Negative Plant: ଭୁଲରେ ବି ଘରେ ଲଗାନ୍ତୁ ନାହିଁ ଏହି ଚାରୋଟି ଗଛ, ନଚେତ ମାଡି ଆସିବ ବଡ ବିପଦ !
Negative Plant: ବାସ୍ତୁଶାସ୍ତ୍ର ଅନୁସାରେ କେତେକ ଗଛ ରହିଛି ତାହାକୁ ଘରେ ଲଗାଇବା ଶୁଭ ହୋଲି ବିବେଚନା କରାଯାଏ । କିନ୍ତୁ ଆଉ କେତେକ ଗଛ ରହିଛି ତାହାକୁ ଘରେ ଲାଗାଇବା ଉଚିତ ନୁହେଁ ବୋଲି କୁହନ୍ତି ବାସ୍ତୁଶାସ୍ତ୍ର ବିଷାରଦ । କିଛି ଏପରି ଗଛ ରହିଛି ଯାହାକୁ ଘରେ ଲଗାଇବା ମାତ୍ରେ, ନକରାତ୍ମକ ଶକ୍ତି ଜାଗ୍ରତ ହୁଏ ।
Negative Plant: ବାସ୍ତୁଶାସ୍ତ୍ର ଅନୁସାରେ କେତେକ ଗଛ ରହିଛି ତାହାକୁ ଘରେ ଲଗାଇବା ଶୁଭ ହୋଲି ବିବେଚନା କରାଯାଏ । କିନ୍ତୁ ଆଉ କେତେକ ଗଛ ରହିଛି ତାହାକୁ ଘରେ ଲାଗାଇବା ଉଚିତ ନୁହେଁ ବୋଲି କୁହନ୍ତି ବାସ୍ତୁଶାସ୍ତ୍ର ବିଷାରଦ । କିଛି ଏପରି ଗଛ ରହିଛି ଯାହାକୁ ଘରେ ଲଗାଇବା ମାତ୍ରେ, ନକରାତ୍ମକ ଶକ୍ତି ଜାଗ୍ରତ ହୁଏ । ଏହିଭଳି ଗଛ ଲଗାଇବା ଦ୍ବାରା ଘରେ ଅଧିକାଂଶ ସମୟରେ ଝଗଡା , ସ୍ୱାସ୍ଥ୍ୟ ସମସ୍ୟା ଏବଂ ଦାରିଦ୍ର୍ୟତା ଭଳି ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ଏକ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ଚାହାଁନ୍ତି, ତେବେ ଭୁଲରେ ମଧ୍ୟ ଏପରି ଗଛ ଘରେ ଲଗାଯିବା ଉଚିତ୍ ନୁହେଁ ।
ବରଗଛ :
ବରଗଛକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ। ଏଥିପାଇଁ ଅଧିକାଂଶ ଲୋକେ ଏହି ଗଛକୁ ପୂଜା ମଧ୍ୟ କରନ୍ତି । କିଛି ଲୋକେ ଏହି ଗଛକୁ ପୂଜା କରିବା ପାଇଁ ଘର ଅଗଣାରେ ମଧ୍ୟ ଲଗାନ୍ତି । କିନ୍ତୁ ଘର ଅଗଣାରେ ଏହି ଗଛ ଲଗାଇବା ଶୁଭ ବୋଲି ଧରାଯାଏ ନାହିଁ। କାହିଁକିନା ଏହି ଗଛ ଘରେ ନକରାତ୍ମକ ଶକ୍ତି ଜାଗ୍ରତ କରିଥାଏ ବୋଲି କିଛି ବାସ୍ତୁ ବିଶେଷଜ୍ଞ ମତ ରଖିଛନ୍ତି ।
ଆକାସିଆ ଗଛ :
ଘର ଅଗଣାରେ କି ବାଡି ବଗିଚାରେ ଆକାଶିଆ ଗଛ(Babool tree) ଲଗାଇବା ଶୁଭ ବୋଲି ବିବେଚନା କରାଯାଏ ନାହିଁ । ଘରେ ଏହି ଗଛ ଲଗାଇବା ଦ୍ୱାରା ପରିବାରର ସଦସ୍ୟଙ୍କ ଅନେକ ସମୟରେ ବିଭିନ୍ନ ରୋଗରେ ପଡିଥାନ୍ତି । ଏପରିକି ଏହି ଗଛ ଲଗାଇବା ଦ୍ବାରା ଘରକୁ ବଡ ବିପଦ ମଧ୍ୟ ମାଡି ଆସିପାରେ। ଯଦି ଆପଣଙ୍କ ଘର ନିକଟରେ ଆକାସିଆ ଗଛ ଅଛି, ତେବେ ମନେରଖନ୍ତୁ ଯେ ଏହା ମୁଖ୍ୟ ଦ୍ୱାର ସାମ୍ନାରେ ରହିବା ଉଚିତ୍ ନୁହେଁ ।
କାକଟସ୍ ଗଛ :
କିଛି ଲୋକେ ଘର ସଜାଇବାକୁ ବହୁତ ଭଲ ପାଆନ୍ତି । ସେଥିପାଇଁ ଘର ଭିତରେ ଅନେକ ପ୍ରକାର ଶୋ ଗଛ ରଖନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ, ଘରେ କାକଟସ୍ ପ୍ଲାଣ୍ଟ ଲଗାଇବା ଅତ୍ୟନ୍ତ ଖରାପ । ଏହି ଗଛ ଘରେ ଲଗାଇବା ଦ୍ବାରା ଅଧିକାଂଶ ସମୟରେ ଘରେ ଝଗଡା ହୁଏ । କାକଟସ୍ ଏକ କଣ୍ଟା ଜାତୀୟ ଗଛ, ଏହା ପରିବାରର ମଧୁରତାକୁ ନଷ୍ଟ କରିପାରେ । କାକଟସ୍ ଲଗାଇବା ମଧ୍ୟ ଦାରିଦ୍ରତାର ମଧ୍ୟ ସମ୍ମୁଖିନ ହେବାକୁ ପଡିଥାଏ । ପରିବାର ସଦସ୍ୟଙ୍କ ଭିତରେ ସମ୍ପର୍କକୁ ଜଟିଳ କରିବା ପାଇଁ ଏହି କଣ୍ଟା ଉଦ୍ଭିଦ କାମ କରେ।
ତେନ୍ତୁଳି ଗଛ :
ତେନ୍ତୁଳି ଗଛ ନକାରାତ୍ମକ ଶକ୍ତି ବିସ୍ତାର କରେ । ବାସ୍ତୁଶାସ୍ତ୍ରୀ ଅନୁଯାୟୀ, ଘର ଅଗଣାରେ ଏହି ତେନ୍ତୁଳୀ ଗଛ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିବେଚନା କରାଯାଏ। ଏହା ଗଛ ଘରେ ଅଶାସ୍ତିକୁ ଡାକିଆଣେ। ଏହି ଗଛ ମଧ୍ୟ ଦାରିଦ୍ର୍ୟର ମୁଖ୍ୟ କାରଣ ହୋଇଥାଏ ।
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)