What Not To Eat With Watermelon: ଗ୍ରୀଷ୍ମ ଋତୁରେ ଲସି, ସରବତ, ପଇଡ଼, ତରଭୁଜ ଟିକେ ପିଇଦେଲେ ଭାରି ଶାନ୍ତି ଲାଗିଥାଏ। କାରଣ ଏହି ସମୟରେ ତଣ୍ଟି ବହୁତ ଶୁଖିଲା ହୋଇଯାଏ। ଆଉ ଏହି ସମୟରେ ଯଦି ଆପଣ ତରଭୁଜ,ଲସି ପଇଡ ପିଉଛନ୍ତି ତେବେ ଆପଣଙ୍କ ଶରୀରରେ ମଧ୍ୟ ଜଳର ଅଭାବ ଦେଖାଯିବ ନାହିଁ। ଯଦି ଆପଣ କେବଳ ଗୋଟିଏ ପ୍ଲେଟ ତରଭୁଜ ଖାଆନ୍ତି, ତେବେ ଆପଣଙ୍କ ତୃଷ୍ଣା ସଂପୂର୍ଣ୍ଣ ଭାବେ ମେଣ୍ଟି ଯିବ। ତରଭୁଜ କେବଳ ଶରୀରକୁ ହାଇଡ୍ରେଟ୍ ରଖେ ନାହିଁ, ବରଂ ଅନେକ ଭିଟାମିନ୍ ଏବଂ ମିନେରାଲ୍ସର ମାତ୍ରା ମଧ୍ୟ ପୂରଣ କରେ। ତେବେ ନିକଟ ଅତୀତରେ ପ୍ରାୟତଃ କିଛି ଲୋକ ଅଭିଯୋଗ କରିଥିଲେ ଯେ ତରଭୁଜରୁ ସେମାନେ ଯେତିକି ଆଶା କରିଥିଲେ ସେତିକି ପୁଷ୍ଟିକର ଖାଦ୍ୟ ପାଇନଥିଲେ। ଏହାର କାରଣ ଏକ ରିପୋର୍ଟ ଅନୁଯାୟୀ, ତରଭୁଜରେ କୌଣସି ତ୍ରୁଟି ନାହିଁ। ବରଂ, ତରଭୁଜ ଖାଇବାର ଭୁଲ ଉପାୟ ଯୋଗୁଁ ଏହା ହେଇଥାଏ।


COMMERCIAL BREAK
SCROLL TO CONTINUE READING

ତେବେ ତରଭୁଜ ଖାଇବାବେଳେ, ଆପଣଙ୍କୁ ମନେ ରଖିବାକୁ ହେବ ଯେ ତରଭୁଜ ସହିତ କେଉଁ ଜିନିଷ ଖାଇବା ଉଚିତ୍ ନୁହେଁ, ଯାହା ଦ୍ୱାରା ତରଭୁଜର ପୁଷ୍ଟିକର ତତ୍ତ୍ୱ ନଷ୍ଟ ହୋଇଯିବ। ଅଧିକାଂଶ ଲୋକ ଯେତେବେଳେ ଫଳ ଖାଇବାକୁ ବସନ୍ତି, ସେମାନେ ଏହା ଉପରେ ଲୁଣ କିମ୍ବା କଳା ଲୁଣ (Black salt) ପକାଇ ଖାଇଥାନ୍ତି । ଏହା ନିଶ୍ଚିତ ଭାବରେ ଫଳର ସ୍ୱାଦ ବଢାଇଥାଏ, କିନ୍ତୁ ଏଭଳି କରିଲେ ଫଳର ପୁଷ୍ଟିକରତା ନଷ୍ଟ ହୁଏ। ଏବଂ ଶରୀର ଅନୁଯାୟୀ ବିଭିନ୍ନ ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ସମସ୍ୟା ଦେଖାଯାଏ।ଯଦି ଆପଣ ତରଭୁଜର ସମୃଦ୍ଧ ପୁଷ୍ଟିକର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଲୁଣ ମିଶାଇ ଏହାକୁ ଖାଆନ୍ତୁ ନାହିଁ। କାରଣ ଲୁଣ ହେତୁ ଆପଣଙ୍କ ଶରୀର ତରଭୁଜର ସମସ୍ତ ପୁଷ୍ଟିକର ତତ୍ତ୍ୱ ଗ୍ରହଣ କରିବାରେ ସକ୍ଷମ ହୁଏ ନାହିଁ। ସେଥିପାଇଁ ତରଭୁଜ ଖାଇବା ପରେ କିମ୍ବା ତୁରନ୍ତ ଲୁଣ କିମ୍ବା ଲୁଣିଆ ଜିନିଷ କିଛି ଖାଆନ୍ତୁ ନାହିଁ।ବରଂ ତରଭୂଜ ର ନାଲି ଅଂଶ ସହ ଧଳା ଅଂଶକୁ ମଧ୍ୟ ଖାଆନ୍ତୁ। ତରଭୁଜର ଧଳାଅଂଶ  ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।


ତରଭୁଜ ଖାଇଥିବାର ଅଧ ଘଣ୍ଟା ମଧ୍ୟରେ ଅଣ୍ଡା କିମ୍ବା ତେଲ ଭାଜି ଜିନିଷ ଖାଆନ୍ତୁ ନାହିଁ। ତରଭୁଜ ଯେତେ ରସଯୁକ୍ତ, ସେତେ ଅଧିକ ଫାଇବରରେ ଭରପୂର ଅଟେ । ତେଣୁ ଏହାକୁ ଖାଇ ଅନ୍ୟ କୌଣସି ତେଲ ଜିନିଷ ଖାଇବା ଦ୍ୱାରା ତରଭୁଜ ରସ ସମ୍ପୂର୍ଣ୍ଣ ଲାଭ ଦିଏ ନାହିଁ ବରଂ ଆପଣଙ୍କ ଶରୀରରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇଥାଏ। ଅଣ୍ଡା ଏବଂ ତରଭୁଜ ପ୍ରଭାବରେ ଭିନ୍ନ, ତେଣୁ ଏହାକୁ ଏକାଠି ଖାଇବା ଦ୍ୱାରା ଶରୀରରେ ଅନେକ କ୍ଷତି ହୋଇପାରେ। ସେଥିପାଇଁ ଏହା ଜରୁରୀ ଯେ ଯେତେବେଳେ ଆପଣ ଏହି ଋତୁରେ ତରଭୁଜ ଖାଉଛନ୍ତି ଏହା ପରେ ଅତିକମରେ ଅଧ ଘଣ୍ଟା ପାଇଁ କିଛି ଖାଆନ୍ତୁ ନାହିଁ। ଯାହା ଦ୍ୱାରା ତରଭୁଜ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହେବ ନାହିଁ ।ଆପଣଙ୍କୁ ହାଇଡ୍ରେଟ ରଖିବା ସହିତ ଆପଣଙ୍କ ଶରୀରରେ ଜଳୀୟ ଅଂଶ ବଢ଼ିବାରେ ସାହାଯ୍ୟ କରିବ।


(Written By-Tapasa Gyanadarshini)