ଆଜି ଏହି ୨ଟି ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର
Advertisement
Article Detail0/zeeodisha/odisha1601489

ଆଜି ଏହି ୨ଟି ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର

Horoscope Today 9 March 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ମାର୍ଚ୍ଚ ୯ ହେଉଛି ଗୁରୁବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

ଆଜି ଏହି ୨ଟି ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର

Horoscope Today 9 March 2023: ମେଷ: ଆଜି ଆପଣଙ୍କର ଘାତଚନ୍ଦ୍ର। ଅସୁସ୍ଥତା ଅନୁଭବ କରିପାରନ୍ତି। ମନ ମଧ୍ୟ ଭଲ ରହିବ ନାହିଁ। ଦୂର ଯାତ୍ରା କରନ୍ତୁ ନାହିଁ। ଜଗି ରଖି ଚଳିବାର ଦିନଟିଏ।

ବୃଷ: ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ପାଇବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ବ୍ୟବସାୟ ପାଇଁ ଦୂରଯାତ୍ରା କରିପାରନ୍ତି। ଲୋକ ସମ୍ପର୍କ ବୃଦ୍ଧି ପାଇବ। ବିବାହ ପାଇଁ ଯୋଗ ଫିଟିବ। 

ମିଥୁନ: ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ଚିନ୍ତା ବଢିବ। କର୍ମକ୍ଷେତ୍ରରେ ସମ୍ମାନ ପାଇବେ। ବ୍ୟବସାୟରେ ଆୟ ଓ ବ୍ୟୟ ସମାନ ରହିବ। ପରିସ୍ଥିତି ସହ ଖାପ ଖୁଆଇ ଚଳିବେ। ନବଦମ୍ପତିଙ୍କ ଇଚ୍ଛା ପୂରଣ ହେବ।

କର୍କଟ: ଦେହ ଓ ମନ ଭଲ ରହିବ। ମାନସିକ ଶାନ୍ତି ବଜାୟ ରହିବ। କର୍ମତତ୍ପର ହେବେ। ବିଦେଶ ଯିବା ପାଇଁ ଯୋଜନା କରିବେ। ପାରିବାରିକ ଆଦର ମିଳିବ। ଧନ ଲାଭର ସୁଯୋଗ ରହିଛି।

ସିଂହ: ଦେହ ଓ ମନ ଭଲ ରହିବ। ପୂର୍ବ ଇଚ୍ଛା ପୂରଣ ହୋଇପାରେ। କର୍ମକ୍ଷେତ୍ରରେ ସ୍ଥାନାନ୍ତରଣର ଯୋଗ ରହିଛି। ଦୂରଯାତ୍ରା ସଫଳ ହେବ। ପ୍ରେମୀ ଯୁଗଳ ବିବାହ ପାଇଁ ମନସ୍ଥ କରିବେ।

କନ୍ୟା: ପୂର୍ବ ପରି ସ୍ୱାସ୍ଥ୍ୟବାନ ରହିବେ। ମାନସିକ ଶାନ୍ତି ମିଳିବ। ନିଦ୍ରା ଜନିତ ସମସ୍ୟା ଦେଖାଦେଇପାରେ। ନୂତନ ବ୍ୟବସାୟ କିମ୍ୱା ଚାକିରି ପାଇଁ ମନ ବଳାଇବେ। ନବଦମ୍ପତିଙ୍କ ସ୍ୱପ୍ନ ସାକାର ହେବ।

ତୁଳା: ଘାତବାର ହେତୁ ଜଗିରଖି ଚଳନ୍ତୁ। ମିତ୍ରଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ। ସମୟର ସଦୁପଯୋଗ କରିବେ।

ବିଛା: ସାମାନ୍ୟ ମୁଣ୍ଡବିନ୍ଧା ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ମନ ଲାଗିବ ନାହିଁ। ଆୟ ଓ ବ୍ୟୟ ସମାନ୍ ରହିବ। ପଡୋଶୀଙ୍କ ଚକ୍ରାନ୍ତର ଶିକାର ହେବେ। ଦୂରଯାତ୍ରା ସଫଳ ହେବ।

ଧନୁ: ଦେହ ଭଲ ରହିବ। ମନରେ ସାମାନ୍ୟ ଦ୍ୱନ୍ଦ ରହିବ। ନବଦମ୍ପତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ। ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହେବେ।

ମକର: ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ସହ ମନ ଭଲ ରହିବ। ଇଶ୍ୱରଙ୍କ ଉପାସନାରେ ସମୟ ବିତିବ। ଦାନୀ ସ୍ୱଭାବର ବ୍ୟକ୍ତି ହେବେ। ମହିଳାଙ୍କ ପାଇଁ ଦୂରଯାତ୍ରା ସଫଳ ହେବ। ଛାତ୍ରଛାତ୍ରୀ ଖେଳକୁଦରେ ମନ ଦେବେ।

କୁମ୍ଭ: ଘାତବାର ଯୋଗୁ ସାମାନ୍ୟ ଅସୁବିଧା ଭୋଗିପାରନ୍ତି। ପାରିବାରିକ ସମ୍ପର୍କରେ ସ୍ନେହ ଓ ଆଦର ପାଇବେ। କଷ୍ଟ ଉପାର୍ଜିତ ଧନ ସଞ୍ଚୟ କରିବେ। ସହକର୍ମୀ ମିଥ୍ୟା ପ୍ରଚାର କରିପାରନ୍ତି। ନୃତ୍ୟଶିଳ୍ପୀଙ୍କ ପାଇଁ ଦିନଟି ଅତି ଉତ୍ତମ।

ମୀନ: ଆଜି ଆପଣଙ୍କ ଦେହ ଫୁର୍ତ୍ତି ରହିବ, ଆଳସ୍ୟପଣ ଦୁରେଇ ଯିବ। ନିଯୁକ୍ତିର ସମ୍ଭାବନା ରହିଛି। ପଢାପଢିରେ ଆଗରେ ରହିବେ। ବିବାହ ପ୍ରସ୍ତାବ ଆସିପାରେ।

Also Read: Jio True 5G: ଆହୁରି ୨୭ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ

Also Read: ରବି ଶାସ୍ତ୍ରୀଙ୍କ କଥାରେ ଅତ୍ୟଧିକ ରାଗିଗଲେ ହେଲେ ରୋହିତ ଶର୍ମା, କହିଲେ ଦେଲେ ଏହି ବଡ଼ କଥା, ଜାଣନ୍ତୁ ମାମଲା