ନୂଆଦିଲ୍ଲୀ: Kinner Marriage: ପୁରୁଷ ଓ ମହିଳାଙ୍କ ବ୍ୟତୀତ ପୃଥିବୀରେ ଏକ ପ୍ରଜାତି ଅଛି, ଯେଉଁମାନଙ୍କୁ କିନ୍ନର (Kinner) କୁହାଯାଏ । ଆପଣମାନେ ସେମାନଙ୍କୁ ପ୍ରାୟତଃ ବିବାହ, ଶିଶୁର ଜନ୍ମ ଇତ୍ୟାଦି ଉତ୍ସବରେ ଦେଖିଥିବେ ନିଶ୍ଚୟ । ଆମ ଧାର୍ମିକ ଗ୍ରନ୍ଥଗୁଡ଼ିକରେ ସେମାନଙ୍କୁ ଏକ ସମ୍ମାନଜନକ ସ୍ଥାନ ଦିଆଯାଇଛି । ମହାଭାରତ (Mahabharata) ରେ ଏହା ଉଲ୍ଲେଖ କରାଯାଇଛି ଯେ ଅର୍ଜୁନ (Arjun) ମଧ୍ୟ ଅଭିଶାପ ଯୋଗୁଁ ଏକ ବର୍ଷ କିନ୍ନର ରୂପରେ ରହୁଥିଲେ । ସାଧାରଣତଃ ବିଶ୍ୱାସ କରାଯାଏ ଯେ କିନ୍ନରମାନେ ବିବାହ କରନ୍ତି ନାହିଁ । କିନ୍ତୁ ଖୁବ୍ କମ୍ ଲୋକ ଜାଣନ୍ତି ଯେ କିନ୍ନରମାନେ ମଧ୍ୟ ବିବାହ କରନ୍ତି ଓ ସେମାନଙ୍କର ବିବାହ ସାଧାରଣ ଲୋକଙ୍କଠାରୁ ଭିନ୍ନ ଅଟେ । ସେମାନଙ୍କର ବିବାହ ସାରା ଜୀବନ ପାଇଁ ହୋଇ ନଥାଏ ବରଂ କେବଳ ଗୋଟିଏ ରାତି ପାଇଁ ହୁଏ । ଗୋଟିଏ ରାତିରେ ହିଁ ସେମାନେ ସଧବାରୁ ବିଧବା ହୋଇଯାଆନ୍ତି ।


COMMERCIAL BREAK
SCROLL TO CONTINUE READING

କିନ୍ନରମାନେ (Kinner) କେବଳ ଗୋଟିଏ ରାତି ପାଇଁ ନିଜର ଭଗବାନଙ୍କୁ ବିବାହ କରନ୍ତି । ପରଦିନ ସେମାନେ ନିଜକୁ ବିଧବା କରିନିଅନ୍ତି । ସେମାନଙ୍କର ଭଗବାନ ହେଉଛନ୍ତି ଅର୍ଜୁନ ଓ ନାଗ କନ୍ୟା ଉଲୁପିଙ୍କ ସନ୍ତାନ ଇରାଭାନ୍, ଯାହାଙ୍କୁ ଆରୱାନ୍ ମଧ୍ୟ କୁହାଯାଏ । ମନ୍ଦିର ପୁରୋହିତମାନେ ସେମାନଙ୍କୁ ମଙ୍ଗଳସୁତ୍ର ପିନ୍ଧାନ୍ତି ।


କିନ୍ନରଙ୍କ ବିବାହ ଦେଖିବାକୁ ଆପଣଙ୍କୁ ତାମିଲନାଡୁ (Kinner Marriage Tamil Nadu) ଯିବାକୁ ପଡ଼ିବ । ଏଠାରେ ତାମିଲ ନୂତନ ବର୍ଷର ପ୍ରଥମ ପୂର୍ଣ୍ଣିମା ଦିନ କିନ୍ନରମାନଙ୍କ ପର୍ବ ଆରମ୍ଭ ହୋଇ ୧୮ ଦିନ ପର୍ଯ୍ୟନ୍ତ ଚାଲିଥାଏ । ୧୭ତମ ଦିନରେ ସେମାନେ ନିଜର ଭଗବାନ ଇରାଭାନଙ୍କ ସହିତ ବିବାହ କରନ୍ତି ଓ ପରଦିନ ସେମାନେ ସମସ୍ତ ସଧବା ବେଶ ଛାଡ଼ି ବିଧବା ପରି ଶୋକ କରନ୍ତି ।


କିନ୍ନରମାନଙ୍କ ବିବାହ (Transgender Maariage) ପରେ ଉତ୍ସବ ପାଳନ କରାଯାଏ ଓ ଏହା ପରେ ସେମାନଙ୍କର ଇଶ୍ୱର ଇରାଭାନ (Iravan) ଙ୍କୁ ସହର ପରିକ୍ରମା କରାଯାଏ । ତା’ପରେ ଦେବତାଙ୍କର ମୂର୍ତ୍ତି ଭାଙ୍ଗି ଦିଆଯାଏ । ଏହା ସହିତ କିନ୍ନରମାନେ (Transgender) ନିଜର ସଧବା ବେଶ ଛାଡ଼ି ବିଧବା ପରି କ୍ରନ୍ଦନ କରିବା ଆରମ୍ଭ କରନ୍ତି ।


ଏହା ବି ପଢ଼ନ୍ତୁ:-ଏପର୍ଯ୍ୟନ୍ତ କୋରୋନା ସଂକ୍ରମିତ ହୋଇ ନଥିବା ଲୋକଙ୍କ ପାଇଁ ଆସିଛି ଖରାପ ଖବର


ଏହା ବି ପଢ଼ନ୍ତୁ:-ହାର୍ଦ୍ଦିକ ପଟେଲଙ୍କ ଗେରୁଆ ଅବତାର, ହାତ ଛାଡ଼ି ଧରିବେ ପଦ୍ମ!


ଏହା ବି ପଢ଼ନ୍ତୁ:-SBI ଜାରି କଲା ଆଲର୍ଟ! ଯଦି ଏହି ଦୁଇଟି ନମ୍ବରରୁ କଲ୍ ଆସେ ତ କିଛି କୁହନ୍ତୁନି, ନଚେତ୍ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ


 


କୁହାଯାଏ ଯେ, ମହାଭାରତ ଯୁଦ୍ଧ (Mahabharata War) ରେ ଭାଗ ନେବା ପୂର୍ବରୁ ପାଣ୍ଡବମାନେ (Pandavas) ମା' କାଳୀଙ୍କୁ ପୂଜା କରିଥିଲେ ଓ ପୂଜା ପରେ ସେମାନଙ୍କୁ ଏକ ରାଜକୁମାର ବଳି ଦେବାକୁ ପଡ଼ିଥିଲା । ବଳିଦାନ ପାଇଁ କୌଣସି ରାଜକୁମାର ପ୍ରସ୍ତୁତ ନଥିଲେ । କିନ୍ତୁ ଇରାଭାନ୍ ରାଜି ହୋଇଥିଲେ, କିନ୍ତୁ ତାଙ୍କର ଗୋଟିଏ ସର୍ତ୍ତ ଥିଲା ଯେ ସେ ବିବାହ ନକରି ବଳିଦାନ ଦେବେ ନାହିଁ ।


ଏବେ ପ୍ରଶ୍ନ ଥିଲା, ଏପରି ରାଜକୁମାରଙ୍କୁ କିଏ ବିବାହ କରିବ, ଯାହାକୁ ପରଦିନ ମରିବାକୁ ପଡ଼ିବ । ତା’ପରେ ଭଗବାନ କୃଷ୍ଣ  (Shri Krishna) ଏହି ସମସ୍ୟାର ସମାଧାନ ବାହାର କଲେ । ଶ୍ରୀକୃଷ୍ଣ ନିଜେ ମୋହିନୀ ରୂପରେ ଆସି ଇରାଭାନଙ୍କୁ ବିବାହ କରିଥିଲେ। ପରଦିନ ସକାଳେ ଇରାବନଙ୍କୁ ବଳି ଦିଆଗଲା ଓ ଶ୍ରୀକୃଷ୍ଣ ବିଧବା ଭାବରେ ଶୋକ କଲେ । ଏହି ଘଟଣାକୁ ମନେ ପକାଇ କିନ୍ନରମାନେ ଗୋଟିଏ ଦିନ ପାଇଁ ବିବାହ କରନ୍ତି ଓ ପରଦିନ ବିଧବା ହୁଅନ୍ତି ।