Lady finger benefits: ଭେଣ୍ତି ଏମିତି ଏକ ପରିବା ଅଟେ ଯାହା ରାନ୍ଧିବା ପରେ ବେଶ ସୁଆଦିଆ ଲାଗିଥାଏ । ଏହା ଏମିତି ଏକ ପରିବା ଅଟେ ଯାହା ଭାରତୀୟ ଘରେ ବହୁଳ ମାତ୍ରାରେ ବ୍ୟବହୃତ ହୋଇଥାଏ । ଅଧିକାଂଶ ଦେଶରେ ଏହାକୁ ଲୋକେ ଖାଇବାକୁ ପସନ୍ଦ କରିଥାଆନ୍ତି । ଏଥିରେ ପ୍ରଚୁର ପରିମାଣର ଶ୍ବେତସାର ଓ ପୁଷ୍ଟିସାର ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଆମ ଶରୀର ପାଇଁ ବେଶ ଲାଭଦାୟୀ ହୋଇଥାଏ । 


  • COMMERCIAL BREAK
    SCROLL TO CONTINUE READING

    ଗବେଷଣାରୁ ଜଣାପଡିଛି ଯେ, ଭେଣ୍ଡିରେ ଅନ୍ୟ ପରିବା ତୁଳନାରେ ଅଧିକ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ(Antioxidant) ରହିଥାଏ। ଆଣ୍ଟିଅକ୍ସିଡାଣ୍ଟ କୋଷକୁ ଅକ୍ସିଡେଟିଭ୍ କ୍ଷତିରୁ ରକ୍ଷା କରିଥାଏ, ତେଣୁ ଏହାକୁ ଖାଇବା ଦ୍ବାରା କ୍ୟାନସର ହେବାର ଆଶଙ୍କା କମ୍ ହୋଇଥାଏ। ଏଥିରେ ଥିବା ଫାଇବର ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ ଓ କୋଲନ କ୍ୟାନସରରୁ(Colon Cancer) ରକ୍ଷା କରିଥାଏ।

  • ଯେଉଁ ଲୋକମାନଙ୍କୁ ମଧୁମେହ(Diabetes) ରୋଗ ଭଳି ସମସ୍ୟା ରହିଛି, ସେମାନେ ଭେଣ୍ତି ଖାଇବା ନିହାତି ଆବଶ୍ୟକ । ଏଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ । ମଧୁମେହ ରୋଗୀ ମାନେ ଦୁଇଟି ଭେଣ୍ତିକୁ ରାତି ତମାମ ପାଣିରେ ଭିଜେଇ ରଖନ୍ତୁ । ଏହାପରେ ସକାଳୁ ଏହି ଭେଣ୍ତି କାଢି ସେ ପାଣିକୁ ପିଅନ୍ତୁ । ଏଭଳି କରିବା ଦ୍ବାରା ଶରୀରରେ ସୁଗାର ଲେବୁଲ ନିୟନ୍ତ୍ରଣ ରହିଥାଏ । ୧୫ ଦିନ ଏପରି କରିବା ଦ୍ବାରା ଆପଣଙ୍କୁ ସୁଫଳ ପାଇବେ ।

  • ଫୋଲେଟ୍ ବା ଫୋଲିକ୍ ଏସିଡ଼ ଏକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଯାହା ଗର୍ଭ ଧାରଣ(Pregnancy )ଓ ଏହାର ପରବର୍ତ୍ତୀ ବିକାଶ ପାଇଁ ଆବଶ୍ୟକ ହୋଇଥାଏ। ଭେଣ୍ଡିରେ ଅଧିକ ମାତ୍ରାରେ ଫୋଲେଟ(Folate) ଥାଏ ଯାହା ଶିଶୁର ଉପଯୁକ୍ତ ବିକାଶକୁ ସୁନିଶ୍ଚିତ କରିଥାଏ।

  • ଭେଣ୍ତିରେ ପ୍ରଚୁର ପରିମାଣର ଭିଟାମିନ୍ ସି (Vitamin c) ରହିଥାଏ । ଯାହୀଦ୍ବାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଯଦି ଆପଣଙ୍କ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବଢୁଛି ତାହାଲେ ଆପଣଙ୍କୁ ଭେଣ୍ତି ଖାଇବା ଉଚିତ୍ । ୧୦୦ ଗ୍ରାମ୍ ଭିଣ୍ଡି ଆପଣଙ୍କୁ ଦୈନିକ ଭିଟାମିନ୍ 'ସି'ର ପ୍ରାୟ ୪୦% ଦେଇଥାଏ।

  • ଭେଣ୍ତିକୁ ଜୁସ କରି ସେବନ କଲେ କିଡ଼ନୀ ସମସ୍ୟା(Kidney Problems) ଦୂର ହୋଇଥାଏ । ତେଣୁ ପ୍ରତ୍ୟେକ ଦିନ ଭେଣ୍ତି ରସ ପିଇବା ଦ୍ବାରା ଆପଣଙ୍କ ଶରୀରକୁ ବେଶ ଫାଇଦା ମିଳିଥାଏ ।

  • ଯଦି ଆପଣଙ୍କର କୋଷ୍ଠକାଠିନ୍ୟ(Constipation) ଭଲି ସମସ୍ୟା ରହିଛି ତାହାଲେ ଆପଣଙ୍କୁ  ପ୍ରତ୍ୟେକ ଦିନ ଖାଦ୍ୟାରେ ଭେଣ୍ତିକୁ ସାମିଲ କରିବା ଉଚିତ୍ । ଏହାକୁ ଖାଇବା ଦ୍ବାରା ଆପଣଙ୍କୁ ସୁଫଳ ମିଳିବ ।


Also Read- High Uric Acid: ୟୁରିକ ଏସିଡ଼ ହ୍ରାସ ପାଇଁ ରାମବାଣ ସଦୃଶ ଏହି ଗଛର ପତ୍ର, ଦରକାର ପଡ଼ିବ ନାହିଁ ଔଷଧ


(Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜୀ ଓଡି଼ଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)