାଇଁ ହୃଦୟ ସମ୍ବନ୍ଧୀୟ ରୋଗକୁ ଏଡ଼ାଇବା,ହୃଦୟକୁ ସୁସ୍ଥ ଏବଂ ଶକ୍ତିଶାଳୀ ରଖିବାରେ ଏହା ସାହାଯ୍ୟ କରିଥାଏ।
ଆଜମା ରୋଗରେ ମିଲେଟର ବ୍ୟବହାର-
ମିଲେଟ ଖାଇବା ଦ୍ୱାରା ଆଜମା ରୋଗରୁ ମୁକ୍ତି ମିଳିଥାଏ। ଶରୀରରେ ମିଲେଟରେ ମିଳୁଥିବା ସମସ୍ତ ପୁଷ୍ଟିକର ଖାଦ୍ୟ ହେତୁ ଆଜମା ଆକ୍ରମଣ ଏବଂ ସ୍ନାୟୁ ଜନିତ ରୋଗରୁ ମୁକ୍ତି ପାଇବାରେ ଏହା ଉପଯୋଗୀ।
Also Read: Weather Update: ୧୮ ଜିଲ୍ଲାରେ କାଳବୈଶାଖୀ ବର୍ଷା ନେଇ ବିଭାଗ ପକ୍ଷରୁ ଆର୍ଲଟ ଜାରି
Puri: ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ତିଆରି ହେବ ଦିବ୍ୟାଙ୍ଗ ରାମ୍ପ, ଖୁବଶୀଘ୍ର ମରାମତି ହେବ ନାଟମଣ୍ତପ ଫାଟ