Number Plate: ଗାଡ଼ିର ନମ୍ବର ପ୍ଲେଟରେ ମାତ୍ର ଗୋଟିଏ ଭୁଲ୍, ଚାଲାଣ କଟିଲେ ହୋଇଯିବେ କାଙ୍ଗାଳ
Number Plate Updates: ଆଜିକାଲି ସମସ୍ତେ ବ୍ୟବହାର କରୁଛନ୍ତି କାର୍ କିମ୍ବା ବାଇକ୍ । ହେଲେ ବାହାନ ଚଲାଇବା ପୂର୍ବରୁ ହେଉ କିମ୍ବା ପରେ ସବୁ ନିୟମକୁ ଭଲ ଭାବେ ବୁଝିବା ଜରୁରୀ । ଖାସ କରି ନମ୍ବର ପ୍ଲେଟ ଉପରେ ରହିଥାଏ ଟ୍ରାଫିକ ପୋଲିସର ନଜର। ତେଣୁ ନମ୍ବର ପ୍ଲେଟକୁ ନେଇ ବିଭିନ୍ନ ପ୍ରକାରର ଆଇନ ମଧ୍ୟ ଆସିଲାଣି। ଯେଉଁ କାରଣରୁ ସାଧାରଣ ଜନତା ମଧ୍ୟ ସତର୍କ ହେଲେଣି।
Rules for Number Plate:ରାସ୍ତାରେ ଗାଡି ଚଳାଇବାବେଳେ ଆପଣଙ୍କୁ ଅନେକ ପ୍ରକାରର ଟ୍ରାଫିକ୍ ନିୟମ ଅନୁସରଣ କରିବାକୁ ପଡିବ । କେବଳ ଆପଣଙ୍କ ଗାଡିକୁ ସୀମା ଅତିକ୍ରମ କରିବା ଭୁଲ୍ ନୁହେଁ, ନମ୍ବର ପ୍ଲେଟରେ ଯେକୌଣସି ପ୍ରକାରର ପରିବର୍ତ୍ତନ କରିବା ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇପାରେ । ପ୍ରାୟତଃ ଲୋକମାନେ ସେମାନଙ୍କର କାର୍ କିମ୍ବା ବାଇକ୍ ର ଲୁକ କୁ ଷ୍ଟାଇଲିସ୍ ଦେଖାଇବା ଚକ୍କରରେ ନମ୍ବର ପ୍ଲେଟ୍ ସହିତ ଟାମ୍ପରିଂ କରିଥାନ୍ତି । ଏହା କରିବା ବେଆଇନ୍ ସହ ଆପଣଙ୍କ ନାଁରେ ଚାଲାଣ ମଧ୍ୟ କଟିଯାଇପାରିବ । ହାଇଦ୍ରାବାଦରେ ନମ୍ବର ପ୍ଲେଟ ସହ ଜଡିତ ନିୟମକୁ ଅଣଦେଖା କରି ଲକ୍ଷ ଲକ୍ଷ ଲୋକ ଫାଇନ ଦେବାରେ ସମ୍ମୁଖୀନ ହେଉଛନ୍ତି।
ତେଲେଙ୍ଗାନା ଟୁଡେର ଏକ ରିପୋର୍ଟ ଅନୁଯାୟୀ, ହାଇଦ୍ରାବାଦ ଟ୍ରାଫିକ ପୋଲିସ (Traffic Police) ଚଳିତ ବର୍ଷ ନମ୍ବର ପ୍ଲେଟ ସହିତ କୌଣସି ପ୍ରକାରର ବେଆଇନ କାମ ବା ନମ୍ବର ପ୍ଲେଟ ନଥିବା ନେଇ ଏକ ଲକ୍ଷ ୩୨ ହଜାର ୩୯୨ ଟି ଚାଲାଣ କଟିଛି । ଏଥି ମଧ୍ୟରୁ ୯୭ ହଜାର ୭୫୬ ଚାଲାଣ ବାଇକର, ୩୧ ହଜାର ୩୯୨ ଚାରିଚକିଆ ଓ ତିନିହଜାର ୨୪୪ ଅନ୍ୟ ବାହାନ ଗୁଡିକର ଚାଲାଣ କଟାଯାଇଛି। ବାହାନ ଚାଳକଙ୍କ ବିରୁଦ୍ଧରେ ୫୨୫ ଅପରାଧିକ ମାମଲା ମଧ୍ୟ ରୁଜୁ କରାଯାଇଛି।
Also Read: Gold Price: ବିବାହ ସିଜିନରେ ଖୁସି ଖବର, ୭ ହଜାର ତଳକୁ ଖସିଲା ସୁନା ଦର !
ପ୍ରକୃତରେ, ଏହି ନମ୍ବର ପ୍ଲେଟ୍ (Number Plate) ଥିବା ଯାନଗୁଡିକ ଅପରାଧିକ ମାମଲାରେ ବ୍ୟବହୃତ ହେଉଥିଲା । ଏଭଳି ପରିସ୍ଥିତିରେ ନମ୍ବର ପ୍ଲେଟ ନିୟମ ପାଳନ କରାଯାଇ ନ ଥିବା ପୋଲିସ ଏଭଳି ସମସ୍ତ ଗାଡି ବିରୋଧରେ ଅଭିଯାନ ଆରମ୍ଭ କରିଥିଲା। ଏହି ଯାନଗୁଡ଼ିକ ନକଲି ନମ୍ବର ପ୍ଲେଟ୍ ବ୍ୟବହାର କରନ୍ତି କିମ୍ବା ସେଥିରୁ ଥିବା ସଂଖ୍ୟାକୁ ପରିବର୍ତ୍ତନ କରିଥାନ୍ତି । ଟାମ୍ପରିଂ ନମ୍ବର ପ୍ଲେଟ (Number Tampering) ଥିବା ଗାଡି ବ୍ୟବହାର କରି ଅପରାଧୀଙ୍କୁ ଟ୍ରାକିଂ କରିବାରେ ପୋଲିସ ଅସୁବିଧାର ସମ୍ମୁଖୀନ ହୋଇଛି।
Also Read: Airtel Recharge Plans: ଏୟାରଟେଲ ଗ୍ରାହକଙ୍କୁ ଝଟକା, ୫୭% ମହଙ୍ଗା ହେଲା ମାସିକ ରିଚାର୍ଜ ପ୍ଲାନ
ଆପଣବି ନିଜ ଗାଡ଼ିର ନମ୍ବର ପ୍ଲେଟ ସହ ଏଭଳି କାମ କରନ୍ତୁ ନାହିଁ;
-ଆପଣ ନିଜ ଗାଡିରେ ସର୍ବଦା RTO ଦ୍ୱାରା ଜାରି ନମ୍ବର ପ୍ଲେଟ ହିଁ ବ୍ୟବହାର କରନ୍ତୁ
- ନମ୍ବର ପ୍ଲେଟର (Number Plate) ଫଣ୍ଟ ସହିତ କୌଣସି ପରିବର୍ତ୍ତନ କିମ୍ବା ଟ୍ୟାମ୍ପରିଂ ହେବା ଉଚିତ୍ ନୁହେଁ
-ବର୍ତ୍ତମାନ ଯାନରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଇନଷ୍ଟଲ୍ କରାଯାଇଛି, ଆପଣଙ୍କ ଯାନରେ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବ।
-ନମ୍ବର ପ୍ଲେଟର ଆକାର ପରିବର୍ତ୍ତନ କରନ୍ତୁ ନାହିଁ
-ନମ୍ବର ପ୍ଲେଟରେ ଜାତି ନିର୍ଦ୍ଦିଷ୍ଟ ଶବ୍ଦ ଲେଖନ୍ତୁ ନାହିଁ