Surya Grahan 2023: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଆସନ୍ତା ମାସ ଏପ୍ରିଲ ୧୦ ତାରିଖରେ ପଡ଼ିବ। ଏହା ମେଷ ରାଶିରେ ସକାଳ ୭:୫ ମିନିଟ୍ ରୁ ରାତି ୧୨:୨୯ ପର୍ଯ୍ୟନ୍ତ ରହିବ । ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ, ଏହି ପରାଗ ଭାରତରେ ଦୃଶ୍ୟମାନ ହେବନାହିଁ, କିନ୍ତୁ ଏହି ସୂର୍ଯ୍ୟ ପରାଗର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ। ଜ୍ୟୋତିଷଙ୍କ ଅନୁଯାୟୀ, ସୂର୍ଯ୍ୟ ଗ୍ରହଣ ସମସ୍ତ ରାଶିର ଚିହ୍ନ ଉପରେ ଅଧିକ କିମ୍ବା କମ ପ୍ରଭାବ ପକାଇବ।  ତଥାପି, କିଛି ରାଶିର ପାଇଁ ଏହା ଅତ୍ୟନ୍ତ ଶୁଭ ହେବାକୁ ଯାଉଥିବା ବେଳେ କେତେକ ରାଶି ପାଇଁ କ୍ଷତିକାରକ ହୋଇପାରେ, ତେବେ ଆସନ୍ତୁ ଜାଣିବା କେଉଁ ରାଶି ପାଇଁ ଶୁଭ ରହିବ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ।


COMMERCIAL BREAK
SCROLL TO CONTINUE READING

ବୃଷ ରାଶି(Taurus )- ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଚି ହେବ। ବାକି ଥିବା ସମସ୍ତ କରଜ ସୁଝିଯିବ । ଆର୍ଥିକ କ୍ଷେତ୍ରରେ ଲାଭବାନ ହେବ। ଜୀବନରେ ବଡ଼ ପରିବର୍ତ୍ତନ ହେବ । ସୁଖ ସମୃଦ୍ଧି ବୃଦ୍ଧି ପାଇବ ।


ମିଥୁନ ରାଶି(Gemini )- ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ବେଶ ଶୁଭଫଳ ଦେବ । କୋର୍ଟ କଚୋରୀ ମାମଲାରେ ବିଜୟ ଲାଭ କରିବେ । ରାଜନୀତିରେ ଜଡ଼ିତ ଲୋକଙ୍କ ପାଇଁ ଏହି ସମସ୍ତ ଅତ୍ୟନ୍ତ ଶୁଭ ଅଟେ । ସମାଜରେ ମାନ ସମ୍ମାନରେ ବୃଦ୍ଧି ପାଇବ। ସନ୍ତାନହୀନ ଦମ୍ପତିଙ୍କ ସନ୍ତାନ ଜନ୍ମ ହେବାର ସମ୍ଭାବନା ରହିଛି ।


ଏହାମଧ୍ଯ ପଢନ୍ତୁ- ଆଜି ଏହି ୨ଟି ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର


ଏହାମଧ୍ଯ ପଢନ୍ତୁ-Zodiac signs: ପରସ୍ପରର ଭଲ ଜୀବନସାଥୀ ହୋଇପାରନ୍ତି ନାହିଁ ଏହି ରାଶିର ବ୍ୟକ୍ତି, ଅଳ୍ପ ଦିନରେ ଭାଙ୍ଗି ଯାଇଥାଏ ସମ୍ପର୍କ


ଧନୁ ରାଶି(Sagittarius )-  ଏହି ସୂର୍ଯ୍ୟ ପରାଗ ପରେ ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଉଦୟ ହେବ। ବ୍ୟବସାୟୀ ମାନେ ଲାଭବାନ ହେବା ସହ ବ୍ୟବସାୟ ଆକସ୍ମକ ଭାବେ ବୃଦ୍ଧି ପାଇବ। ଚାକିରିରେ ପଦ୍ବୋନ୍ନତି ସହ ମାନ ସମ୍ମାନ ମିଳିବ। ବୈବାହିକ ଜୀବନ ସୁଖମୟ ହେବ ।