High Uric Acid: ୟୁରିକ ଏସିଡ଼ ହ୍ରାସ ପାଇଁ ରାମବାଣ ସଦୃଶ ଏହି ଗଛର ପତ୍ର, ଦରକାର ପଡ଼ିବ ନାହିଁ ଔଷଧ
Advertisement

High Uric Acid: ୟୁରିକ ଏସିଡ଼ ହ୍ରାସ ପାଇଁ ରାମବାଣ ସଦୃଶ ଏହି ଗଛର ପତ୍ର, ଦରକାର ପଡ଼ିବ ନାହିଁ ଔଷଧ

High Uric Acid: ଶରୀରରେ ବେଳେ ବେଳେ ଅଧିକ ପରିମାଣର ପ୍ୟୁରିନ୍‌ ବଢିବା ସହ କିଡନୀର ଫିଲ୍ଟର କରିବା କ୍ଷମତା ହ୍ରାସ ପାଇଥାଏ। ଫଳରେ ଏଥିରୁ ବାହାରୁ ଥିବା ଅପଦାର୍ଥ ଗୁଡି଼କ ୟୁରିକ ଏସିଡ଼ରେ ପରିଣତ ହୋଇଥାଏ। ପରେ ଏହା ରକ୍ତ ସହ ମିଶି ଗଣ୍ଠି ଗୁଡି଼କରେ ଜମା ହୋଇଥାଏ। ଏହାର ପ୍ରଭାବରେ ହାତ ଗୋଡ଼ ବିନ୍ଧା, ଗଣ୍ଠି ଯନ୍ତ୍ରଣା ଓ ଗଣ୍ଠି ଫୁଲିବା ପରି ସମସ୍ୟା ଦେଖା ଦେଇଥାଏ। ଆମ ଜୀବନ ଶୈଳୀ ଓ ଖରାପ ଖାଦ୍ୟ ଅଭ୍ୟାସ ଯୋଗୁଁ ଏହିସବୁ ସମସ୍ୟା ଶିକାର ହେବାକୁ ପଡି଼ଥାଏ ବୋଲି ଜଣାପଡି଼ଛି।

ସୌ(ସୋସିଆଲ ମିଡିଆ)

ଆମ ଶରୀରରେ ୟୁରିକ ଏସିଡ଼ର ପରିମାଣ ବଢିବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଅଟେ। ଏହାଦ୍ୱାରା ଜଣେ ବ୍ୟକ୍ତି ହାଇପର୍‌ସୁରିସେମିଆର ଶିକାର ହୋଇଥାଏ। ଏହାର ପ୍ରଭାବରେ ଗଣ୍ଠି ଓ ଆର୍ଥ୍ରାଇଟିସ୍‌ ଗୁଡି଼କ ଦୁର୍ବଳ ହେବା ସହ କିଡ଼ନୀରେ ଏହା ଷ୍ଟୋନ୍‌ ସମସ୍ୟା ସୃଷ୍ଟି କରିଥାଏ। ଏହା ବ୍ୟତୀତ ଶରୀରରେ ଉଚ୍ଚ ୟୁରିକ ଏସିଡ଼ କାରଣରୁ ମଧୁମେହ(Diabetes), ହାଇପୋଥାଇରଏଡିଜିମ୍(hypothyroidism) ଓ କର୍କଟ(Cancer) ଭଳି ରୋଗର ହେବାର ସମ୍ଭାବନା ଦ୍ୱିଗୁଣିତ ହୋଇଥାଏ। ଆୟୁର୍ବେଦିକ ଉପଚାର ଗ୍ରହଣ କରି ଏହାକୁ ଘରେ ମଧ୍ୟ ହ୍ରାସ କରିହେବ।ବ୍ୟାୟାମ ନ କରିବା, ଅଧିକ ପ୍ରୋଟିନ ଓ କମ ଚର୍ବିଯୁକ୍ତ ଖାଦ୍ୟ ଖାଇବା, ରାତିରେ ଅତ୍ୟଧିକ ଭୋଜନ କରି ଶୋଇବା ଦ୍ୱାରା ଶରୀରରେ ୟୁରିକ ଏସିଡ଼ର ପରିମାଣ ବଢିଥାଏ। ଏହା ବ୍ୟତୀତ କମ ପାଣି ପିଇବା ଓ କମ ସମୟ ଶୋଇବା ଦ୍ୱାରା ମଧ୍ୟ ଏହା ବୃଦ୍ଧି ହୋଇଥାଏ। ଗିଲୋଇ ଲତାର କାଣ୍ଡ ଓ ପତ୍ରର ବ୍ୟବହାର ଦ୍ୱାରା ଶରୀରରୁ ୟୁରିକ ଏସିଡ଼ର ପରିମାଣ ହ୍ରାସ କରାଯାଇ ପାରିବ। ଗଣ୍ଠି ଗୁଡି଼କରେ ଜମା ହୋଇଥିବା ଏସିଡ଼ ଯୁକ୍ତ ରକ୍ତକୁ ମଧ୍ୟ ସଫା କରିବାରେ ଏହା ସାହାଯ୍ୟ କରିଥାଏ। ତେବେ ଏଥିପାଇଁ ଗିଲୋଇ ପତ୍ର ଓ ଏହାର କାଣ୍ଡକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହାକୁ ଗ୍ରାଇଣ୍ଡିଂ କରିବା ସହ ପୁରା ଅଧା କମିବା ପର୍ଯ୍ୟନ୍ତ ଗରମ କରନ୍ତୁ। ପରେ ଏହାକୁ ଥଣ୍ଡା କରି ଛାଣିକି ପିଅନ୍ତୁ। ଏହି ପ୍ରାକୃତିକ ଉପାଦାନଟି ଶରୀରରେ ୟୁରିକ ଏସିଡ଼ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଏହାକୁ ପାଉଡ଼ର, ଜୁସ ଓ ଟାବଲେଟ ଆକାରରେ ନିୟମିତ ବ୍ୟବହାର କରିହେବ।

Also Read-Lifestyle News in Odia: ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାହିଁ ରହୁଛନ୍ତି କି, ହୋଇପାରନ୍ତି ଏହି ଗୁରୁତର ରୋଗର ଶୀକାର

ସନ୍ତୁଳିତ ଆହାର ଓ ନିୟମିତ ବ୍ୟାୟାମ ମଧ୍ୟ ଉତ୍ତମ ଫଳ ପ୍ରଦାନ କରିଥାଏ। ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟାରେ ୪୫ ମିନିଟ୍ ବ୍ୟାୟାମ କରିବା ସହ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। ଏହାଛଡା଼ ରାତି ସମୟରେ ଡାଲି, ଗହମ ଓ ବିନ୍ସ ଖାଆନ୍ତୁ ନାହିଁ। ସକାଳୁ ବ୍ରେକଫାଷ୍ଟରେ ଜାମୁକୋଳି ଓ ଅଁଳା ରସ ସେବନ କରନ୍ତୁ। ଏହାଦ୍ୱାରା ଶରୀରରେ ଜମା ହୋଇଥିବା ୟୁରିକ ଏସିଡ଼କୁ ବହୁତ ଶୀଘ୍ର ହ୍ରାସ କରାଯାଇ ପାରିବ।

(Disclaimer: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜୀ ଓଡି଼ଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)