Today  Horoscope 21 may 2023: ମେଷ: ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ। କର୍ମ କ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ବନ୍ଧୁସୂତ୍ରରୁ ଲାଭବାନ୍ ହେବେ। ପାରିବାରିକ ସୁଖଶାନ୍ତି ଲାଗି ରହିବ। 


COMMERCIAL BREAK
SCROLL TO CONTINUE READING

ବୃଷ: ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିବେ। ଦିଅଁ ଦର୍ଶନର ସୌଭାଗ୍ୟ ଅଛି। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ। ଛାତ୍ରଛାତ୍ରୀ ପାଠପଢାରେ ଅବହେଳା ପ୍ରଦର୍ଶନ କରିବେ। 


ମିଥୁନ: ଆପଣଙ୍କୁ ସାବଧାନତା ସହ ଦୀନଚର୍ଯ୍ୟା କରିବାକୁ ପଡିବ। ଶାରୀରିକ କ୍ଲେଶ ଅନୁଭବ କରିବେ। ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ। କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ। ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ। 


କର୍କଟ: ମନ ପ୍ରସନ୍ନ ରହିବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ। ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହୁଛି। ମହିଳାମାନେ ଗୃହ ନିପୁଣା ହେବେ। 


ସିଂହ: ଦେହ ଓ ମନ ଭଲ ରହିବ। ପ୍ରତ୍ୟେକ କାର୍ଯ୍ୟରେ ତତ୍ପରତା ଦେଖାଇବେ। କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ। ଗୃହକୁ ବନ୍ଧୁ ଆଗମନ ହେବ।


କନ୍ୟା: ଶରୀର ସୁସ୍ଥ ରହିବ। ଶୁଭ କାର୍ଯ୍ୟରେ ଯୋଗ ଦେବେ। କର୍ମ କ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ। ପାରିବାରିକ ସୁଖଶାନ୍ତି ବିରାଜମାନ ହେବ। 


ତୁଳା: ଆନନ୍ଦ ଉଲ୍ଲାସରେ ଦିନ କାଟିବେ। ନୂତନ ବସ୍ତ୍ରାଦି କ୍ରୟ କରିବେ। କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। 


ବିଛା: ମନ ପ୍ରସନ୍ନ ରହିବ। ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ। ଈଶ୍ୱର ବିଶ୍ୱାସୀ ହେବେ। ଦାନ ଧର୍ମ ପ୍ରତି ମନ ବଳିବ। ପାରିବାରିକ ସୁଖଶାନ୍ତି ବଜାୟ ରହିବ। 


ଧନୁ: ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ। ବହୁ ଦିନରୁ ପଡିରହିଥିବା କାମ ଆଜି ସଂପୂର୍ଣ୍ଣ କରିବେ। କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ। ଆଇନ ଅଦାଲତର କାମ ଆପଣଙ୍କ ସପକ୍ଷରେ ଯିବ। 


ମକର: ଶରୀର ଆରୋଗ୍ୟ ରହିବ। ଦୃଢ ମନୋବଳ ନେଇ ପ୍ରତିଟି କାର୍ଯ୍ୟରେ ସଫଳ ହେବେ। ପାରିବାରିକ ସୁଖଶାନ୍ତି ଲାଭ କରିବେ। ଛାତ୍ରଛାତ୍ରୀମାନେ ପଡାପଢିରେ ଭଲ କରିବେ। 


କୁମ୍ଭ: ଦେହ ଓ ମନ ସୁସ୍ଥ ରହିବ। ସୁଖ ସମ୍ମାନ ମିଳିବ। ବିବାଦୀୟ ଘଟଣାର ଅବସାନ ଘଟିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସହକର୍ମୀଙ୍କ ନିକଟରୁ ପୂର୍ଣ୍ଣ ସହଯୋଗ ମିଳିବ।


ମୀନ: ସ୍ୱାସ୍ଥ୍ୟ ସଚେତନ ହେବ। କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ। ନୂତନ ଦ୍ରବ୍ୟ ଆଦି କ୍ରୟ କରିବେ। ଆୟ ପୂର୍ବବତ ରହିବ। ବ୍ୟବସାୟୀମାନେ ଆଶାନୁରୂପକ ଲାଭ ପାଇବେ।


Also Read: Rajiv Gandhi's death anniversary: ଆଧୁନିକ ଭାରତର ନିର୍ମାତା ଥିଲେ ରାଜୀବ ଗାନ୍ଧୀ; ଜବାହର ନବୋଦୟ ବିଦ୍ୟାଳୟରୁ କମ୍ପ୍ୟୁଟର ବିପ୍ଳବ ପର୍ଯ୍ୟନ୍ତ.., ଜାଣନ୍ତୁ ସବୁକିଛି


Also Read: 7th Pay Commission: କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଗୋଟିଏ ନୁହେଁ ବରଂ ମିଳିବାକୁ ଯାଉଛି ଦୁଇ-ଦୁଇଟି ବଡ଼ ଉପହାର!


Also Read: RBI on 2000 Rupees Note: ୨୦୦୦ ଟଙ୍କିଆ ନୋଟ ବାବଦରେ ଆସିଲା ବଡ଼ ଖବର, ଜାଣନ୍ତୁ କ'ଣ କହିଲା ଆରବିଆଇ