Piles Treatment: ଆଜିକାଲି ବିଗିଡିଯାଇଥିବା ଦୈନନ୍ଦିନ ଜୀବନଶୈଳୀକୁ ନେଇ ସମସ୍ତେ ଚିନ୍ତାରେ । ଯାହାଫଳରେ ବିଭିନ୍ନ ପ୍ରକାରର ରୋଗକୁ ସାମ୍ନା କରୁଛନ୍ତି ଲୋକମାନେ। ସେଥିମଧ୍ୟରେ ରହିଛି ପାଇଲ୍ସ ପରି ରୋଗ । ପାଇଲ୍ସ ସମସ୍ୟାକୁ ନେଇ ଲୋକମାନେ ବହୁତ ଚିନ୍ତାରେ ରହୁଛନ୍ତି। ଯାହାର ସବୁଠାରୁ ବଡ଼ କାରଣ ହେଉଛି ଖରାପ ଡାଏଟ ଓ ଖରାପ ହେଉଥିବା ଲାଇଫ ଷ୍ଟାଇଲ । ଏହି ରୋଗର ସବୁଠାରୁ ବଡ଼ କାରଣ ହେଲା (constipation) ବା କୋଷ୍ଠ କାଠିନ୍ୟ। ଯାହାଦ୍ୱାରା ପୂରା ଦୁନିଆରେ ପାଖାପାଖି ୧୫ ପ୍ରତିଶତ ଲୋକ ଏହି ସମସ୍ୟାରେ ଜଡ଼ିତ। କୋଷ୍ଠ କାଠିନ୍ୟ କାରଣରୁ ହିଁ ପାଇଲ୍ସ, ଫିସର, ଫିସଟୁଲା ପରି ସମସ୍ୟା ବଢିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଫଳ ଖାଇଲେ ପାଇଲ୍ସ ପରି ରୋଗରୁ ଆପଣଙ୍କୁ ମୁକ୍ତି ମିଳିପାରିବ। 


COMMERCIAL BREAK
SCROLL TO CONTINUE READING

ଏହି ରୋଗର କାରଣରୁ ମଳଦ୍ୱାରରେ ଥିବା ଶିରା ପ୍ରଶିରାରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଯାହାକୁ ପାଇଲ୍ସ କୁହାଯାଏ। ଏହାଦ୍ୱାରା ମଳ ଦ୍ୱାର ଓ ଭିତରରେ କିଛି ଟା ମାତ୍ରାରେ ମାଂସ ବଢିଥାଏ। ବେଳେବେଳେ ଅତ୍ୟଧିକ ଯନ୍ତ୍ରଣା କାରଣରୁ ମଳଦ୍ୱାର ଦେଇ ରକ୍ତ ମଧ୍ୟ ପ୍ରବାହିତ ହୋଇଥାଏ। ଏହି ରୋଗ ହେବାର ସବୁଠାରୁ ବଡ଼ କାରଣ ହେଲା ଖରାପ ଡାଏଟ ସହ ମସାଲା ଜାତୀୟ ଖାଦ୍ୟ ଓ ଖରାପ ଜୀବନଶୈଳୀ, ଆଲକହଲ, ଡେରୀ ପ୍ରଡକ୍ଟ, ରିଫାଇନଡ଼୍ ଗ୍ରେନ ସହ ଅଧିକ ଲୁଣର ସେବନ। ଏହି ସବୁ ଖାଦ୍ୟର ମାତ୍ରାଧିକ ବ୍ୟବହାର ହେଲେ ପାଇଲ୍ସ ସମସ୍ୟା ଧିରେ ଧିରେ ବଢିବାରେ ଲାଗିଥାଏ। 


ତେବେ ପାଇଲ୍ସ ସମୟରେ ଏହି ସବୁ ଫଳ ଖାଇବା ଉଚିତ୍
ଆପଲ୍ ବା ସେଓ ଖାଇବା ଦ୍ୱାରା ପାଇଲ୍ସ କୁ ନିୟନ୍ତ୍ରଣ କରାଯାଇପାରିବ । ସେଓ ରସ ହଜମ ପ୍ରକ୍ରିୟାକୁ ଭଲ ରଖେ। ଏହା ବ୍ୟତୀତ ଆପଲରେ ପେକ୍ଟିନ୍ ଫାଇବର ମିଳିଥାଏ, ଯାହା ଅନ୍ତନଳୀକୁ ସଠିକ୍ ରଖେ ଏବଂ କୋଷ୍ଠକାଠିନ୍ୟ ହେବାରୁ ବଞ୍ଚାଇ ଥାଏ। 


ପାଇଲ୍ସ ସମୟରେ ଅମୃତଭଣ୍ଡା ରାମବାଣ ସଦୃଶ ହୋଇଥାଏ। ଅମୃତଭଣ୍ଡା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଯାଏ । ଏହା ବ୍ୟତୀତ, ପାଚିଲା ଅମୃତଭଣ୍ଡା ଖାଇବା ଦ୍ୱାରା ପାଇଲ୍ସରେ ରକ୍ତସ୍ରାବକୁ ନିୟନ୍ତ୍ରଣ କରିଥାଏ ଏବଂ ଅମୃତଭଣ୍ଡାରେ ମିଳୁଥିବା ଫାଇବର ହେତୁ ପାଇଲ୍ସ ନିୟନ୍ତ୍ରଣରେ ରହିଥାଏ। 


ପାଇଲ୍ସରେ କନ୍ଦମୂଳ, ଆଭୋକାଡୋ ଓ କଦଳୀ ବି ବହୁତ ଫାଇଦା ଦେଇଥାଏ। ଏଥିରେ ଭରପୂର ଭିଟାମିନ୍ ରହିଥାଏ । ଯାହାର ସେବନ ଦ୍ୱାରା ପାଇଲ୍ସ କୁ ଅତି ସହଜରେ ନିୟନ୍ତ୍ରଣ କରାଯାଇପାରିବ। ଏହାଫଳରେ ଏହି ଫଳରେ ଭିଟାମିନ ଏ, ଭିଟାମିନ ସି ଓ ଭିଟାମିନ୍ ଇ ସହ ପୋଟାସିୟମ ମଧ୍ୟ ରହିଥାଏ। ଯାହାଦ୍ୱାରା ପାଇଲ୍ସ ସମସ୍ୟା କୁ ନିୟନ୍ତ୍ରଣ କରାଯାଇପାରିବ। ଏହି ଫଳ ଗୁଡିକର ନିୟମିତ ସେବନ ଶରୀରକୁ ସୁସ୍ଥ ମଧ୍ୟ ରଖିଥାଏ। 


(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜୀ ଓଡି଼ଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।


Also Read: Hair Care Tips: କେଶକୁ ମଜଭୁତ କରିବାକୁ ଲଗାଉଛନ୍ତି କି ପିଆଜ ରସ, ହୋଇଯାଆନ୍ତୁ ସାବଧାନ !


Also Read: Lung Cancer: ସାମାନ୍ୟ କାଶରୁ ହେଉଛି ଏହି କ୍ୟାନସର, ଲକ୍ଷଣ ଦେଖି କରନ୍ତୁ ନାହିଁ ଅବହେଳା