Today Horoscope 16 May 2023 News In Odia: ମେଷ: ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ଭାରାକ୍ରାନ୍ତ ହେବେ । ବ୍ୟବସାୟିକ ସ୍ତରରେ ଲାଭବାନ ହେବେ । ଇଶ୍ୱର ବିଶ୍ୱାସୀ ହେବାସହ ପୂଜାର୍ଚ୍ଚନାରେ ସମୟ ବିତାଇବେ । କର୍ମତତ୍ପର ହେବେ । ଦୂରଯାତ୍ରା କରିପାରନ୍ତି ।


COMMERCIAL BREAK
SCROLL TO CONTINUE READING

ବୃଷ: ପୂର୍ବରୁ ଥିବା ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ । ମନ ପ୍ରଫୁଲ୍ଲ ରହିବ । ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ଅତ୍ୟନ୍ତ ଶୁଭ । କିନ୍ତୁ ଜମିବାଡ଼ି ବିବାଦ ଉପୁଜିପାରେ । ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇବେ । ଦୂରଯାତ୍ରା ସଫଳ ହେବ ।


ମିଥୁନ: ଦେହ ଓ ମନ ଭଲ ରହିବ । ପୂର୍ବ ବିବାଦରୁ ମୁକ୍ତି ପାଇବେ । ବ୍ୟବସାୟ କ୍ଷେତ୍ରରେ ଦୂରଯାତ୍ରା କରିପାରନ୍ତି । ଚାକିରିରେ ମଧ୍ୟ ପଦନ୍ନୋତୀର ଯୋଗ ରହିଛି । ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ ।


କର୍କଟ: ଆଜି ଆପଣଙ୍କର ଘାତବାର । ଜଗି ରଖି ନଚଳିଲେ ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେବ । ଆଧ୍ୟାତ୍ମିକ ଭାବନା ସହ ଦିନଟି କାଟିବେ । ଦୂରଯାତ୍ରା କରନ୍ତୁ ନାହିଁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।


ସିଂହ: ସ୍ୱାସ୍ଥ୍ୟ ଭଲ ରହିବା ସହ ମନ ମଧ୍ୟ ଭଲ ରହିବ । ଆକସ୍ମିକ ଭାବରେ ଧନପ୍ରାପ୍ତିର ଯୋଗ ରହୁଛି । ବ୍ୟାଙ୍କି କ୍ଷେତ୍ରରେ ସଫଳତା ପାଇବେ । ଦୂରଯାତ୍ର ସଫଳ ହେବ । ଛାତ୍ରଛାତ୍ରୀଙ୍କ ମନ ଖେଳକୁଦରେ ରହିବ । 


କନ୍ୟା: ଦେହ ଓ ମନ ପ୍ରଫୁଲ୍ଲ ରହିବ । କୌଣସି ବାଦ ବିବାଦ ସହ ଜଡିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିଲେ ମଧ୍ୟ ସହକର୍ମୀଙ୍କ ଇର୍ଷାର ଶିକାର ହେବେ । ଆୟ ବୃଦ୍ଧି ପାଇବା ସହ ସଞ୍ଚୟ ଚିନ୍ତା ରହିବ । ଖେଳାଳୀମାନେ ଭଲ ପ୍ରଦର୍ଶନ କରିବେ ।


ତୁଳା: ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକୁଳିବେ। ମନ ମଧ୍ୟ ଭଲ ରହିବ। ଦାମ୍ପତ୍ୟ ସୁଖ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ଆଗକୁ ବଢିବେ। ବନ୍ଧୁ ପରିଜନ ଘରକୁ ଆସିପାରନ୍ତି।


ବିଛା: ଘାତଚନ୍ଦ୍ର ହେତୁ ସତର୍କତା ଅବଲମ୍ୱନ କରନ୍ତୁ। ସ୍ୱାସ୍ଥ୍ୟ ଜନିତ ପିଡା ଅନୁଭବ କରିବେ। ମାନସିକ ସ୍ତରରେ କୌଣସି ପରିବର୍ତ୍ତନ ହେବନାହିଁ। ଗୃହକୁ ଅତିଥି ଆସିପାରନ୍ତି। ପ୍ରେମ ସମ୍ପର୍କରେ ତିକ୍ତତା ଭାବ ସୃଷ୍ଟିହେବ।


ଧନୁ: ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ । ମନରେ ସ୍ଥିରତା ଆସିବ । ପାରିବାରିକ ଶାନ୍ତି ମିଳିବ । ବ୍ୟବସାୟରେ ଲାଭବାନ ହେବେ । ଚାକିରିରେ ବଦଳିର ଯୋଗ ରହୁଛି ।


ମକର: ସ୍ୱାସ୍ଥ୍ୟ ଭଲ ରହିବ । ମାନସିକ ସ୍ତରରେ ସାମାନ୍ୟ ଚିନ୍ତିତ ହେବେ । କୌଣସି ଦେବାଦେବୀଙ୍କ ଦର୍ଶନ କରିପାରନ୍ତି । ଆୟ ଭଲ ରହିବ । ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ହେବେ।


କୁମ୍ଭ: ଦେହ ଭଲ ରହିବ। ପାରିବାରିକ ସମସ୍ୟା ଚିନ୍ତାର କାରଣ ହେବ। କର୍ମକ୍ଷେତ୍ରରେ ମନ ଲାଗିବ ନାହିଁ। ନିଜକୁ ନିୟନ୍ତ୍ରଣରେ ରଖନ୍ତୁ। ଦୂରଯାତ୍ରା ମଧ୍ୟମ ଧରଣର ଫଳ ଦେବ।


ମୀନ: ଦେହ ଭଲ ରହିବ । ଆଳସ୍ୟପଣ ଲାଗି ରହିବ । ସେୟାର ମାର୍କେଟରୁ ଲାଭ ପାଇବେ । ଦୂର ସ୍ଥାନକୁ ଭ୍ରମଣର ଯୋଗ ରହୁଛି । ନବଦମ୍ପତିଙ୍କ ସମ୍ପର୍କରେ ମଧୁରତା ଆସିବ ।