ପ୍ରତ୍ୟେକ ତରକାରୀରେ ଟମାଟୋ (Tomato) ବ୍ୟବହାର କରାଯାଏ । ଅନେକ ଲୋକ ଅଛନ୍ତି ଯେଉଁମାନେ ଟମାଟୋକୁ ଅଧିକ ଭଲ ପାଆନ୍ତି । ଏପରି କେହି ସାଲାଡ ନାମରେ ଟମାଟୋ ଖାଆନ୍ତି ତ କେହି ଏହାକୁ ତରକାରୀରେ ପକାଇ ଖାଆନ୍ତି । ଯଦିଓ ଟମାଟୋ ଆମ ସ୍ୱାସ୍ଥ୍ୟ ପାଇଁ ଭଲ, କିନ୍ତୁ ଅଧିକ ଟମାଟୋ ଖାଇବା ମଧ୍ୟ କ୍ଷତିକାରକ ହୋଇପାରେ । ଏହା ଶରୀରକୁ ଅନେକ ଉପାୟରେ କ୍ଷତି ପହଞ୍ଚାଇପାରେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ପ୍ରତିଦିନ ସକାଳେ ଉଠି ଗରମ ପାଣି ପିଇଲେ ମିଳିଥାଏ ଜବରଦସ୍ତ ଲାଭ


ଟମାଟୋ ଖାଇବାର କ୍ଷତି:


# ଅଧିକ ଟମାଟୋ ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ୍ ଏସିଡ୍ ସମସ୍ୟା ଦେଖା ଦିଏ । ଯାହା ଛାତିରେ ଜଳାପଡ଼ା ସମସ୍ୟା ସୃଷ୍ଟି କରିଥାଏ । ଏହା ସହିତ ଯଦି କାହାର ହଜମ ଜନିତ ସମସ୍ୟା ଥାଏ । ସେମାନେ ତୁରନ୍ତ ଟମାଟୋ ଖାଇବା ବନ୍ଦ କରିବା ଉଚିତ୍ ।


# କିଡନୀ ଜନିତ ସମସ୍ୟା (Kidney Problem) ରେ ପୀଡିତ ଲୋକମାନେ ମଧ୍ୟ ଟମାଟୋ ଠାରୁ ସମ୍ପୂର୍ଣ୍ଣ ଦୂରରେ ରହିବା ଉଚିତ୍ । କାରଣ ଏଥିରେ ଅଧିକ ପରିମାଣର ପୋଟାସିୟମ୍ ଥାଏ ।


# ଗଣ୍ଠିରେ ଯନ୍ତ୍ରଣା ଓ ଫୁଲା ଥିଲେ ମଧ୍ୟ ଟମାଟୋକୁ ଏଡାଇବା ଉଚିତ୍ । ଏଥିରେ କ୍ଷାରୀୟ ପଦାର୍ଥ ଅଧିକ ମାତ୍ରାରେ ମିଳିଥାଏ । ଯାହା ଗଣ୍ଠି ଯନ୍ତ୍ରଣାକୁ ବଢ଼ାଇପାରେ ।