Weather Update: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ଗୋଟେ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ଥିବା ବେଳେ ଅନ୍ୟପଟେ ଆଜିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବେ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
Trending Photos
Weather Update: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ଥିବା ଯୋଗୁଁ ରାଜ୍ୟରେ ବର୍ଷାର ପରିମାଣ କମ୍ ରହିଛି । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ଗୋଟେ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ଥିବା ବେଳେ ଅନ୍ୟପଟେ ଆଜିଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବେ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
Warning for Day-1 to Day-5: pic.twitter.com/f3dM4K70qW
— Meteorological Centre, Bhubaneswar (@mcbbsr) August 21, 2023
ସୂଚନା ଥାଉ କି, ଆଜି ୧୮ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ କନ୍ଧମାଳ ଆଦି ୧୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ସହ ବଜ୍ରପାତର ହେବା ନେଇ ସମ୍ଭାବନା ରହିଛି। ଏନେଇ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ (Yellow alert ) ଜାରି କରାଯାଇଛି । ସେହିପରି ଆସନ୍ତା ୨୩ ତାରିଖରେ ୫ଟି ଜିଲ୍ଲାରେ ଓ ୨୪ ତାରିଖରେ ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା (Heavy Rain) ନେଇ ବିଭାଗ ପୂର୍ବାନୁମାନ କରାଯାଇଛି ।
— Meteorological Centre, Bhubaneswar (@mcbbsr) August 21, 2023
ସାଧାରଣତଃ ଅଗଷ୍ଟ ମାସରେ ମୌସୁମୀ ସକ୍ରିୟ ରହିବା ଯୋଗୁଁ ସର୍ବୋଚ୍ଚ ତାପମାତ୍ରା ୩୨ରୁ ୩୫ ଡିଗ୍ରୀ ଭିତରେ ରହିଥାଏ । ମାତ୍ର ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ମୌସୁମୀ (Monsoon) ବାୟୁ ପ୍ରଭାବରେ ବର୍ଷା ହେବା ଦ୍ବାରା ଅଗଷ୍ଟ ମାସରେ ତାପମାତ୍ରା ହ୍ରାସ ପାଇଥାଏ । ତେଣୁ ଏହି ମାସରେ କମ୍ ଗରମ ଅନୁଭୂତ ହୋଇଥାଏ । ମୌସୁମୀ ସମୟରେ ବାୟୁରେ ଆର୍ଦ୍ରତା ରହୁଥିବାରୁ ଜଳୀୟ ବାଷ୍ପ ଅଧିକ ରହିଥାଏ । ତେଣୁ ଅସ୍ବାଭାବିକ ସ୍ଥିତି ଅନୁଭୂତ ହୁଏ । କେବଳ ଓଡ଼ିଶା ନୁହେଁ, ବର୍ତ୍ତମାନ ସାରା ଦେଶରେ ମୌସୁମୀ ନିଷ୍କ୍ରିୟ ରହିଛି। ଓଡ଼ିଶାକୁ ପଶ୍ଚିମା ପବନ ପ୍ରବାହିତ ହେଉଥିବାରୁ ଗରମ ଅନୁଭୂତ ହେଉଛି।
#Rainfall Forecast for Day-1 to Day-5: pic.twitter.com/x2tibotPjc
— Meteorological Centre, Bhubaneswar (@mcbbsr) August 21, 2023
ପ୍ରକାଶ ଥାଉ କି, ଗତ ଜୁନ ମାସରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବମୋଟ ୬୫୩.୮ ମିମି ବର୍ଷା ହୋଇଛି । ସାଧାରଣତଃ ଏହି ସମୟ ମଧ୍ଯରେ ରାଜ୍ୟରେ ୬୯୮.୪ ମିମି ବର୍ଷା ହୋଇଥାଏ । ତେବେ ବର୍ତ୍ତମାନ ରାଜ୍ୟରେ ୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଏବେ ସୁଦ୍ଧା ରାଜ୍ୟର ୧୬ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୦ଟି ଜିଲ୍ଲାରେ ନିଅଣ୍ଟିଆ ଓ ଅବଶିଷ୍ଟ ୪ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ସୂଚନା ରହିଛି ।
Also Read-Puri: ଶ୍ରୀମନ୍ଦିର ଉତ୍ତର ଦ୍ବାରରେ ତିଆରି ହେବ ଦିବ୍ୟାଙ୍ଗ ରାମ୍ପ, ଖୁବଶୀଘ୍ର ମରାମତି ହେବ ନାଟମଣ୍ତପ ଫାଟ