RBI on 2000 Rupees Note: ୨୦୦୦ ଟଙ୍କିଆ ନୋଟ ବାବଦରେ ଆସିଲା ବଡ଼ ଖବର, ଜାଣନ୍ତୁ କ'ଣ କହିଲା ଆରବିଆଇ
Advertisement

RBI on 2000 Rupees Note: ୨୦୦୦ ଟଙ୍କିଆ ନୋଟ ବାବଦରେ ଆସିଲା ବଡ଼ ଖବର, ଜାଣନ୍ତୁ କ'ଣ କହିଲା ଆରବିଆଇ

2000 Rupees Note: ୨୦୦୦ ଟଙ୍କିଆ ନୋଟ  ପ୍ରଚଳନରୁ ବାହାର କରିବାକୁ ନିଷ୍ପତ୍ତି ନେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଏ ସମ୍ପର୍କରେ ଆରବିଆଇ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଛି।

RBI on 2000 Rupees Note: ୨୦୦୦ ଟଙ୍କିଆ ନୋଟ ବାବଦରେ ଆସିଲା ବଡ଼ ଖବର, ଜାଣନ୍ତୁ କ'ଣ କହିଲା ଆରବିଆଇ

Latest News About 2000 Note Today: ୨୦୦୦ ଟଙ୍କିଆ ନୋଟ ବାବଦରେ ଆସିଛି ବଡ଼ ଖବର। ଏନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ୨୦୦୦ ଟଙ୍କିଆ ନୋଟ ଆର୍ଥିକ କାରବାରରୁ ହଟାଯିବ। ହେଲେ ବର୍ତ୍ତମାନ ପ୍ରଚଳିତ ରହିଥିବା ଦୁଇ ହଜାର ଟଙ୍କିଆ ନୋଟ ଅବୈଧ ହେବ ନାହିଁ ବୋଲି କହିଛି ଆରବିଆଇ।

ଦେଶରେ ପ୍ରଚଳିତ ହେଉଥିବା ୨୦୦୦ ଟଙ୍କିଆ ନୋଟ ସମ୍ପର୍କରେ ଏକ ବଡ ସୂଚନା ଦେଇଛି। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ୨୦୦୦ ଟଙ୍କିଆ ନୋଟ ପ୍ରଚଳନରୁ ବାହାରେ ରହିବ। ଆରବିଆଇ ସେମାନଙ୍କୁ ପ୍ରତ୍ୟାହାର କରିବ। ସାଧାରଣ ଲୋକେ ଆସନ୍ତା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହାକୁ ବ୍ୟାଙ୍କ ଠାରେ ପରିବର୍ତ୍ତନ କରିପାରିବେ। ଗତ ୨୦୧୯ ବର୍ଷରୁ ଆରବିଆଇ ୨୦୦୦ ଟଙ୍କିଆ ନୋଟ୍ ଛାପିବା ବନ୍ଦ କରି ଦେଇଛି। ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଏହି ନୋଟ୍ ବଦଳାଇବାକୁ ବିଭିନ୍ନ ବ୍ୟାଙ୍କ ଉଦ୍ଦେଶ୍ୟରେ ନିର୍ଦ୍ଦେଶ ଜାରାଯାଇଛି। କେବଳ ୨୦ ହଜାର ଟଙ୍କିଆ ନୋଟ୍ ଥରେ ବଦଳା ଯାଇପାରିବ ବୋଲି ରିଜର୍ଭ ବ୍ୟାଙ୍କ କହିଛି।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ୨୦୦୦ ଟଙ୍କିଆ ନୋଟ ପ୍ରଚଳନରୁ ପ୍ରତ୍ୟାହାର କରିନେବ। ହେଲେ ବର୍ତ୍ତମାନ ସମୟରେ ବିଦ୍ୟମାନ ରହିଥିବା ୨୦୦୦ ଟଙ୍କିଆ ନୋଟ ଅବୈଧ ହେବ ନାହିଁ। ଗତ ୨୦୧୬ ନଭେମ୍ବରରେ ଦେଶର ବିମୁଦ୍ରାକରଣ ପରେ ନୂଆ ୨୦୦୦ ହଜାର ଟଙ୍କିଆ ନୋଟ୍ ବଜାରକୁ ଆସିଥିଲା। ଏହି ସମୟରେ ଭାରତ ସରକାର ଦେଶରେ ପ୍ରଚଳିତ ହେଉଥିବା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ବନ୍ଦ କରିଦେବା ସହ ଏହାକୁ ଅଚଳ କରି ଦେଇଥିଲା। ଦେଶରେ ଅଚଳ ହୋଇଯାଇଥିବା ନୋଟ ପରିବର୍ତ୍ତେ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୂତନ ନୋଟ୍ ନୂତନ ଢାଞ୍ଚାରେ ଜାରି କରିଥିଲେ କେନ୍ଦ୍ର ସରକାର। 

Also Read: Indian Currency Notes: ପୁରୁଣା ୫୦୦-୧୦୦୦ ଟଙ୍କିଆ ନୋଟ ସମ୍ବନ୍ଧରେ ଆସିଲା ବଡ଼ ଖବର; ପୁଣି ଚାଲିବ ସମାନ ନୋଟ୍!

ଗତ ୨୦୧୬ ବର୍ଷରେ ହୋଇଥିବା ବିମୁଦ୍ରାକରଣ ପରେ ବର୍ତ୍ତମାନ କେନ୍ଦ୍ର ସରକାର ୨୦୦୦ ଟଙ୍କିଆ ନୋଟକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ବର୍ତ୍ତମାନ ଏହାକୁ ପ୍ରଚଳନରୁ ବାହାର କରିବାକୁ ଯାଉଛନ୍ତି। ଏନେଇ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଏହାର ଆଇନଗତ ବୈଧତା ରହିବ ହେଲେ ଏହାକୁ ପ୍ରଚଳନରୁ ହଟାଇ ଦିଆଯିବବ। ଯଦି ଆପଣଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍ ରହିଛି, ତାହେଲେ ଆପଣ ଏହାକୁ ୩୦ ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କ ଠାରେ ବଦଳାଇ ପାରିବେ। ଏନେଇ କୁହାଯାଇଛି ଆରବିଆଇ ୨୦୦୦ ଟଙ୍କିଆ ନୋଟକୁ ପ୍ରଚଳନରୁ ହଟାଇବ। ଏହି ନୋଟ୍ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଆଇନଗତ ଭାବରେ ବୈଧ ରହିବ। 

ଦେଶର ସମସ୍ତ ବ୍ୟାଙ୍କ ଉଦ୍ଦେଶ୍ୟରେ ଆରବିଆଇ ପରାମର୍ଶ ଦେଇଛି ଯେ ତୁରନ୍ତ ପ୍ରଭାବ ସହିତ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ ରହିବ। କ୍ଲିନ୍ ନୋଟ୍ ପଲିସି ଅଧୀନରେ ଆରବିଆଇ ଏହି ନିଷ୍ପତ୍ତି ନେଇଛି। ଗତ ୨୦୧୬ ବର୍ଷରେ ହୋଇଥିବା ବିମୁଦ୍ରାକରଣ ପରେ ସରକାର ନୂଆ ୨୦୦୦ ଟଙ୍କିଆ ନୋଟ୍ ଆରମ୍ଭ କରିଥିଲେ। ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଚଳିତ ବର୍ଷ ମେ ୨୩ ତାରିଖ ପରେ ଆପଣ ସର୍ବାଧିକ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ନୋଟ୍ ବଦଳାଇ ପାରିବେ। ବ୍ୟାଙ୍କ କାର୍ଯ୍ୟ ଯେପରି ନୋଟ ବଦଳାଇବା ଦ୍ୱାରା ପ୍ରଭାବିତ ନହୁଏ ସେଥିପାଇଁ ଏପରି ନିଷ୍ପତ୍ତି ନେଇଛି।

Also Read: 500 Rupee Note: ଆପଣଙ୍କ ପାଖରେ ରହିଛି କି ୫୦୦ ଟଙ୍କିଆ ନୋଟ? ଜାଣିନିଅନ୍ତୁ ଆରବିଆଇ ନୂଆ ନିୟମ

ଗତ ୨୦୧୬ ନଭେମ୍ବର ୮ ତାରିଖରେ ଦେଶରେ ହୋଇଥିବା ବିମୁଦ୍ରାକରଣ ପରେ ଭାରତ ସରକାର ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୂଆ ନୋଟ୍ ଛାପିବା ଆରମ୍ଭ କରିଥିଲେ। ବିମୁଦ୍ରାକରଣ ପରେ ବଜାରରେ ୨୦୦୦ ଟଙ୍କିଆ ନୋଟ୍ ଆସିଥିଲା। ହେଲେ ବିଗତ କିଛି ବର୍ଷ ଧରି ଆରବିଆଇ ୨୦୦୦ ଟଙ୍କିଆ ନୋଟ୍ ଛାପିବା ବନ୍ଦ କରି ଦେଇଥିଲା। ଗତ ୨୦୧୯ ଆର୍ଥିକ ବର୍ଷରୁ ଚଳିତ ୨୦୨୩ ବର୍ଷ ପର୍ଯ୍ୟନ୍ତ ଗୋଟିଏ ହେଲେ ମଧ୍ୟ ୨୦୦୦ ଟଙ୍କିଆ ନୋଟ୍ ଛାପି ନାହିଁ  ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ।