Lung Cancer: ସାମାନ୍ୟ କାଶରୁ ହେଉଛି ଏହି କ୍ୟାନସର, ଲକ୍ଷଣ ଦେଖି କରନ୍ତୁ ନାହିଁ ଅବହେଳା
Advertisement

Lung Cancer: ସାମାନ୍ୟ କାଶରୁ ହେଉଛି ଏହି କ୍ୟାନସର, ଲକ୍ଷଣ ଦେଖି କରନ୍ତୁ ନାହିଁ ଅବହେଳା

Lung Cancer Reason: କେବେ କେବେ ଏହି କାଶ ସପ୍ତାହେ ସପ୍ତାହେ ଓ ମାସ ମାସ ଧରି ଲାଗିରହିଥାଏ। ଏପରି ସ୍ଥିତିରେ ଜାଣିବା ଦରକାର ଯେ, ଏତେ ଲମ୍ବା ସମୟ ଧରି ହେଉଥିବା କାଶ ପଛରେ କାରଣ କଣ। ସବୁଠାରୁ ବଡ଼ ସମସ୍ୟା ହେଉଛି ଫୁସଫୁସ କର୍କଟ ରୋଗର କେମିତି କରିବେ ଚିହ୍ନଟ।

 

Lung Cancer: ସାମାନ୍ୟ କାଶରୁ ହେଉଛି ଏହି କ୍ୟାନସର, ଲକ୍ଷଣ ଦେଖି କରନ୍ତୁ ନାହିଁ ଅବହେଳା

Lung Cancer: ଥଣ୍ଡା ଦିନେ ବିଶେଷ କରି ଶୀତଦିନେ ଲୋକଙ୍କୁ ସର୍ବଦା ଥଣ୍ଡା ଓ କାଶ ଭଳି ସମସ୍ୟା ଲାଗିରୁହେ।  ଭାଇରାଲ ଓ ଇନଫେକସନ ର ସମସ୍ୟା ମଧ୍ୟ ଏହି କାରଣରୁ ଲାଗିରୁହେ। ଏହି ସ୍ଥିତିରେ ମଣିଷ ଶରୀରରେ (respiratory system) ବହୁତ ପ୍ରଭାବିତ ହୋଇଥାଏ। ଇନଫେକସନ ବା ବ୍ୟାକ୍ଟେରିଆ କାରଣରୁ ହେଉଥିବା କାଶ ସାଧାରଣତଃ ତିନିରୁ ଚାରିଦିନ ମଧ୍ୟରେ ଠିକ୍ ହୋଇଯାଏ। ମାତ୍ର କେବେ କେବେ ଏହି କାଶ ସପ୍ତାହେ ସପ୍ତାହେ ଓ ମାସ ମାସ ଧରି ଲାଗିରହିଥାଏ। ଏପରି ସ୍ଥିତିରେ ଜାଣିବା ଦରକାର ଯେ, ଏତେ ଲମ୍ବା ସମୟ ଧରି ହେଉଥିବା କାଶ ପଛରେ କାରଣ କଣ। କାରଣ ଦୀର୍ଘ ସମୟ ଧରି ହେଉଥିବା କାଶର କାରଣ ଟିବି ବା ଅନ୍ୟ ରୋଗ ଯେମିତିକି ଲଙ୍ଗ୍ କ୍ୟାନସର ପରି ସମସ୍ୟା ଆଣିଦେଇପାରେ। ତେବେ ଆଜିର ଏହି ଖବରରେ ଆମେ ଆପଣଙ୍କୁ କହିବୁ ସାଧାରଣ କାଶ ଓ ଲଙ୍ଗ କ୍ୟାନସର ପାଇଁ ହେଉଥିବା କିଛି ଲକ୍ଷଣ ବିଷୟରେ...

ଆଜି କାଲି ଫୁସଫୁସ କର୍କଟ ରୋଗର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଖାସ କରି ସହରରେ ରହୁଥିବା ଲୋକଙ୍କ ଠାରେ ଏହି ରୋଗ ମାତ୍ରାଧିକ ଦେଖାଦେଉଛି। କ୍ୟାନସର ନୂଆ ମାମଲା ଅନୁଯାୟୀ, ଫୁସଫୁସ କର୍କଟ ଅନୁପାତ ୬.୯ ପ୍ରତିଶତ ରହିଛି। ସାଧାରଣତଃ ଏହି କ୍ୟାନସର ପଲ୍ୟୁସନ କାରଣରୁ ମଧ୍ୟ ହୋଇଥାଏ। ଯଦି ପ୍ରାଥମିକ ଅବସ୍ଥାରେ କର୍କଟ ରୋଗର ଚିହ୍ନଟ ହୁଏ ଏବଂ ଜଣେ ବ୍ୟକ୍ତି ଏହାର ଚିକିତ୍ସା କରେ, ତା’ହେଲେ ତାଙ୍କ ଜୀବନ ରକ୍ଷା ହୋଇପାରିବ । ସବୁଠାରୁ ବଡ଼ ସମସ୍ୟା ହେଉଛି ଫୁସଫୁସ କର୍କଟ ରୋଗର କେମିତି କରିବେ ଚିହ୍ନଟ।

ଫୁସଫୁସ କର୍କଟ ହେବାର ମୁଖ୍ୟ ଲକ୍ଷଣ ମଧ୍ୟରୁ କାଶ ହେଉଛି ଅନ୍ୟତମ। କିନ୍ତୁ ଏହା ଅନ୍ୟାନ୍ୟ ରୋଗ ଏବଂ ସଂକ୍ରମଣର ଲକ୍ଷଣ ମଧ୍ୟ ହୋଇପାରେ ବୋଲି ଡାକ୍ତରମାନେ କହିଛନ୍ତି। ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା ଅନୁଯାୟୀ, "କାଶ ଯାହା ତିନି ସପ୍ତାହ ପରେ ମଧ୍ୟ ଦୂର ହୁଏ ନାହିଁ, ଫୁସଫୁସରେ ଯନ୍ତ୍ରଣା, କାଶରେ ରକ୍ତ ପଡ଼େ, ତେବେ ଏହା ଫୁସଫୁସ କର୍କଟ ରୋଗର ଲକ୍ଷଣ ହୋଇପାରେ। ଏଭଳି ପରିସ୍ଥିତିରେ, ଅବହେଳା ନକରି ଡାକ୍ତରଙ୍କ ତୁରନ୍ତ ପରାମର୍ଶ କରନ୍ତୁ । ସିଡିସି ଅନୁସାରେ ଲୋକଙ୍କୁ ଫୁସଫୁସ କ୍ୟାନସର ର ଲକ୍ଷଣ ଅଲଗା ଅଲଗା ହୋଇପାରେ। କିଛି ଏମିତି ମାମଲା ମଧ୍ୟ ରହିଛି ଯେଉଁଥିରେ ଫୁସଫୁସ କ୍ୟାନସର ଲାଷ୍ଟ ଷ୍ଟେଜରେ ପହଞ୍ଚିବା ପରେ ଲକ୍ଷଣ ଜଣାପଡ଼ିଥାଏ। 

ଫୁସଫୁସ କ୍ୟାନସରର ଲକ୍ଷଣ ହେଲା ବନ୍ଦ ହେଉନଥିବା କାଶ, ବିଚଳିତ, ଛାତିରେ ଯନ୍ତ୍ରଣା, ଭୋକ କମିବା,  କାଶରେ ରକ୍ତ ପଡ଼ିବା, ଶାରୀରିକ ଦୁର୍ବଳତା, ଗଳାରେ ଗଣ୍ଠି ପଡ଼ିବା, ସବୁ ସମୟରେ ଥକ୍କାପଣ, ବିନା କାରଣରୁ ଓଜନରେ ହ୍ରାସ ଏଗୁଡିକ ମୁଖ୍ୟ କାରଣ ହୋଇପାରେ। କ୍ରୋନିକ୍ କାଶ ୮ସପ୍ତାହ କିମ୍ବା ତା ଠାରୁ ଅଧିକ ସମୟ ଧରି ରହିଥାଏ । ଏହା ପ୍ରାୟତଃ ରୋଗୀକୁ ଥକ୍କା ଅନୁଭବ କରିଦେଇଥାଏ। ଫୁସଫୁସ କର୍କଟ ବ୍ୟତୀତ, ଦୀର୍ଘସ୍ଥାୟୀ କାଶ ପଛରେ ଅନ୍ୟାନ୍ୟ ଅନେକ କାରଣ ମଧ୍ୟ ଥାଇପାରେ । 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜୀ ଓଡ଼ିଶା ନ୍ୟୁଜ୍ ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)

Also Read: Chanakya Niti: ଯେଉଁ ପୁରୁଷଙ୍କ ମଧ୍ୟରେ ରହିଥାଏ କୁକୁରର ଏହି ୫ଟି ଗୁଣ, ତାଙ୍କ ସ୍ତ୍ରୀ ସର୍ବଦା ରହିଥାଏ ସନ୍ତୁଷ୍ଟ

Also Read: Garlic Side Effects: ଏହି ୭ ଟି ରୋଗରେ ଆକ୍ରାନ୍ତ ଥିବା ବେଳେ ଖାଆନ୍ତୁ ନାହିଁ ରସୁଣ, ନଚେତ୍...